ଲଗାତର ପ୍ରଶ୍ନପତ୍ର ଲିକ୍‌: ପରୀକ୍ଷା ବାତିଲ, ୫ ହଜାର ଛାତ୍ରୀଛାତ୍ର ପ୍ରଭାବିତ

ସମ୍ବଲପୁର,୧୬।୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ଦ୍ୱାରା ପରିଚାଳିତ ଯୁକ୍ତ୩ ଶେଷବର୍ଷ ପରୀକ୍ଷାର ପ୍ରଶ୍ନପତ୍ର ଲଗାତର ଦ୍ୱିତୀୟ ଦିନ ପାଇଁ ଲିକ୍‌ ହୋଇଛି। ଗୁରୁବାର ଯୁକ୍ତ୩ ଶେଷବର୍ଷ ଏଜୁକେଶନ ଅନର୍ସ ପରେ ଶୁକ୍ରବାର ଫିଜିକ୍ସ ଅନର୍ସ (ଷ୍ଟାଟିଷ୍ଟିକାଲ ମେକାନିକ) ପ୍ରଶ୍ନପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଛି। ଏହା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟ ଅଧୀନ ୨୦୫ କଲେଜରେ ପରୀକ୍ଷା ବାତିଲ କରିଦିଆଯାଇଛି। ଫଳରେ ପ୍ରାୟ ୫ ହଜାର ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ଏହାସହ ଏସ୍‌ୟୁ ପକ୍ଷରୁ ଏକ ୩ ଜଣିଆ କମିଟି ଗଠନ କରାଯାଇ ତଦନ୍ତ କରାଯାଉଛି। ପ୍ରଶ୍ନପତ୍ର ତିଆରି ହୋଇଥିବା ସ୍ଥାନରୁ ଲିକ୍‌ ହୋଇଥିବା ସନ୍ଦେହ କରାଯାଉଛି। କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ କହିଛନ୍ତି, ପ୍ରଶ୍ନପତ୍ର ତିଆରି ଦାୟିତ୍ୱରେ ଥିବା କୁଚିଣ୍ଡା ସରକାରୀ ଆଡେଡ୍‌ କଲେଜର ଫିଜିକ୍ସ ଅଧ୍ୟାପକଙ୍କୁ ନୋଟିସ୍‌ କରାଯିବା ପରେ ସେ ଆସି ଲିଖିତ ଭାବେ ଜଣାଇଛନ୍ତି। ଶନିବାର ପୁଣି ଉକ୍ତ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ସହ ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ ଆଲୋଚନା କରାଯିବ। ଅନ୍ୟପଟେ ପ୍ରଶ୍ନପତ୍ର ସେଟ୍‌ ଦାୟିତ୍ୱରେ ଥିବା ଏସ୍‌ୟୁର ଅଧ୍ୟାପକ ଓ ଅଧିକାରୀଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି। ଏଥିରେ ଯାହାର ଲିଙ୍କ୍‌ ଥିବା ଜଣାପଡ଼ିିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାତିଲ ହୋଇଥିବା ଏଜୁକେଶନ ପରୀକ୍ଷା ଜୁଲାଇ ୧୯ ଓ ଫିଜିକ୍ସ ପରୀକ୍ଷା ଜୁଲାଇ ୨୨ରେ ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ସୂଚନା ଦେଇଛନ୍ତି।
କୁଳପତି ମିତ୍ତଲ ଆହୁରି କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଏ ନେଇ ବୁର୍ଲା ଥାନାରେ ଅଭିଯୋଗ କରାଯାଇଛି। ସାଇବର ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଦୁଇଟି ସ୍ଥାନରୁ ଲିକ୍‌ ହୋଇଥିବା ସନ୍ଦେହ କରାଯାଉଛି। ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ନୋଟିସ୍‌ କରାଯାଇଛି। ଆଗକୁ ବାକି ରହିଥିବା ସମସ୍ତ ବିଷୟର ପ୍ରଶ୍ନପତ୍ରରେ ପରିବର୍ତ୍ତନ କରାଯିବ। ପୁଣିଥରେ ପ୍ରଶ୍ନପତ୍ର ତିଆରି କରାଯିବ। ତାହାକୁ ପରୀକ୍ଷାର ୧ଘଣ୍ଟା ପୂର୍ବରୁ ବିଭିନ୍ନ କଲେଜକୁ ମେଲ୍‌ କରାଯିବ। ସେମାନେ ପ୍ରଶ୍ନପତ୍ର ଡାଉନ୍‌ଲୋଡ କରି ସୁବିଧାରେ ପରୀକ୍ଷା କରିପାରିବେ। ଘଟଣାକୁ ନେଇ ସବୁ ଦିଗରୁ ତଦନ୍ତ କରାଯାଉଛି। କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଶ୍ଚିତ ଭାବେ ଗ୍ରହଣ କରାଯିବ ବୋଲି କୁଳପତି ମିତ୍ତଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri