ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ମିଶନ ଶକ୍ତି ଗୃହ ନିର୍ମାଣ ବନ୍ଦ

ବାହାନଗା,୮ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କାମ ନ ହୋଇ ପଡିରହିଛି। ଜାତୀୟ ରାଜପଥ ସମ୍ପ୍ରସାରଣକୁ ଆଳ କରି ସେହି ସ୍ଥାନରୁ ଅନ୍ୟତ୍ର କରିବା ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି।
ପରିସରରେ ୫୦ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ମିଶନଶକ୍ତି ଗୃହ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧ବର୍ଷ ତଳେ ଟେଣ୍ଡର କରାଯାଇଥିଲା । ଟେଣ୍ଡର ଅନୁଯାୟୀ ଠିକାଦାର ନୂତନ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରି ବୋରିଂ କାର୍ଯ୍ୟ କରିସାରିଥିଲେ। ତେବେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବ୍ଲକ ସାମ୍ନାରେ ଏଭଳି ଏକ ବଡ ଘର ନିର୍ମାଣକୁ ବିରୋଧ କରିଥିଲେ। ସେହି ସମୟରେ ୧୬ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବାରୁ ତାହାକୁ ଆଳ କରି ବିଡିଓଙ୍କୁ ଚାପ ପକାଇ ତାହାକୁ ବନ୍ଦ ରଖାଯାଇଛି। ପରେ ବିଡିଓ ତା ୨୩ା୯ା୨୦୨୨ ରିଖରେ ଚିଠି ନମ୍ବର ୩୪୭୧/ଇଏସଟିଟି ଅନୁଯାୟୀ ପୂର୍ତ୍ତ ବିଭାଗର ଅଧୀକ୍ଷକ ଇଞ୍ଜିନିୟର ଡିଭିଜନ-୧ ବାଲେଶ୍ୱରଙ୍କୁ ମିଶନ ଶକ୍ତିର ଗୃହ ନିର୍ମାଣ ସ୍ଥାନକୁ ବଦଳାଇବା ବାବଦରେ ଚିଠି କରିଥିଲେ ା ସେହି ଚିଠିରେ ବିଡିଓ ଉଲ୍ଲେଖ କରିଥିଲେ ଯେ, ୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ହେଉଥିବାରୁ ଯେଉଁ ସ୍ଥାନରେ ଘର ନିର୍ମାଣ ହେଉଛି ତାହା ବାଧା ସୃଷ୍ଟି ହେବ ତେଣୁ ବ୍ଲକର ଅନ୍ୟ ସ୍ଥାନରେ ଏହି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ସ୍ଥାନ ଯୋଗାଇ ଦେବୁ  । ମାତ୍ର ଏଠି କଥା ଉଠୁଛି ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ହେଲେ ବ୍ଲକ ପରିସର ଭିତରକୁ ମାଡି ଆସିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଡିଓଙ୍କୁ ଚିଠି କରିଛନ୍ତି, ନା ବିଡିଓ ବ୍ଲକ ସାମ୍ନାରେ ଅନ୍ୟ କିଛି ଗୃହ ନିର୍ମାଣ ପାଇଁ ଯୋଜନା କରି ଅନ୍ୟତ୍ର ନିର୍ମାଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜପଥ ସମ୍ପ୍ରସାରଣ ବେଳେ ବ୍ଲକ ପରିସର ଭିତରକୁ ଯାଉଥିବ ତେବେ ତାହା ୨ବର୍ଷ ଆଗରୁ ସର୍ଭେ କରାଯାଇ ବିଡିଓଙ୍କୁ ନିଶ୍ଚିତ ଅବଗତ କରାଯାଇଥିବ। ମାତ୍ର ସର୍ଭେ ହେବାର ୨ ବର୍ଷ ବିତିଗଲାଣି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ହେଲେ ବ୍ଲକ ପରିସର ଭିତିରକୁ ରାସ୍ତା ଯିବାର କୌଣସି ସୂଚନା ନ ଥିବା ଜଣାପଡିଛି । ତେବେ ବର୍ଷେରୁ ଊର୍ଦ୍ଧ୍ୱ କାଳ ବିତିଯାଇଥିଲେ ସୁଦ୍ଧା ଅନ୍ୟ ସ୍ଥାନରେ ଏପର୍ଯ୍ୟନ୍ତ ମିଶନ ଶକ୍ତି ଗୃହ ନିର୍ମାଣ ଆରମ୍ଭ ହୋଇନାହିଁ। ତେବେ ଠିକାଦାର ଲକ୍ଷାଧିକ ଟଙ୍କା ବ୍ୟୟ କରି ବୋରିଂ ଆଦି କାର୍ଯ୍ୟ କରିଥିଲେ ମଧ୍ୟ ଅନ୍ୟତ୍ର ସେହି କାର୍ଯ୍ୟକୁ ବନ୍ଦ କରାଯାଇଛି। ତେବେ ବ୍ଲକ ବାହାରେ ରଖିଥିବା ସିମେଣ୍ଟ ଦୀର୍ଘଦିନ ଧରି କାମ ନ ହେବାରୁ ତାହା ମୁଣ୍ଡା ହୋଇଗଲାଣି। ତୁରନ୍ତ ଅନ୍ୟ ସ୍ଥାନରେ ନୂତନ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଦାବି ହେଉଛି। ଏ ବିଷୟରେ ବିଡିଓ ଗୌରାଙ୍ଗ ଘୋଷଙ୍କୁ ପଚାରିବାରୁ ସେ କହନ୍ତି କାମ କଣପାଇଁ ବନ୍ଦ ରହିଛି ସେ ଜାଣିନାହାନ୍ତି। ତେବେ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବାରୁ ସେଥିପାଇଁ କାର୍ଯ୍ୟ ବନ୍ଦ ରହିଥାଇପାରେ ବୋଲି ପ୍ରକାଶ କରିଥିଲେ। ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ସନାତନ ନାୟକ କହନ୍ତି ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବାରୁ ବ୍ଲକ ଭିତରକୁ ରାସ୍ତା ମାଡିଯିବ ବୋଲି ବିଡିଓ ଆମକୁ ଚିଠି କରିଥିବାରୁ ଆମେ କାମ ସେଠାରେ ବନ୍ଦ କରିଛୁ । ବ୍ଲକ ତରଫରୁ ଅନ୍ୟ ସ୍ଥାନରେ ସ୍ଥାନ ଚିହ୍ନଟ କରିଲେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ: ନୀତିନିୟମ ସମ୍ପର୍କରେ କରାଗଲା ସଚେତନ

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯୁକ୍ତ ୨ ପ୍ରଥମ…

ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି…

ବଢୁଛି ବୈତରଣୀ: ଚାରିଆଡ଼େ ଜଳମଗ୍ନ

କେନ୍ଦୁଝର, ୨୮।୭: (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ…

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri