ପରମ୍ପରା ବଞ୍ଚାଇଛନ୍ତି ୨୫ ବ୍ୟବସାୟୀ

ଭୁବନ, ୧୯।୯(ଡି.ଏନ୍‌.ଏ.):ମଣିଷ-ଭାରବାହୀ ପ୍ରାଣୀଙ୍କ ମଧ୍ୟରେ ରହିଥିବା ମଧୁର ସମ୍ପର୍କର ପ୍ରତିଫଳନ ଐତିହାସିକ ବଳଦଯାତ୍ରା। ବାଣିଜ୍ୟ ପରମ୍ପରାକୁ ନେଇ ପିଢ଼ି ପରେ ପିଢ଼ି ଶାରଦୀୟ ଦୁର୍ଗାପୂଜାରେ ଆୟୋଜିତ ହୋଇଆସୁଛି ଏହି ପ୍ରସିଦ୍ଧ ପର୍ବ। କରୋନା ମହାମାରୀ ପ୍ରଭାବିତ ବିଶ୍ୱରେ ଦୀର୍ଘ ଦୁଇବର୍ଷ ହେଲା ଏଭଳି ସଂସ୍କୃତିସମ୍ପନ୍ନ ଯାତ୍ରା ହୋଇପାରି ନ ଥିବାବେଳେ ଚଳିତବର୍ଷ ଆଡ଼ମ୍ବର ସହକାରେ ପାଳନ ହେବ ବୋଲି ନିଷ୍ପତ୍ତି ହୋଇଛି। ମା’ଙ୍କ ଆବାହନକୁ ହାତଗଣତି ଦିନ ବାକି ରହିଥିବାବେଳେ ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କଳାସଂସ୍କୃତିର ସହର ଭୁବନ। ଅଞ୍ଚଳର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ଗୁଜୁରୀହାଟ ଦେଶ ଦୁର୍ଗାମେଢ଼ ଏଥିରେ ନିଜକୁ ସାମିଲ କରିଛି। ସୀମିତ ସମ୍ବଳ ସତ୍ତ୍ୱେ ୨୫ଜଣ ବ୍ୟବସାୟୀ ୫୬ ବର୍ଷର ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। କମ୍‌ ବଜେଟରେ ପୂଜା ହେଉଥିଲେ ହେଁ ଯେପରି ମା’ଙ୍କ ନୀତିକାନ୍ତିରେ କାଟ୍‌ଛାଣ୍ଟ ନ ହୁଏ, ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
ପେଟ୍ରୋମାକ୍ସ ଲାଇଟ୍‌, ଛାମୁଣ୍ଡିଆରୁ ଆରମ୍ଭ ହୋଇଥିଲା ଭୁବନର ମା’ ଦଶଭୁଜାଙ୍କ ଶାରଦୀୟ ପୂଜା। ସହରର ଦ୍ୱିତୀୟ ପୂଜା ମଣ୍ଡପ ଗୁଜୁରୀହାଟ ଦେଶ ଦୁର୍ଗାମେଢ଼ର ପୂଜା ଆରମ୍ଭ ହୋଇଥିଲା ମାତ୍ର ୮୦୦୦ ଟଙ୍କାରୁ। ସହରର ସବୁଠାରୁ ବଡ଼ ବଜାରରେ ସେତେବେଳର ପୂଜା ବେଶ୍‌ ଆକର୍ଷଣୀୟ ହେଉଥିଲା। ଏଥିରେ ଅଞ୍ଚଳର ସମସ୍ତ ଜନସାଧାରଣ ସାମିଲ ହେଉଥିଲେ। ପରବର୍ତ୍ତୀ ସମୟରେ ବଜାର ବଢ଼ିବା ସହିତ ବ୍ୟବସାୟୀମାନେ ସୁବିଧା ଦୃଷ୍ଟିରୁ ନିଜ ନିଜ ପ୍ରତିଷ୍ଠାନ କରି ପୂଜା ଆରମ୍ଭ କଲେ। ଫଳରେ ଗୁଜୁରୀହାଟ ସଙ୍କୁଚିତ ହୋଇପଡ଼ିବା ସହ ବ୍ୟବସାୟୀଙ୍କ ସଂଖ୍ୟା ୨୦୦ରୁ ୨୫କୁ ହ୍ରାସ ପାଇଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ଉଦ୍ୟମରେ ପୂଜାର ଆୟୋଜନ କରାଯାଉଥିବାବେଳେ ବଜେଟ ରହିଛି ଦେଢ଼ ଲକ୍ଷ ଟଙ୍କା।
ଅନ୍ୟପଟେ ମାଟି ଅନୁକୂଳ ପରେ ମା’ ମହିଷମର୍ଦ୍ଦିନୀଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କାର୍ଯ୍ୟ ଚାଲିଛି। ଦୀର୍ଘ ୫୪ ବର୍ଷ ଧରି ଅଞ୍ଚଳର ବରିଷ୍ଠ ମୂର୍ତ୍ତିକାର ତଥା ୪ନଂ. ଓ୍ବାର୍ଡର ସୁରେନ୍ଦ୍ର ମିଶ୍ର ମୂର୍ତ୍ତି ନିର୍ମାଣ କରୁଛନ୍ତି। ସୀମିତ ସମ୍ବଳ ମଧ୍ୟରେ ସୁନ୍ଦର ମୂର୍ତ୍ତି, ତୋରଣ, ଆଲୋକ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଉଛି। ମା’ଙ୍କ ପୂଜା ଆରମ୍ଭରୁ ବିସର୍ଜନ ପର୍ଯ୍ୟନ୍ତ ପ୍ରତି ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ କଳସ ସ୍ଥାପନ କରାଯିବ। ଦଶହରାରେ ୨୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ଭସାଣିରେ ପ୍ରଶାସନର ନୀତିନିୟମକୁ ସମ୍ମାନ ଜଣାଇ ବାଜା, ସଂକୀର୍ତ୍ତନମଣ୍ଡଳୀ, ଘଣ୍ଟୁଆଙ୍କୁ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?