ଏମ୍‌ଆଇପି ନିର୍ମାଣ, ମରାମତିରେ ଅର୍ଥ ହରିଲୁଟ

କୋରେଇ,୫ା୬(ଡି.ଏନ.ଏ.): ଅଣଜଳସେଚିତ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କରି ବିପୁଳ ଟଙ୍କା ବ୍ୟୟରେ ବହୁ ସଂଖ୍ୟାରେ ଚେକ୍‌ ଡ୍ୟାମ ନିର୍ମାଣ କରୁଛନ୍ତି। ଚେକ୍‌ ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଚାଷୀଙ୍କ ପରାମର୍ଶ ନ ନେଇ ଠିକାଦାରଙ୍କ ମର୍ଜିରେ ପ୍ରକଳ୍ପ କରାଯାଉଛି। ଫଳରେ ପ୍ରକଳ୍ପଗୁଡ଼ିକ ଚାଷୀଙ୍କ କାମରେ ଲାଗିପାରୁ ନାହିଁ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାରଙ୍କ ଏହି ଯୋଜନା ଫେଲ ମାରୁଛି। ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ବରବାଦ ହେଉଛି। ଠିକାଦାର ଓ ଯନ୍ତ୍ରୀମାନେ ଆବଣ୍ଟିତ ଅର୍ଥରାଶି ହରିଲୁଟ କରି ବିଶେଷ ଲାଭବାନ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୋରେଇ ବ୍ଲକ ଅଧୀନରେ ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ଚେକଡ୍ୟାମ ନିର୍ମାଣ ଓ ଚାଷ ଜମିକୁ ଜଳସେଚନ ତଥା ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍‌ଆଇପି ପ୍ରକଳ୍ପ ଗୁଡ଼ିକର ମରାମତି ନିମନ୍ତେ ସମୁଦାୟ ୧.୬୯ କୋଟି ଖର୍ଚ୍ଚ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ ଏହି ବ୍ଲକ ଅଧୀନ କୋଲାର ଚେକଡ୍ୟାମ ମରାମତିରେ ୧.୧୩ ଲକ୍ଷ ଏବଂ ଅନ୍ଧାରୀ ଚେକଡ୍ୟାମ ୨ଥର ମରାମତି ନାମରେ ୪.୪୪ ଲକ୍ଷ, ତାଜପୁର ଚେକଡ୍ୟାମ୍‌ ୨ଥର ମରାମତିରେ ୩.୧୧ ଲକ୍ଷ, ଜହ୍ନା ଏମ୍‌ଆଇପି ମରାମତି ଏବଂ ଫେବ୍ରିକେସନ କାର୍ଯ୍ୟରେ ୯.୩୮ ଲକ୍ଷ, ବଡ଼ବନ୍ଧ ଉନ୍ନତୀକରଣ ଏବଂ ମରାମତି ପାଇଁ ୩ ଥର ୨୩.୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଆର୍ଥିକ ବର୍ଷ ୨୦୨୨ରେ ପଛିକୋଟ ପଞ୍ଚାୟତର ଆଇଚିପୁର ଏବଂ ଗୋଦରାପାଳ ଗ୍ରାମରେ ୨ ନୂତନ ଚେକ୍‌ଡ୍ୟାମ ନିର୍ମାଣରେ ୧.୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଡମ୍ବନାର ବିଷୟ କୋଟିକୋଟି ଟଙ୍କାରେ ନିର୍ମିତ ଏହି ଚେକଡ୍ୟାମ ଓ ଏମ୍‌ଆଇ୍‌ପିଗୁଡ଼ିକ ସ୍ଥାନୀୟ ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଉପଯୋଗୀ ହୋଇପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଏମ୍‌ଆଇପି ନିର୍ମାଣ ବା ମରାମତି ସମୟରେ ମୁଖ୍ୟନିର୍ବାହୀ ଯନ୍ତ୍ରୀ କିମ୍ବା ବିଭାଗୀୟ କୌଣସି ବରିଷ୍ଠ ଅଧିକାରୀ ନିର୍ମାଣସ୍ଥଳୀ ପରିଭ୍ରମଣ ନ କରି ଅର୍ଥ ଲାଳସାରେ ଠିକାଦାରଙ୍କୁ କ୍ଲିନଚିଟ ଦେଇ ବିଲ କରୁଥିବା