ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର

ଜଗତ୍‌ସିଂହପୁର ଅଫିସ, ୧୯ା୯:ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏହି ଆସନ ପାଇଁ ୩।୧୧।୨୦୨୦ରେ ଉପନିର୍ବାଚନ ହୋଇଥିଲା। ଏନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଆସ୍ଥା ବଢ଼ାଇବା ପାଇଁ ସେମାନଙ୍କ ଦୀର୍ଘ ଦିନର ଦାବି ଥିବା ୨ଟି ସେତୁ ନିର୍ମାଣ କରିବାକୁ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅନୁଯାୟୀ, ୨୮ା୯ା୨୦୨୦ରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତିର୍ତ୍ତୋଲ-ପୋସଲ ଓ ପୂର୍ତ୍ତ ବିଭାଗ ଦ୍ୱାରା ଜଇପୁର-କଟିକଟା ହାଇଲେଭଲ୍‌ ସେତୁର ଶିଳାନ୍ୟାସ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଉପନିର୍ବାଚନ ପାଇଁ ତିର୍ତ୍ତୋଲବାସୀଙ୍କୁ ଭେଟି ବୋଲି ଆଲୋଚନା ଜୋର ଧରିଥିଲା । କିନ୍ତୁ ଏଥିମଧ୍ୟରେ ୨ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଉଭୟ ସେତୁ ନିର୍ମାଣ କାମ ଅଧା ହୋଇନାହିଁ । ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଶିଳାନ୍ୟାସ ସମୟରେ ତିର୍ତ୍ତୋଲ-ପୋସଲ ହାଇଲେଭଲ୍‌ ସେତୁ ନିର୍ମାଣ ପାଇଁ ୧୧୮.୫୬ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ସୂଚନା ଦିଆଯାଇଥିଲା। ପାଖାପାଖି ୯୦୦ ମିଟର ଦୈର୍ଘ୍ୟ ଓ ଷ୍ଟିଲ୍‌ ପୋଲ ହେବାର ଥିବାରୁ ବ୍ୟୟ ଅଟକଳ ଅଧିକ ଥିବା ଜଣାଯାଇଥିଲା। କିନ୍ତୁ ପରେ ଏହି ପୋଲ ଡିଜାଇନ୍‌ ବଦଳିଯାଇଥିଲା। ଅର୍ଥାତ୍‌ ଷ୍ଟିଲ୍‌ ବଦଳରେ କଂକ୍ରିଟ୍‌ ପୋଲ କରିବାକୁ ସ୍ଥିର କରାଯାଇଥିଲା। ଫଳରେ ବ୍ୟୟ ଅଟକଳ ପାଖାପାଖି ୫୩ କୋଟି ଟଙ୍କାକୁ ଖସି ଆସିଥିଲା। ସେହିପରି ଜଇପୁର-କଟିକଟା ହାଇଲେବୁଲ୍‌ ସେତୁ ନିର୍ମାଣ ନିମନ୍ତେ ୮୨.୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ପାଖାପାଖି ୧୩୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ ଅପରିବର୍ତ୍ତିତ ରହିଥିଲା। ଏହି ୨ଟି ସେତୁ ନିର୍ମାଣ ହେଲେ ତିର୍ତ୍ତୋଲ ସହ କଟକ ଓ କେନ୍ଦ୍ରାପଡ଼ା ଜିଲାର ୨୮ ପଞ୍ଚାୟତର ଦେଢଲକ୍ଷ ଲୋକ ଉପକୃତ ହେବେ। ଏ ସମ୍ପର୍କରେ ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରୁ ପୋଲ ଖୁଣ୍ଟି ପାଇଁ ୱେଲ୍‌ ନିର୍ମାଣ ଆପାତତଃ ସରିଛି । ବନ୍ୟା ଯୋଗୁ କାମ ଅଟକିଛି । ବର୍ଷାଦିନ ସରିଲେ ଅର୍ଥାତ୍‌ ଦଶହରା ପରେ ପୁଣି କାମ ଆରମ୍ଭ ହେବ । ଏନେଇ ଆଉ ପାଖାପାଖି ୨ ବର୍ଷ ଅର୍ଥାତ୍‌ ୨୦୨୪ ସୁଦ୍ଧା ପୋଲ ଉଦ୍‌ଘାଟନ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri