ସଚେନତନା ହିଁ ନିରାକରଣ

ଜଳାତଙ୍କରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୋଷା କୁକୁରଠାରୁ ଆରମ୍ଭ କରି ବୁଲା କୁକୁର କାମୁଡ଼ା ଯୋଗୁ ଲୋକେ ଜଳାତଙ୍କରେ ଆକ୍ରାନ୍ତ ହୋଇଥାନ୍ତି। ପୃଥିବୀରେ ବର୍ଷକୁ ୫୯,୦୦୦ ଲୋକଙ୍କର ଜଳାତଙ୍କରେ ମୃତ୍ୟୁ ଘଟିଥାଏ। ତେବେ ସଚେତନତା ଦ୍ୱାରା ଏହାର ନିରାକଣର ସମ୍ଭବ। ବିକଶିତ ଦେଶରେ ପ୍ରତିବର୍ଷ ଜଳାତଙ୍କରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ। କାରଣ ସେଠକାର ଅଧିକାଂଶ ବାସିନ୍ଦା କୁକୁର ବିଲେଇ ଆଦି ପୋଷାପ୍ରାଣୀ ରଖିଥାନ୍ତି। ଏସିଆରେ ମଧ୍ୟ ବହୁ ଲୋକ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୦୭ ସେପ୍ଟେମ୍ବର ୨୮ରେ ବିଶ୍ୱ ଜଳାତଙ୍କ ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଦିନ ପୃଥିବୀର ବିଭିନ୍ନ ଦେଶରେ ଜଳାତଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ପ୍ରଥମ ବିଶ୍ୱ ଜଳାତଙ୍କ ଦିବସ ଅଭିଯାନ ୨୦୦୭ ସେପ୍ଟେମ୍ବର ୮ ରେ ଆମେରିକାର ଆଲାଏନ୍ସ ଫର ରେବିସ କଣ୍ଟ୍ରୋଲ ଏବଂ ରୋଗ ନିୟନ୍ତ୍ରଣ, ଆଟଲାଣ୍ଟିକାର ରୋଗ ପ୍ରତିରୋଧକ କେନ୍ଦ୍ର, ବିଶ୍ୱସ୍ବାସ୍ଥ୍ୟ ସଂଗଠନ, ବିଶ୍ୱ ପ୍ରାଣୀ ସଂଗଠନର ସହଯୋଗରେ ଆରମ୍ଭ ହୋଇଥିଲା। ଏହି ଅବସରରେ ୧୦୦ରୁ ଅଧିକ ଦେଶରେ ଜଳାତଙ୍କ ପ୍ରତିରୋଧ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାରା ବିଶ୍ୱରେ ପ୍ରାୟ ୧୦୦ ନିୟୁତ ଲୋକଙ୍କୁ ଜଳାତଙ୍କ ବିଷୟରେ ଶିକ୍ଷା ଦିଆଯାଇଥିଲା ଏବଂ ପ୍ରାୟ ୩ ନିୟୁତ କୁକୁରଙ୍କୁ ଟିକାକରଣ କରାଯାଇଥିଲା। ଅନ୍ତର୍ଜାତୀୟ ସରକାରୀ ଏଜେନ୍ସି, ଏକାଡେମିକ୍ସ, ଏନ୍‌ଜିଓ ଏବଂ ଟିକା ଉତ୍ପାଦନକାରୀ ସଂସ୍ଥାଙ୍କ ଏକ ନେଟ୍‌ୱାର୍କ ଦ୍ୱାରା ୨୦୧୧ରେ ବିଶ୍ୱସ୍ତରରେ କିଭଳି ଜଳାତଙ୍କ ସଂକ୍ରମଣକୁ କିଭଳି ରୋକା ଯାଇ ପାରିବ ତାହାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୩ରେ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱସ୍ତରରେ ସଂଗଠନ ସର୍ବପ୍ରଥମେ ବିଶ୍ୱବ୍ୟାପୀ ଜଳାତଙ୍କ ହଟାଇବା ଲାଗି ଆହ୍ବାନ ଦିଆଯାଇଥିଲା। ସେହିପରି ୨୦୧୫ରେ ପ୍ରଥମ ଆଫ୍ରିକୀୟ ରାବିଜ କଣ୍ଟ୍ରୋଲ ନେଟୱାର୍କ ବୈଠକରେ ପ୍ରତିନିଧିତ୍ୱ କରିଥିବା ୩୩ଟି ଆଫ୍ରିକୀୟ ଦେଶ ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର, ଆମେରିକାର କୃଷି ବିଭାଗ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ୱାଲର୍‌ଡ ଅର୍ଗାନାଇଜେଶନ ଫର ପ୍ରାଣୀ ସ୍ବାସ୍ଥ୍ୟ, ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଆଦି ବିଶ୍ୱସ୍ତରୀୟ ସଂସ୍ଥା ପକ୍ଷରୁ ୨୦୩୦ ସୁଦ୍ଧା ଜଳାତଙ୍କରୁ ମାନବ ମୃତ୍ୟୁକୁ ଦୂର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରହିଛି। ଚଳିତ ବର୍ଷ ଏହି ଦିବସର ଶୀର୍ଷକ ରହିଛି ଜଳାତଙ୍କ: ସତ୍ୟ, ଭୟ କରିବା ନୁହେଁ ଜରୁରୀ( ରାବିଜ୍‌: ଫାକ୍ଟ, ନଟ୍‌ ଫିଅର)। ଅର୍ଥାତ୍‌ ଜଳାତଙ୍କର ଆତଙ୍କରେ ଆତଙ୍କିତ ନ ହୋଇ ସଚେତନତା ଦ୍ୱାରା ଏହାର ମୁକାବିଲା କରିବା ଦ୍ୱାରା ମାନବ ସମାଜରୁ ଏହା ଦୂର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?