ଖରାରେ ଚାଲିଛି ନିର୍ମାଣ କାମ

ରାଉରକେଲା ଅଫିସ,୫ା୪: ସ୍ମାର୍ଟସିଟି ରାଉରକେଲାରେ ଏପ୍ରିଲ ମାସ ଆରମ୍ଭରୁ ପ୍ରବଳ ଖରା ହେଲାଣି। ସକାଳ ୯ଟା ହୋଇଗଲେ ଖରାର ପ୍ରକୋପ ଅନୁଭୂତ ହେଉଛି। ଲୋକେ ବିନା କାମରେ ଘରୁ ବାହାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଯୁଗ୍ମ ଶ୍ରମ ସଂସ୍ଥାପକ ସହରର ସମସ୍ତ ନିର୍ମାଣ ଶ୍ରମିକ ନିଯୁକ୍ତିଦାତାଙ୍କୁ ଏପ୍ରିଲରୁ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ବ ୧୧ଟାରୁ ଅପରାହ୍ନ ୩ଟା ଯାଏ ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ନିର୍ମାଣ ଶ୍ରମିକ ନିଯୁକ୍ତିଦାତା ଯୁଗ୍ମ ଶ୍ରମ ସଂସ୍ଥାପକଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ଯାଏ ଶ୍ରମିକମାନଙ୍କୁ ବିରତି ନ ଦେଇ ପ୍ରଚଣ୍ଡ ଖରାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲାର ପଞ୍ଜୀକୃତ ୨ଲକ୍ଷ ୩୭ହଜାର ୬୩୯ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ କେବଳ ୪୦ଭାଗ ରାଉରକେଲା ସହରର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ହୋଇଥାନ୍ତି। ସେମାନେ ସହରର ବିଭିନ୍ନ ଗଳିକନ୍ଦିରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ କାମ କରୁଛନ୍ତି। ଏପ୍ରିଲ ମାସ ଆରମ୍ଭରୁ ଖରାର ପ୍ରକୋପ ବଢିଛି। ପ୍ରବଳ ଖରାରେ ଶ୍ରମିକମାନେ କାମ କରୁଥିବାରୁ ଅଂଶୁଘାତ, ଜଳହୀନତା, ରକ୍ତ ଲବଣତା ହ୍ରାସ ଓ ଜ୍ୱର ଆଦିରେ ସଂକ୍ରମି ତ ହେବା ଆଶଙ୍କା ରହିଛି। ଅନ୍ୟପଟେ ନିର୍ମାଣ କାର୍ଯ୍ୟ ସ୍ଥଳରେ ଶୀତଳ ପାନୀୟ ଜଳ, ଛାୟା ପ୍ରଦାନ, ଡାକ୍ତରୀ ଚିକିତ୍ସା, ଓଆରଏସ ପ୍ୟାକେଟ ବ୍ୟବସ୍ଥା ସହ ନିଯୁକ୍ତିଦାତା ନିର୍ମାଣସ୍ଥଳରେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ନମ୍ବର ନୋଟିସ ବୋର୍ଡରେ ପ୍ରଦର୍ଶନ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଛି। ମାତ୍ର ଏହି ନିର୍ଦ୍ଦେଶକୁ କେହି ପାଳନ କରୁନାହାନ୍ତି। ଫଳରେ ଶ୍ରମିକମାନେ ପ୍ରବଳ ଖରାରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଳରେ ଦାବି ହେଉଛି। ଏ ସମ୍ପର୍କରେ ରାଉରକେଲା ଶ୍ରମ ବିଭାଗ ଅଧିକାରିଣୀ ଦିବ୍ୟଜ୍ୟୋତି ନାୟକଙ୍କୁ ପଚାରିବାରୁ ସେ କହିଲେ, ଏ ବିଷୟରେ ମୋ ପାଖରେ କୌଣସି ଅଭିଯୋଗ ନାହିଁ। ସରକାରୀ ନିର୍ଦ୍ଦେଶ ପାଳନ କରାଯାଉ ନ ଥିଲେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri