କନଷ୍ଟେବଳ ନିଯୁକ୍ତି ବୟସ ସୀମା ୪ବର୍ଷ କୋହଳ

କଟକ ଅଫିସ,୨୫।୧: କନଷ୍ଟେବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ ପ୍ରସଙ୍ଗରେ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ କନଷ୍ଟେବଳ ନିଯୁକ୍ତି ହୋଇ ନ ଥିବାରୁ ଆଶାୟୀଙ୍କ ସର୍ବାଧିକ ବୟସ ସୀମାକୁ ବିଚାରକୁ ନେଇ ୪ବର୍ଷ କୋହଳ କରାଯାଇଛି। ଏହି ନିର୍ଦ୍ଦେଶ କେବଳ ଚଳିତ ବର୍ଷ ପାଇଁ ଲାଗୁ ହେବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଏଥିସହିତ ଅଦାଲତ କୌଣସି ଶାରୀରିକ ଦକ୍ଷତା(ଫିଟ୍‌ନେସ) ପ୍ରସଙ୍ଗରେ କୋହଳ କରି ନାହାନ୍ତି। ବୟସ ସୀମା କୋହଳ ପାଇଁ ହାଇକୋର୍ଟରେ ଆଗତ ୩ଟି ମାମଲାର ଏକତ୍ର ଶୁଣାଣି କରି ବିଚାରପତି ଏ.କେ. ମହାପାତ୍ର ଏହି ରାୟ ଶୁଣାଇଛନ୍ତି।
ପ୍ରକାଶ ଯେ, ୪,୭୯୦ କନଷ୍ଟେବଳ ପଦବୀ ପୂରଣ ପାଇଁ ୨୦୨୨ ଡିସେମ୍ବର ୩୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୭ ଏବଂ ସର୍ବାଧିକ ବୟସ ୨୩ ରଖାଯାଇଥିଲା। ଆବେଦନର ଶେଷ ତାରିଖ ୨୦୨୩ ଜାନୁୟାରୀ ୨୨ ରହିଥିଲା। ହେଲେ କୋଭିଡ୍‌ ଯୋଗୁ ଗତ ୪ବର୍ଷ ହେଲା କନଷ୍ଟେବଳ ନିଯୁକ୍ତି ହୋଇ ନ ଥିବା କାରଣରୁ ବହୁ ଆଶାୟୀ ଆବେଦନ କରିପାରି ନ ଥିଲେ ଏବଂ ସର୍ବାଧିକ ବୟସ ପାର କରିଯାଇଥିଲେ। ତେଣୁ ବୟସ ସୀମା କୋହଳ କରିବାକୁ ନଗେନ ଭୋଇ, ରଶ୍ମିରଞ୍ଜନ ବେହେରା, ସତ୍ୟଜିତ ପ୍ରଧାନ ଏବଂ ଅନ୍ୟମାନେ ହାଇକୋର୍ଟରେ ପୃଥକ ଆବେଦନ କରିଥିଲେ, ଯାହା ଯଥାକ୍ରମେ ଡବ୍ଲ୍ୟୁପିସି ନଂ. ୩୪୧/୨୦୨୩, ଡବ୍ଲ୍ୟୁପିସି ନଂ. ୩୧୪/୨୦୨୩ ଏବଂ ଡବ୍ଲ୍ୟୁପିସି ନଂ. ୮୮୦/୨୦୨୩ରେ ପଞ୍ଜୀକୃତ ହୋଇଥିଲା। ଗତ ୧୭ତାରିଖରେ ଉକ୍ତ ୩ମାମଲାର ବିଚାରପତି ମହାପାତ୍ରଙ୍କ ପୀଠରେ ଏକତ୍ର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା। ଅଦାଲତ ମଙ୍ଗଳବାର ଏହାର ରାୟ ପ୍ରକାଶ କରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ କନଷ୍ଟେବଳ ପଦବୀ ପାଇଁ ସର୍ବାଧିକ ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ। ଏଥିସହିତ ଗତ ୩୦ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ଭାବେ ଖାରଜ ନ କରି କେବଳ ବୟସ ସୀମା ୪ବର୍ଷ କୋହଳ କରାଯାଇଥିବା ସମ୍ପର୍କରେ ଏକ ସଂଶୋଧନ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଦାଲତ କହିଛନ୍ତି। ଆବେଦନର ଶେଷ ତାରିଖକୁ ଫେବୃୟାରୀ ୧୦କୁ ବୃଦ୍ଧି କରାଯାଇଛି। ହାଇକୋର୍ଟଙ୍କ ଏହି ରାୟ ପରେ ଆଶାୟୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆମକୁ କୋର୍ଟରୁ ଉଚିତ ନ୍ୟାୟ ମିଳିଛି ବୋଲି ଜଣେ କନଷ୍ଟେବଳ ଆଶାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri