ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧.୩୪%

ନୂଆଦିଲ୍ଲୀ,୧୮।୪: କ୍ରମାଗତ ୧୦ ମାସ ହେବ ଦେଶର ହୋଲସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ)ରେ ହ୍ରାସ ପରିଲକ୍ଷିତ ହେଉଛି। ଫଳରେ ଦରବୃଦ୍ଧି ଓ ମାନ୍ଦାବସ୍ଥା ସମୟରେ ଗ୍ରାହକଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳୁଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ହାର ୧.୩୪%ରେ ପହଞ୍ଚତ୍ଛି ବୋଲି ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପାଇକାରୀ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ୨୦୨୩ ମାର୍ଚ୍ଚରେ ହ୍ରାସ ପାଇ ୨୯ ମାସର ସର୍ବନିମ୍ନ ସ୍ତରରେ ରହିଛି। ଏପରିକି ୨୦୨୩ ମାର୍ଚ୍ଚରେ ଡବ୍ଲ୍ୟୁପିଆଇ ୧.୩୪% ରହିଥିଲା ବେଳେ ୨୦୨୩ ଫେବୃୟାରୀରେ ଏହାର ପରିମାଣ ୩.୮୫% ଥିଲା। ସେହିଭଳି ଗହମ ଏବଂ ଡାଲି ଜାତୀୟ ସାମଗ୍ରୀରେ ଦରବୃଦ୍ଧି ୨୦୨୩ ମାର୍ଚ୍ଚରେ ଯଥାକ୍ରମେ ୯.୧୬% ଏବଂ ୩.୦୩% ରହିଛି। ଏପରିକି ପନିପରିବା ମୂଲ୍ୟରେ ଏହାର ପରିମାଣ ୨.୨୨% ରହିଥିଲା ବେଳେ ତୈଳ ଜାତୀୟ ସାମଗ୍ରୀରେ ମଧ୍ୟ ମୁଦ୍ରାସ୍ଫୀତି ୨୦୨୩ ମାର୍ଚ୍ଚରେ ୧୫.୦୫% ରହିଥିଲା। ସେହିପରି ଇନ୍ଧନ ଏବଂ ବିଜୁଳି କ୍ଷେତ୍ରରେ ମୁଦ୍ରାସ୍ଫୀତି ୨୦୨୩ ମାର୍ଚ୍ଚରେ ୮.୯୬% ରହିଛି। ଯାହା ୨୦୨୩ ଫେବୃୟାରୀରେ ୧୪.୮୨% ରହିଥିଲା ବେଳେ ବିନିର୍ମାଣ ଉତ୍ପାଦରେ ମଧ୍ୟ ମୁଦ୍ରାସ୍ଫୀତି ୨୦୨୩ ଫେବୃୟାରୀରେ ୧.୯୪% ଥିଲା। ଏହା ୨୦୨୩ ମାର୍ଚ୍ଚରେ ଖସି ୦.୭୭% ରହିଛି। ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଫେବୃୟାରରେ ଖୁଚୁରା ମୁଦ୍ରାସ୍ଫୀତି ହାର କମିବା ଯୋଗୁ ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ଡବ୍ଲ୍ୟୁପିଆଇରେ ମଧ୍ୟ ହ୍ରାସ ଘଟିଛି। ଅପରପକ୍ଷରେ ମନ୍ତ୍ରଣାଳୟର ସୂଚନା ଅନୁସାରେ ଲଗାତର ୧୦ମ ମାସ ଲାଗି ପାଇକାରୀ ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟିଛି। ବିଶେଷ କରି ବେସିକ୍‌ ମେଟାଲ୍ସ, ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଯୋଗୁ ଡବ୍ଲ୍ୟୁପିଆଇରେ ହ୍ରାସ ଘଟିଛି। ଏପରିକି ମୂଳ ଧାତୁ, ଖାଦ୍ୟ ପାନୀୟ ସାମଗ୍ରୀ, କପଡ଼ା, ଅଣ-ଖାଦ୍ୟ ସାମଗ୍ରୀ, ଖଣିଜ, ରବର ଏବଂ ପ୍ଲାଷ୍ଟିକ ସାମଗ୍ରୀ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ କାଗଜ ଉତ୍ପାଦଗୁଡିକର ମୂଲ୍ୟରେ ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ହାରରେ ମଧ୍ୟ ହ୍ରାସ ଘଟିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri