Posted inଖେଳ

ନାର୍କୋ ଟେଷ୍ଟ ପାଇଁ ରେସ୍‌ଲରଙ୍କ ସହମତି

ନୂଆଦିଲ୍ଲୀ,୨୩ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୯ ଦିନରେ ପହଞ୍ଚତ୍ଛି। ଭାରତର ଅଲିମ୍ପିକ୍ସ ପଦକ ବିଜୟୀ ରେସ୍‌ଲର ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆଙ୍କ ସମେତ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ଭିନେଶ ଫୋଗତ୍‌ ଯନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ତେବେ ଡବ୍ଲୁଏଫ୍‌ଆଇ ମୁଖ୍ୟ ରହିଥିବା ବ୍ରିଜ୍‌ଭୂଷଣ ରବିବାର ଏକ ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ଲେଖିଥିଲେ, ମୁଁ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ମାତ୍ର ବଜରଙ୍ଗ ଓ ଭିନେଶ୍‌ ମଧ୍ୟ ନାର୍କୋ ଟେଷ୍ଟ ପାଇଁ ରାଜି ହେବା ଉଚିତ। ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଆମେ ମଧ୍ୟ ଏହି ଟେଷ୍ଟ ପାଇଁ ପ୍ରସ୍ତୁତ। କେବଳ ଆନ୍ଦୋଳନରେ ବସିଥିବା ଖେଳାଳି ନୁହନ୍ତି ବରଂ ଯେଉଁମାନେ ପୀଡ଼ିତା, ସେମାନେ ମଧ୍ୟ ଏହି ଟେଷ୍ଟ ପାଇଁ ପ୍ରସ୍ତୁତ। ତେବେ ଏହି ଟେଷ୍ଟ ସୁପ୍ରିମ୍‌କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବା ଉଚିତ୍‌ ଏବଂ ଏଥିରେ କ’ଣ ପ୍ରଶ୍ନ କରାଯାଉଛି ତାହା ସମଗ୍ର ଦେଶବାସୀ ଜାଣିବା ଦରକାର ବୋଲି ସେ କହିଛନ୍ତି। ଖେଳାଳିମାନେ କେଉଁଭଳି କଷ୍ଟ ସହିଛନ୍ତି ତାହା ସମଗ୍ର ଦେଶବାସୀ ଜାଣିବା ଜରୁରୀ ବୋଲି ଭିନେଶ୍‌ କହିଛନ୍ତି। ଦେଶର କିଛି ଗଣମାଧ୍ୟମ ବ୍ରିଜ୍‌ଭୂଷଣଙ୍କୁ ବଢ଼ାଇ ଚଢ଼ାଇ କହୁଥିବାରୁ ଏପରି କରିବାରୁ କ୍ଷାନ୍ତ ରହିବାକୁ ବଜରଙ୍ଗ ଅନୁରୋଧ କରିଛନ୍ତି। ବ୍ରିଜ୍‌ଭୂଷଣ ଷ୍ଟାର ନୁହନ୍ତି ବରଂ ଜଣେ ଯୌନ ଶୋଷଣକାରୀ। ତେଣୁ ମିଡିଆ ତାଙ୍କର ପ୍ରଶଂସା ବନ୍ଦ କରୁ ବୋଲି ଉଭୟ ଖେଳାଳି ଅନୁରୋଧ କରିଛନ୍ତି। ମଙ୍ଗଳବାର ଦ୍ୱିତୀୟ ଚରଣ ଆନ୍ଦୋଳନକୁ ୧ ମାସ ବିତୁଥିବା ବେଳେ ଖେଳାଳିମାନେ ଯନ୍ତରମନ୍ତରଠାରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ଏକ ମହମବତି ଶୋଭାଯାତ୍ର ଆୟୋଜନ କରିବେ। ଅପରାହ୍ନ ୫ଟାରେ ଏହି ଯାତ୍ରା ହେବ। ଏହି ଶୋଭାଯାତ୍ରାରେ ଅଧିକରୁ ଅଧିକ ସାଧାରଣ ଜନତା ଯୋଗ ଦେବା ପାଇଁ ଉଭୟ ଖେଳାଳି ଅନୁରୋଧ କରିଛନ୍ତି। ଆମର ଏହି ଆନ୍ଦୋଳନ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଏହାକୁ ଅନେକ ଲୋକ ଭଙ୍ଗ କରିବାକୁ ପ୍ରୟାସ କରୁଛନ୍ତି। ଏପରି ଲୋକଙ୍କ ପାଇଁ ଆମେ ଦାୟୀ ନୁହଁ ବୋଲି କହିଛନ୍ତି ସାକ୍ଷୀ। ଉଲ୍ଲେଖଯୋଗ୍ୟ, ଜଣେ ନାବାଳିକାଙ୍କ ସମେତ ୭ ଜଣ ରେସ୍‌ଲର ବ୍ରିଜ୍‌ଭୂଷଣଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri