ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧.୩୪%

ନୂଆଦିଲ୍ଲୀ,୧୮।୪: କ୍ରମାଗତ ୧୦ ମାସ ହେବ ଦେଶର ହୋଲସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ)ରେ ହ୍ରାସ ପରିଲକ୍ଷିତ ହେଉଛି। ଫଳରେ ଦରବୃଦ୍ଧି ଓ ମାନ୍ଦାବସ୍ଥା ସମୟରେ ଗ୍ରାହକଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳୁଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ହାର ୧.୩୪%ରେ ପହଞ୍ଚତ୍ଛି ବୋଲି ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପାଇକାରୀ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ୨୦୨୩ ମାର୍ଚ୍ଚରେ ହ୍ରାସ ପାଇ ୨୯ ମାସର ସର୍ବନିମ୍ନ ସ୍ତରରେ ରହିଛି। ଏପରିକି ୨୦୨୩ ମାର୍ଚ୍ଚରେ ଡବ୍ଲ୍ୟୁପିଆଇ ୧.୩୪% ରହିଥିଲା ବେଳେ ୨୦୨୩ ଫେବୃୟାରୀରେ ଏହାର ପରିମାଣ ୩.୮୫% ଥିଲା। ସେହିଭଳି ଗହମ ଏବଂ ଡାଲି ଜାତୀୟ ସାମଗ୍ରୀରେ ଦରବୃଦ୍ଧି ୨୦୨୩ ମାର୍ଚ୍ଚରେ ଯଥାକ୍ରମେ ୯.୧୬% ଏବଂ ୩.୦୩% ରହିଛି। ଏପରିକି ପନିପରିବା ମୂଲ୍ୟରେ ଏହାର ପରିମାଣ ୨.୨୨% ରହିଥିଲା ବେଳେ ତୈଳ ଜାତୀୟ ସାମଗ୍ରୀରେ ମଧ୍ୟ ମୁଦ୍ରାସ୍ଫୀତି ୨୦୨୩ ମାର୍ଚ୍ଚରେ ୧୫.୦୫% ରହିଥିଲା। ସେହିପରି ଇନ୍ଧନ ଏବଂ ବିଜୁଳି କ୍ଷେତ୍ରରେ ମୁଦ୍ରାସ୍ଫୀତି ୨୦୨୩ ମାର୍ଚ୍ଚରେ ୮.୯୬% ରହିଛି। ଯାହା ୨୦୨୩ ଫେବୃୟାରୀରେ ୧୪.୮୨% ରହିଥିଲା ବେଳେ ବିନିର୍ମାଣ ଉତ୍ପାଦରେ ମଧ୍ୟ ମୁଦ୍ରାସ୍ଫୀତି ୨୦୨୩ ଫେବୃୟାରୀରେ ୧.୯୪% ଥିଲା। ଏହା ୨୦୨୩ ମାର୍ଚ୍ଚରେ ଖସି ୦.୭୭% ରହିଛି। ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଫେବୃୟାରରେ ଖୁଚୁରା ମୁଦ୍ରାସ୍ଫୀତି ହାର କମିବା ଯୋଗୁ ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ଡବ୍ଲ୍ୟୁପିଆଇରେ ମଧ୍ୟ ହ୍ରାସ ଘଟିଛି। ଅପରପକ୍ଷରେ ମନ୍ତ୍ରଣାଳୟର ସୂଚନା ଅନୁସାରେ ଲଗାତର ୧୦ମ ମାସ ଲାଗି ପାଇକାରୀ ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟିଛି। ବିଶେଷ କରି ବେସିକ୍‌ ମେଟାଲ୍ସ, ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଯୋଗୁ ଡବ୍ଲ୍ୟୁପିଆଇରେ ହ୍ରାସ ଘଟିଛି। ଏପରିକି ମୂଳ ଧାତୁ, ଖାଦ୍ୟ ପାନୀୟ ସାମଗ୍ରୀ, କପଡ଼ା, ଅଣ-ଖାଦ୍ୟ ସାମଗ୍ରୀ, ଖଣିଜ, ରବର ଏବଂ ପ୍ଲାଷ୍ଟିକ ସାମଗ୍ରୀ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ କାଗଜ ଉତ୍ପାଦଗୁଡିକର ମୂଲ୍ୟରେ ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ହାରରେ ମଧ୍ୟ ହ୍ରାସ ଘଟିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri