ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ମିଶନ ଶକ୍ତି ଗୃହ ନିର୍ମାଣ ବନ୍ଦ

ବାହାନଗା,୮ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କାମ ନ ହୋଇ ପଡିରହିଛି। ଜାତୀୟ ରାଜପଥ ସମ୍ପ୍ରସାରଣକୁ ଆଳ କରି ସେହି ସ୍ଥାନରୁ ଅନ୍ୟତ୍ର କରିବା ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି।
ପରିସରରେ ୫୦ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ମିଶନଶକ୍ତି ଗୃହ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧ବର୍ଷ ତଳେ ଟେଣ୍ଡର କରାଯାଇଥିଲା । ଟେଣ୍ଡର ଅନୁଯାୟୀ ଠିକାଦାର ନୂତନ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରି ବୋରିଂ କାର୍ଯ୍ୟ କରିସାରିଥିଲେ। ତେବେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବ୍ଲକ ସାମ୍ନାରେ ଏଭଳି ଏକ ବଡ ଘର ନିର୍ମାଣକୁ ବିରୋଧ କରିଥିଲେ। ସେହି ସମୟରେ ୧୬ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବାରୁ ତାହାକୁ ଆଳ କରି ବିଡିଓଙ୍କୁ ଚାପ ପକାଇ ତାହାକୁ ବନ୍ଦ ରଖାଯାଇଛି। ପରେ ବିଡିଓ ତା ୨୩ା୯ା୨୦୨୨ ରିଖରେ ଚିଠି ନମ୍ବର ୩୪୭୧/ଇଏସଟିଟି ଅନୁଯାୟୀ ପୂର୍ତ୍ତ ବିଭାଗର ଅଧୀକ୍ଷକ ଇଞ୍ଜିନିୟର ଡିଭିଜନ-୧ ବାଲେଶ୍ୱରଙ୍କୁ ମିଶନ ଶକ୍ତିର ଗୃହ ନିର୍ମାଣ ସ୍ଥାନକୁ ବଦଳାଇବା ବାବଦରେ ଚିଠି କରିଥିଲେ ା ସେହି ଚିଠିରେ ବିଡିଓ ଉଲ୍ଲେଖ କରିଥିଲେ ଯେ, ୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ହେଉଥିବାରୁ ଯେଉଁ ସ୍ଥାନରେ ଘର ନିର୍ମାଣ ହେଉଛି ତାହା ବାଧା ସୃଷ୍ଟି ହେବ ତେଣୁ ବ୍ଲକର ଅନ୍ୟ ସ୍ଥାନରେ ଏହି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ସ୍ଥାନ ଯୋଗାଇ ଦେବୁ  । ମାତ୍ର ଏଠି କଥା ଉଠୁଛି ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ହେଲେ ବ୍ଲକ ପରିସର ଭିତରକୁ ମାଡି ଆସିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଡିଓଙ୍କୁ ଚିଠି କରିଛନ୍ତି, ନା ବିଡିଓ ବ୍ଲକ ସାମ୍ନାରେ ଅନ୍ୟ କିଛି ଗୃହ ନିର୍ମାଣ ପାଇଁ ଯୋଜନା କରି ଅନ୍ୟତ୍ର ନିର୍ମାଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜପଥ ସମ୍ପ୍ରସାରଣ ବେଳେ ବ୍ଲକ ପରିସର ଭିତରକୁ ଯାଉଥିବ ତେବେ ତାହା ୨ବର୍ଷ ଆଗରୁ ସର୍ଭେ କରାଯାଇ ବିଡିଓଙ୍କୁ ନିଶ୍ଚିତ ଅବଗତ କରାଯାଇଥିବ। ମାତ୍ର ସର୍ଭେ ହେବାର ୨ ବର୍ଷ ବିତିଗଲାଣି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ହେଲେ ବ୍ଲକ ପରିସର ଭିତିରକୁ ରାସ୍ତା ଯିବାର କୌଣସି ସୂଚନା ନ ଥିବା ଜଣାପଡିଛି । ତେବେ ବର୍ଷେରୁ ଊର୍ଦ୍ଧ୍ୱ କାଳ ବିତିଯାଇଥିଲେ ସୁଦ୍ଧା ଅନ୍ୟ ସ୍ଥାନରେ ଏପର୍ଯ୍ୟନ୍ତ ମିଶନ ଶକ୍ତି ଗୃହ ନିର୍ମାଣ ଆରମ୍ଭ ହୋଇନାହିଁ। ତେବେ ଠିକାଦାର ଲକ୍ଷାଧିକ ଟଙ୍କା ବ୍ୟୟ କରି ବୋରିଂ ଆଦି କାର୍ଯ୍ୟ କରିଥିଲେ ମଧ୍ୟ ଅନ୍ୟତ୍ର ସେହି କାର୍ଯ୍ୟକୁ ବନ୍ଦ କରାଯାଇଛି। ତେବେ ବ୍ଲକ ବାହାରେ ରଖିଥିବା ସିମେଣ୍ଟ ଦୀର୍ଘଦିନ ଧରି କାମ ନ ହେବାରୁ ତାହା ମୁଣ୍ଡା ହୋଇଗଲାଣି। ତୁରନ୍ତ ଅନ୍ୟ ସ୍ଥାନରେ ନୂତନ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଦାବି ହେଉଛି। ଏ ବିଷୟରେ ବିଡିଓ ଗୌରାଙ୍ଗ ଘୋଷଙ୍କୁ ପଚାରିବାରୁ ସେ କହନ୍ତି କାମ କଣପାଇଁ ବନ୍ଦ ରହିଛି ସେ ଜାଣିନାହାନ୍ତି। ତେବେ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବାରୁ ସେଥିପାଇଁ କାର୍ଯ୍ୟ ବନ୍ଦ ରହିଥାଇପାରେ ବୋଲି ପ୍ରକାଶ କରିଥିଲେ। ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ସନାତନ ନାୟକ କହନ୍ତି ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବାରୁ ବ୍ଲକ ଭିତରକୁ ରାସ୍ତା ମାଡିଯିବ ବୋଲି ବିଡିଓ ଆମକୁ ଚିଠି କରିଥିବାରୁ ଆମେ କାମ ସେଠାରେ ବନ୍ଦ କରିଛୁ । ବ୍ଲକ ତରଫରୁ ଅନ୍ୟ ସ୍ଥାନରେ ସ୍ଥାନ ଚିହ୍ନଟ କରିଲେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri