ସଚେନତନା ହିଁ ନିରାକରଣ

ଜଳାତଙ୍କରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୋଷା କୁକୁରଠାରୁ ଆରମ୍ଭ କରି ବୁଲା କୁକୁର କାମୁଡ଼ା ଯୋଗୁ ଲୋକେ ଜଳାତଙ୍କରେ ଆକ୍ରାନ୍ତ ହୋଇଥାନ୍ତି। ପୃଥିବୀରେ ବର୍ଷକୁ ୫୯,୦୦୦ ଲୋକଙ୍କର ଜଳାତଙ୍କରେ ମୃତ୍ୟୁ ଘଟିଥାଏ। ତେବେ ସଚେତନତା ଦ୍ୱାରା ଏହାର ନିରାକଣର ସମ୍ଭବ। ବିକଶିତ ଦେଶରେ ପ୍ରତିବର୍ଷ ଜଳାତଙ୍କରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ। କାରଣ ସେଠକାର ଅଧିକାଂଶ ବାସିନ୍ଦା କୁକୁର ବିଲେଇ ଆଦି ପୋଷାପ୍ରାଣୀ ରଖିଥାନ୍ତି। ଏସିଆରେ ମଧ୍ୟ ବହୁ ଲୋକ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୦୭ ସେପ୍ଟେମ୍ବର ୨୮ରେ ବିଶ୍ୱ ଜଳାତଙ୍କ ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଦିନ ପୃଥିବୀର ବିଭିନ୍ନ ଦେଶରେ ଜଳାତଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ପ୍ରଥମ ବିଶ୍ୱ ଜଳାତଙ୍କ ଦିବସ ଅଭିଯାନ ୨୦୦୭ ସେପ୍ଟେମ୍ବର ୮ ରେ ଆମେରିକାର ଆଲାଏନ୍ସ ଫର ରେବିସ କଣ୍ଟ୍ରୋଲ ଏବଂ ରୋଗ ନିୟନ୍ତ୍ରଣ, ଆଟଲାଣ୍ଟିକାର ରୋଗ ପ୍ରତିରୋଧକ କେନ୍ଦ୍ର, ବିଶ୍ୱସ୍ବାସ୍ଥ୍ୟ ସଂଗଠନ, ବିଶ୍ୱ ପ୍ରାଣୀ ସଂଗଠନର ସହଯୋଗରେ ଆରମ୍ଭ ହୋଇଥିଲା। ଏହି ଅବସରରେ ୧୦୦ରୁ ଅଧିକ ଦେଶରେ ଜଳାତଙ୍କ ପ୍ରତିରୋଧ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାରା ବିଶ୍ୱରେ ପ୍ରାୟ ୧୦୦ ନିୟୁତ ଲୋକଙ୍କୁ ଜଳାତଙ୍କ ବିଷୟରେ ଶିକ୍ଷା ଦିଆଯାଇଥିଲା ଏବଂ ପ୍ରାୟ ୩ ନିୟୁତ କୁକୁରଙ୍କୁ ଟିକାକରଣ କରାଯାଇଥିଲା। ଅନ୍ତର୍ଜାତୀୟ ସରକାରୀ ଏଜେନ୍ସି, ଏକାଡେମିକ୍ସ, ଏନ୍‌ଜିଓ ଏବଂ ଟିକା ଉତ୍ପାଦନକାରୀ ସଂସ୍ଥାଙ୍କ ଏକ ନେଟ୍‌ୱାର୍କ ଦ୍ୱାରା ୨୦୧୧ରେ ବିଶ୍ୱସ୍ତରରେ କିଭଳି ଜଳାତଙ୍କ ସଂକ୍ରମଣକୁ କିଭଳି ରୋକା ଯାଇ ପାରିବ ତାହାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୩ରେ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱସ୍ତରରେ ସଂଗଠନ ସର୍ବପ୍ରଥମେ ବିଶ୍ୱବ୍ୟାପୀ ଜଳାତଙ୍କ ହଟାଇବା ଲାଗି ଆହ୍ବାନ ଦିଆଯାଇଥିଲା। ସେହିପରି ୨୦୧୫ରେ ପ୍ରଥମ ଆଫ୍ରିକୀୟ ରାବିଜ କଣ୍ଟ୍ରୋଲ ନେଟୱାର୍କ ବୈଠକରେ ପ୍ରତିନିଧିତ୍ୱ କରିଥିବା ୩୩ଟି ଆଫ୍ରିକୀୟ ଦେଶ ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର, ଆମେରିକାର କୃଷି ବିଭାଗ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ୱାଲର୍‌ଡ ଅର୍ଗାନାଇଜେଶନ ଫର ପ୍ରାଣୀ ସ୍ବାସ୍ଥ୍ୟ, ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଆଦି ବିଶ୍ୱସ୍ତରୀୟ ସଂସ୍ଥା ପକ୍ଷରୁ ୨୦୩୦ ସୁଦ୍ଧା ଜଳାତଙ୍କରୁ ମାନବ ମୃତ୍ୟୁକୁ ଦୂର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରହିଛି। ଚଳିତ ବର୍ଷ ଏହି ଦିବସର ଶୀର୍ଷକ ରହିଛି ଜଳାତଙ୍କ: ସତ୍ୟ, ଭୟ କରିବା ନୁହେଁ ଜରୁରୀ( ରାବିଜ୍‌: ଫାକ୍ଟ, ନଟ୍‌ ଫିଅର)। ଅର୍ଥାତ୍‌ ଜଳାତଙ୍କର ଆତଙ୍କରେ ଆତଙ୍କିତ ନ ହୋଇ ସଚେତନତା ଦ୍ୱାରା ଏହାର ମୁକାବିଲା କରିବା ଦ୍ୱାରା ମାନବ ସମାଜରୁ ଏହା ଦୂର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri