ବିଣ୍ଡା ସିମେଣ୍ଟରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣ

ନୂଆଗାଁ,୧୪।୮(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟରେ ବିଣ୍ଡା ସିମେଣ୍ଟ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ଶୁଣିବା ପରେ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତାକୁ ପ୍ରଶୟ ଦିଆଯିବ ନାହିଁ। ଆବଶ୍ୟକ ହେଲେ ଆମେ ବିଭାଗୀୟ ଉଚ୍ଚପଦାଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ।
ପଶୁପକ୍ଷୀ,ଗାଈଗୋରୁଙ୍କ ସୁରକ୍ଷା, ଚିକିତ୍ସା କରାଇବା, ସେମାନଙ୍କ ସୁରକ୍ଷା ପାଇଁ ଜନ ସଚେତନ ସୃଷ୍ଟି କରାଇବା, କୃଷକ, ଗୋପାଳକଙ୍କୁ ଋଣ ମାଧ୍ୟମରେ ଗାଈ, କୁକୁଡା ଆଦି ଯୋଗାଇ ଦେବା ନିମନ୍ତେ ନୂଆଗାଁ ବ୍ଲକ ନିକଟରେ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା। ସେହି ସମୟରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅଧିକାରୀ, କର୍ମଚାରୀ ଆଦି ରହି ତାହାର ସୁରକ୍ଷା ଦାୟିତ୍ୱ ନେଉଥିଲେ। କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ପୁରୁଣା ଘର ସବୁ ଭାଙ୍ଗିବାକୁ ବସିଲାଣି। ତେଣୁ ନୂତନ ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣ କରିବା ପାଇଁ ସରକାର ୬୪ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ତା’ର ନିର୍ମାଣ କାର୍ଯ୍ୟ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ତରଫରୁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଛି। ଉକ୍ତ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଛି। ବିଭାଗୀୟ ଅଧିକାରୀ କେବେ କାମ ଦେଖିବା ପାଇଁ ଆସୁ ନ ଥିବା ବେଳେ ଠିକାଦାର ନିଜକୁ ସୁହାଇଲା ଭଳି କାମ କରୁଛନ୍ତି। ଶସ୍ତା ଦରରେ ବିଣ୍ଡା ସିମେଣ୍ଟ କିଣି ଉକ୍ତ କାର୍ଯ୍ୟରେ ବ୍ୟବହାର କରିବା ସହ ବାଲି ପୋତିବା ବଦଳରେ ମାଟି ପୋତୁଥିବା ନେଇ ଅଭିଯୋଗ ହେଉଛି। ବିଣ୍ଡା ସିମେଣ୍ଟରେ କାମ କରୁଥିବା ସମୟରେ କେତେଜଣ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ ମଧ୍ୟ ତାହାକୁ ଖାତିର ନ କରି ଠିକାଦାର ନିର୍ଦ୍ଦେଶରେ ସେହି ବିଣ୍ଡା ସିମେଣ୍ଟରେ କାର୍ଯ୍ୟ କରାଯାଇଥିଲା। ଏ ନେଇ ନୂଆଗାଁ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶୁଭାଶିଷ ମହାପାତ୍ରଙ୍କୁ ଜଣାଇବାରେ ବିଣ୍ଡା ସିମେଣ୍ଟ ବ୍ୟବହାର ନ କରିବା ପାଇଁ ଠିକାଦାରକୁ ଫୋନ କରି ଜଣାଇଛି ବୋଲି କହିଥିଲେ। ନିମ୍ନମାନର କାର୍ଯ୍ୟ ବାବଦରେ ଜିଲା ମ୍‌ୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ପଚାରିବାରେ କେବଳ ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟରେ ନୁହଁ , ଆମ ବିଭାଗ ସହ ସଂଶ୍ଳିଷ୍ଟ ଥିବା କୌଣସି କାର୍ଯ୍ୟରେ ଅନିୟମିତତାକୁ ପ୍ରଶୟ ଦିଆଯିବ ନାହିଁ। ଅଭିଯୋଗ ପାଇଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିମ୍ନମାନର ଗୃହ ନିର୍ମାଣ ବିଷୟରେ କାର୍ଯ୍ୟ କରାଉଥିବା ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମିଶ୍ର।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri