ନବରଙ୍ଗପୁରରେ ପଛରେ ପଡ଼ିଛି ପିଏମ୍‌ଏଓ୍ବାଇ ନିର୍ମାଣ କାର୍ଯ୍ୟ

ନବରଙ୍ଗପୁର,୧୯ା୯(ବି.ପ୍ର.):ନବରଙ୍ଗପୁର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟ ବହୁ ପଛରେ ପଡ଼ିଛି। ଏଥିରେ ମଧ୍ୟସ୍ଥି ବାଧକ ସାଜିଥିବା ଜଣାପଡ଼ିଛି। ଗରିବ ହିତାଧିକାରୀଙ୍କ ଘର ତିଆରି କରିଦେବା ନାଁରେ ମଧ୍ୟସ୍ଥି ଟଙ୍କା ନେବାପରେ ଅଧାକାମ କରି ଧରାଛୁଆଁ ଦେଉ ନ ଥିବା ଅନେକ ହିତାଧିକାରୀଙ୍କ ଠାରୁ ଅଭିଯୋଗ ଆସୁଛି। ଏମିତିକି ପଞ୍ଚାୟତ ସ୍ତରରୁ ବ୍ଲକ ପର୍ଯ୍ୟନ୍ତ ମଧ୍ୟସ୍ଥି ନିର୍ଦ୍ଦିଷ୍ଟ ଦଳର ହୋଇଥିବାରୁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଅଗଷ୍ଟ ସୁଦ୍ଧା ୨୦୧୬-୧୭ ଆର୍ଥିକ ବର୍ଷର ଏ ପର୍ଯ୍ୟନ୍ତ ୫୦୬ ଆବାସ ନିର୍ମାଣ ହୋଇପାରି ନ ଥିବା ଜଣାପଡ଼ିଛି। ସେହିପରି ୨୦୧୮-୧୯ ବର୍ଷର ୬୭୧, ୨୦୧୯-୨୦ ବର୍ଷର ୪୪୫, ୨୦୧୯-୨୦ ବର୍ଷର ୩୧୫୩, ୨୦୨୦-୨୧ ବର୍ଷର ୧୦୩୫ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଜିଲାପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଗୃହ ନିର୍ମାଣ ନିମନ୍ତେ ଟଙ୍କା ହିତାଧିକାରୀଙ୍କ ପାଖକୁ ଆସୁଛି। ହିତାଧିକାରୀ ନିଜେ କାମ କରିବାରେ ଅସମର୍ଥ ହେବା ଯୋଗୁ ମଧ୍ୟସ୍ଥିଙ୍କୁ ଟଙ୍କା ଦେଉଛନ୍ତି। ପରେ ମଧ୍ୟସ୍ଥି ଟଙ୍କା ନେଇ ବର୍ଷବର୍ଷ ଧରି ଗୃହ ନିର୍ମାଣ କାର୍ଯ୍ୟ ସାରୁ ନ ଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ମଧ୍ୟ ହାତବାନ୍ଧି ଟାର୍ଗେଟ ପୂରଣ ଅପେକ୍ଷାରେ ରହିବାକୁ ବାଧ୍ୟ ହେଉଛି। ପ୍ରକୃତ ହିତାଧିକାରୀ ଘର ଖଣ୍ଡିଏ ପାଇବା ପରେ ବହୁ ଖୁସିଥିବା ବେଳେ ମଧ୍ୟସ୍ଥି ଯୋଗୁ ଘରକାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ଥିବା ହିତଧିକାରୀ ନିଜେ ଘର ନିର୍ମାଣରେ ସମର୍ଥ ହୋଇପାରୁ ନାହାନ୍ତି। ବୟସ୍କ ଲୋକଙ୍କ ଆବାସ ନିର୍ମାଣ ପାଇଁ ମଧ୍ୟସ୍ଥିଙ୍କ ପ୍ରବେଶ ଏବଂ ହିତାଧିକାରୀଙ୍କ ନାମରେ ଆସିଥିବା ଟଙ୍କା ଉଠାଇ ନିର୍ମାଣ କାମ ଅଧାରେ ଅଟକିବା ଏବେ ମୁଖ୍ୟ ସମସ୍ୟା ହୋଇଛି। ଅନ୍ୟପକ୍ଷରେ ବାର୍ଦ୍ଧକ୍ୟ ଜନିତ କାରଣରୁ ହିତାଧିକାରୀ ମଧ୍ୟ ବ୍ଲକ, ଜିଲା କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିବାରେ ଅସମର୍ଥ ହେଉଛନ୍ତି। ଫଳରେ ଟଙ୍କା ଉଠାଇ ଛୁ ମାରିଥିବା ମଧ୍ୟସ୍ଥିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନି। ଏ ନେଇ ଜିଲା ପରିଷଦ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ହିତାଧିକାରୀଙ୍କ ସିଧାସଳଖ ଟଙ୍କା ଦିଆଯାଉଛି। ସେମାନେ ମଧ୍ୟସ୍ଥି ଜରିଆରେ କାମ କରୁଥିବାରୁ ପ୍ରଶାସନ ମଧ୍ୟ ଉପାୟଶୂନ୍ୟ ହୋଇପଡ଼ୁଛି। ତଥାପି ବିଡିଓ ମାନଙ୍କୁ ଶୀଘ୍ର ଟାର୍ଗେଟ ପୂରଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri