ଜୀବନସାଥୀ ବାଛିବା ପୂର୍ବରୁ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍‌…

ଆଜିକାଲି ସମୟରେ ଭଲ ଜୀବନସାଥୀଟିଏ ମିଳିବା ବହୁତ କଷ୍ଟସାଧ୍ୟ। କାରଣ ଏହାର ପ୍ରଭାବ ଆପଣଙ୍କ ପୂରା ଜୀବନ ଉପରେ ପଡ଼ିଥାଏ। ବିଶେଷକରି ଆରେଞ୍ଜ ମ୍ୟାରେଜ ବା ପ୍ରସ୍ତାବିତ ବିବାହ କରୁଥିଲେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। ସେ ଝିଅ ହୁଅନ୍ତୁ କି ପୁଅ। ଆମ ଦେଶରେ ଦେଖାଯାଏ ପୁଅମାନଙ୍କ ପରିବାର ଝିଅ କେମିତିକା ଜାଣିବା ବହୁତ ଜରୁରୀ ଅଟେ। ଏହା ପରେ ପୁଅ କିମ୍ବା ଝିଅଙ୍କ ପସନ୍ଦ ବିଷୟରେ ପଚରା ଯାଇଥାଏ। ଆରେଞ୍ଜ ମ୍ୟାରେଜରେ ଜଣେ ଭଲ ଜୀବନସାଥୀ ମିଳିଲେ ଜୀବନ ପୂରା ବଦଳି ଯାଇଥାଏ ଉଭୟ ଝିଅ ଆଉ ପୁଅ ଖୁସିରେ ରହିଥାନ୍ତି। ମାତ୍ର ବେଳେବେଳେ ଏହି ମ୍ୟାରେଜ ଯୋଗୁ ସାରା ଜୀବନ ପସ୍ତାଇବାକୁ ବି ପଡ଼ିଥାଏ। ତେଣୁ ଆରେଞ୍ଜ ମ୍ୟାରେଜ କରୁଥିଲେ କିଛି କଥା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ…

ଆରେଞ୍ଜ ମ୍ୟାରେଜରେ ଲୋକମାନେ ବିଶେଷକରି ପାରିବାରିକ ସ୍ଥିତି, ସାମାଜିକ ସ୍ଥିତି ଏବଂ ପରିବାରର ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ଦେଇଥାନ୍ତି। ମାତ୍ର ଭାବପ୍ରବଣ, ସୁସଙ୍ଗତତା ଜୀବନଶୈଳୀକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ। କାରଣ ଏହି କଥାଗୁଡ଼ିକ ଭବିଷ୍ୟତରେ ଅନେକ ଚ୍ୟାଲେଞ୍ଜର କାରଣ ହୋଇପାରେ।

କିଛି ଲୋକ ପାରିବାରିକ ଚାପ ଯୋଗୁ ନିଜର ପ୍ରାଥମିକତାକୁ ଅଣଦେଖା କରିଥାନ୍ତି। ଅର୍ଥାତ ନିଜର ଇଚ୍ଛାକୁ ଅବହେଳା କରନ୍ତି। ଜୀବନସାଥୀ ବାଛିବା ପୂର୍ବରୁ ଆପଣଙ୍କ ପରିବାର ପ୍ରଥମେ ନିଜର ପ୍ରାଥମିକତା ଏବଂ ଇଚ୍ଛା ସମ୍ପର୍କରେ ଜଣାଇ ଦିଅନ୍ତୁ। ପରବର୍ତ୍ତୀ ସମୟରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ଏହି କଥାର ଧ୍ୟାନ ରଖିବେ।

ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସେ ଝିଅ ଦେଖି ହେଉ କି ପୁଅ । ଲଭ୍‌ ମ୍ୟାରେଜରେ ଝିଅ-ପୁଅ ଆଗରୁ କଥା ହୋଇ ପରସ୍ପରକୁ ଜାଣିଥାନ୍ତି। ମାତ୍ର ଆରେଞ୍ଜ ମ୍ୟାରେଜରେ ଟିକେ ଭିନ୍ନ ହୋଇଥାଏ। ତେଣୁ କିଛିଦିନ ଝିଅ-ପୁଅ କଥା ହେବା ଜରୁରୀ। ଏହାଦ୍ୱାରା ପରସ୍ପରକୁ ଜାଣିପାରିବେ।

ଆରେଞ୍ଜ ମ୍ୟାରେଜରେ ଝିଅ ହୁଅନ୍ତୁ କି ପୁଅ ଜୀବନସାଥୀ ବାଛିବା ଅଧିକାର ପରିବାରକୁ ଦେଇଥାନ୍ତି। ବିବାହ ପରେ ଯଦି କିଛି ଅସୁବିଧା ହୁଏ ତେବେ ସେମାନେ ସମ୍ପୂର୍ଣ୍ଣ ଦୋଷ ପରିବାର ଲୋକଙ୍କୁ ଦେଇଥାନ୍ତି। ତେଣୁ ଆପଣ ଏସବୁ ସବୁଥିରୁ ବଞ୍ଚିବାକୁ ଚାହୁଁଥିଲେ ବା ଆରେଞ୍ଜ ମ୍ୟାରେଜକୁ ସଫଳ କରିବାକୁ ଚାହୁଁଥିଲେ ଉପରୋକ୍ତ କଥା ପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନ ହସଖୁସିରେ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବିବାହିତ ବ୍ୟକ୍ତି ସ୍ବପ୍ନରେ ଏହି ୪ ଜିନିଷ ଦେଖିବା ଶୁଭ; ବୁଝିନିଅନ୍ତୁ ଯେ ଶୀଘ୍ର ହେବ ବିବାହ…

ମନୁଷ୍ୟ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ହିନ୍ଦୁ ଧର୍ମରେ ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ଜଣେ...

ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି।...

ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ

ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି...

ସ୍ବାସ୍ଥ୍ୟବର୍ଦ୍ଧକ କନ୍ଦମୂଳ: ଖାଇବାକୁ ଯେମିତି ସୁସ୍ବାଦୁ, ଶରୀର ପାଇଁ ସେମିତି ଉପକାରୀ

କନ୍ଦମୂଳ ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ଏ, ବିଟା...

ଛୋଟ ଛୋଟ କଥାକୁ ନେଇ କଳହ ଉପୁଜୁଛି କି? ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁଟିପ୍ସ ଜାଣିରଖନ୍ତୁ…

ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପତ୍ନୀପତିଙ୍କ ଭିତରେ କଥା କଟାକଟି ହୋଇଥାଏ। ଏହା ସାଧାରଣ ଲାଗିଲେ ବି ଏହା ପଛରେ ମଧ୍ୟ ବାସ୍ତୁଦୋଷର କିଛିଟା...

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri