ଜଳାଶୟ ଜମିରେ ଶପିଂ ମଲ୍‌ ନିର୍ମାଣ

ଯାଜପୁର ଅଫିସ,୨୭ା୩: ଯାଜପୁର ସହରର ୟୁନିଟ-୮ ଯଯାତିନଗରର ପ୍ଲଟ ନମ୍ବର ୬୬୭, ଖାତା ନମ୍ବର ୬୩୬/୫୦୩ରେ ଥିବା ଏକ ଜଳାଶୟ କିସମ ଜମିକୁ ପୋତି ଶପିଂ ମଲ୍‌ ନିର୍ମାଣ ହେଉଛି। ଏହିମର୍ମରେ ରାଜ୍ୟ ସରକାର ଏବଂ ଜବରଦଖଲକାରୀଙ୍କ ବିରୋଧରେ ସ୍ଥାନୀୟ ବାସିନ୍ଦା ଚନ୍ଦ୍ରଶେଖର ରାୟ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଅଭିଯୋଗ କରିଛନ୍ତି। ଏନେଇ ଏନ୍‌ଜିଟିରେ ୩୧/୨୦୨୩/ଇଜେଡ୍‌ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଏନ୍‌ଜିଟିର ଜଷ୍ଟିସ ବି.ଅମିତ୍‌ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ପ୍ରଫେସର ଏ. ସେନ୍ଥିଲ ୨୨ା୩ା୨୦୨୩ରେ ଉକ୍ତ ମାମଲାର ଶୁଣାଣି କରି ସମସ୍ତ ଜବାବଦାତାଙ୍କୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉକ୍ତ ଜଳାଶୟ କିସମ ଜମିରେ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବା ଏବଂ ଯାଜପୁର ଜିଲାପାଳ ଏହାର ଅନୁପାଳନ କରିବାକୁ ଶୁଣାଣିରେ ଦର୍ଶାଯାଇଛି।
ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ପୋଖରୀ ଥିଲା ବୋଲି ଜନଶ୍ରୁତି ରହିଛି। କିନ୍ତୁ ଏବେ ୨,୩୮୯ଟି ପୋଖରୀ ରହିଥିବା ସରକାରୀ ଭାବେ କୁହାଯାଇଛି। ସେଥିମଧ୍ୟରୁ କୋରେଇ ବ୍ଲକରେ ସର୍ବାଧିକ ୮୨୮ଟି ରହିଥିବାବେଳେ ବଡ଼ଚଣା ବ୍ଲକରେ ୧୯୯, ବରୀରେ ୫୧, ବିଞ୍ଝାରପୁରରେ ୧୨୫, ଦାନଗଦିରେ ୨୦୫, ଦଶରଥପୁରରେ ୨୨୩, ଧର୍ମଶାଳାରେ ୨୦୫, ଯାଜପୁର ବ୍ଲକରେ ୧୨୧, ରସୁଲପୁରରେ ୧୮୭, ସୁକିନ୍ଦାରେ ୧୪୫ ଏବଂ ବ୍ୟାସନଗର ଓ ଯାଜପୁର ମ୍ୟୁନିସିପାଲିଟି ଅଞ୍ଚଳରେ ୧୦୦ ପୋଖରୀ ରହିଛି। ହେଲେ ଦ୍ରୁତ ଶିଳ୍ପାୟନ ସହ ସହରୀକରଣ ସହରର ଭୂଗୋଳକୁ ବଦଳାଇ ଦେଇଛି। ବର୍ଷାଜଳର ସଂରକ୍ଷଣ ସହ ସହର ବସତିକୁ ଅତିବୃଷ୍ଟିର କ୍ଷୟକ୍ଷତିରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଶହ ଶହ ବର୍ଷର ଯୋଜନାବଦ୍ଧ ଭାବରେ କରାଯାଇଥିବା ବନ୍ଧ, ପୋଖରୀଗୁଡ଼ିକ ହଜି ଯାଉଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଜଳାଶୟଗୁଡ଼ିକୁ ସଂରକ୍ଷଣ ଓ ପ୍ରଦୂଷଣମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ହେଉଛି। ହେଲେ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଯୋଗୁ ସରକାରଙ୍କ ଏହି ଉଦ୍ଦେଶ୍ୟ ସଫଳ ହୋଇପାରୁନାହିଁି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ପୋଖରୀ ପୋତିବାକୁ ଯୋଜନାବଦ୍ଧ ଭାବରେ ଷଡ଼ଯନ୍ତ୍ର କରୁଛନ୍ତି। ଏଥିରେ ମୋଟା ଅଙ୍କର ହାତଗୁଞ୍ଜା ନେଇ ସରକାରୀ ଅଧିକାରୀ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏହି କ୍ରମରେ ଯାଜପୁର ସହରର ଉକ୍ତ ପୋଖରୀ ପୋତାଯିବାକୁ ନେଇ ମାମଲା ଏନ୍‌ଜିଟିରେ ପହଞ୍ଚତ୍ଛି। ଅଭିଯୋଗ ଅନୁସାରେ ରେଭିନ୍ୟୁ ରେକର୍ଡରେ ଏହି ଜମି ଜଳାଶୟ କିସମ। ଏଥିପାଇଁ ୧୨ା୪ା୨୦୨୧ ଏବଂ ୧୨ା୫ା୨୦୨୧ରେ ଯାଜପୁର ସ୍ପେଶାଲ ପ୍ଲାନିଂ ଅଥରିଟି ଓ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଉକ୍ତ ଜଳାଶୟ କିସମ ଜମିରେ ନିର୍ମାଣ ବନ୍ଦ କରିବାକୁ ଜବରଦଖଲକାରୀଙ୍କୁ ନୋଟିସ ଦେଇଥିଲେ। କିନ୍ତୁ ଉକ୍ତ ନୋଟିସର ପ୍ରାୟ ୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବାବେଳେ ସରକାରୀସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏଭଳି ସ୍ଥିତିରେ ଜବରଦଖଲକାରୀ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଅଧିକାରୀଙ୍କ ଉକ୍ତ ନିର୍ଦ୍ଦେଶନାମା କେବଳ ବଳ କଷିବାକୁ ପ୍ରଜୁଯ୍ୟ ଥିଲା ବୋଲି ସନ୍ଦେହ କରାଯାଇଛି। ତେଣୁ ଏହି ସମ୍ବେଦନଶୀଳ ମାମଲାକୁ ଏନ୍‌ଜିଟି ଗ୍ରହଣ କରି ସମ୍ପୃକ୍ତ ଅଧିକାରୀ, ଜବରଦଖଲକାରୀ ଏବଂ ରାଜ୍ୟ ସରକାରଙ୍କ ନୋଟିସ ଜାରି ହୋଇଛି। ଜିଲାରେ ଏଭଳି ଶତାଧିକ ଜଳାଶୟ କିସମ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବାବେଳେ ସରକାରୀ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?