ଚର୍ଚ୍ଚା ହେଉଛି। ବିଭାଗୀୟ ସମର୍ଥନ ପାଇ ଠିକାଦାର ମଧ୍ୟ ନିମ୍ନମାନର କାମ କରି ବିପୁଳ ଅର୍ଥ ହରିଲୁଟ କରୁଥିବା ଆଲୋଚନା ହେଉଛି। ପୂର୍ବରୁ ତଳଗଡ଼ ପଞ୍ଚାୟତର ଭଙ୍ଗାବନ୍ଧ ଏମ୍‌ଆଇପିରେ ଅଧାପନ୍ତରିଆ କାର୍ଯ୍ୟ କରି ଠିକାଦାର ପ୍ରାୟ ୫୮ ଲକ୍ଷ ଟଙ୍କାର ବିଲ କରି ଛତ୍ରଭଙ୍ଗଦେଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଖୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଫଳରେ ଏହି ପ୍ରକଳ୍ପ ଉପରେ ଭରସା କରିଥିବା ପ୍ରାୟ ୫୦ରୁ ଊଦ୍ଧର୍‌ବ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଛି। ଚାଷୀଙ୍କ ପରାମର୍ଶ ନ ନେଇ ଧମକଚମକ ଦେଇ ତୁଳତି ଏମଆଇପିରେ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ପ୍ରାୟ ୪୨ଲକ୍ଷ ଟଙ୍କା ହରିଲୁଟ କରିଥିବା ସେତେବେଳେ ଅଭିଯୋଗ ହୋଇଥିଲା। ପରେ ଏହି ପ୍ରକଳ୍ପ ଚାଷୀଙ୍କ କାମରେ ନ ଲାଗିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ମଧ୍ୟ ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ଅର୍ଥ ଅସୁଲ କରି ଚାପି ଦେଇଥିଲେ।
ଏହିମର୍ମରେ ଯାଜପୁର ଜିଲାରେ ଏମଆଇପି କାର୍ଯ୍ୟ କରୁଥିବା ବେଳେ ପ୍ରାୟ ୮୦ ଭାଗ ପ୍ରକଳ୍ପ ଚାଷୀଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଅଧିକାରୀଙ୍କ ନୀରବତା ଯୋଗୁ କୋଟିକୋଟି ଟଙ୍କାରେ ନିର୍ମିତ ଅଧିକାଂଶ ଚେକ୍‌ଡ୍ୟାମ ଓ ଏମଆଇପିଗୁଡ଼ିକ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଭୁଶୁଡ଼ି ପଡୁଛି। ନିର୍ମାଣ ହେଉଥିବା କ୍ଷୁଦ୍ରଜଳସେଚନ ବିଭାଗର ପ୍ରକଳ୍ପଗୁଡ଼ିକ କେବଳ ଠିକାଦାର ଓ ଯନ୍ତ୍ରୀଙ୍କ ପୋଷଣ ନୀତି ପାଇଁ କାର୍ଯ୍ୟକାରୀ ହେଉଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଠିକାଦାରଙ୍କ ବିରୋଧରେ ସ୍ଥାନୀୟ ଚାଷୀ ଯେତେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କାର୍ଯ୍ୟ ପୂର୍ବରୁ ବିଭାଗର ବରିଷ୍ଠ ଅଧିକାରୀ ପ୍ରକଳ୍ପ ନିର୍ମାଣସ୍ଥଳୀ ଭ୍ରମଣ କରି ଚାଷୀଙ୍କ ପରାମର୍ଶ ଏବଂ ନିର୍ମାଣପରେ ଗନ୍ତବ୍ୟସ୍ଥଳୀକୁ ଯାଇ ପ୍ରକଳ୍ପର ସଫଳତା ପରଖିଲେ ଏହି ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦଳେଇଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ପୂର୍ବରୁ ହୋଇଛି ଏବଂ ସେ ଏବିଷୟରେ ଅବଗତ ନାହାନ୍ତି। ମାତ୍ର ଏବେ ଚାଲୁଥିବା ପ୍ରକଳ୍ପଗୁଡ଼ିକ ଠିକ୍‌ରେ ହେଉଛି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri