ସଂଯୋଗ ବା ଷଡ଼ଯନ୍ତ୍ର

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଜୟ ହାସଲ କରିବା ପରେ ବିରୋଧୀ ଶିବିରରେ ନୈରାଶ୍ୟ ଖେଳିଯାଇଛି। ତଥାପି ବିରୋଧୀଙ୍କୁ ଆହୁରି ଚାପରେ ରଖିବା ପାଇଁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଲାଗି ପଡ଼ିଛନ୍ତି। ଏବେ ପାର୍ଲାମେଣ୍ଟରୁ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରଙ୍କୁ ବହିଷ୍କାର କରାଯିବା ଘଟଣା ଆଲୋଚନାକୁ ନିଆଯାଇପାରେ। ମହୁଆଙ୍କ ଗତ ୨୦୧୯ ଠାରୁ ଆଜି ପର୍ଯ୍ୟନ୍ତ ସଂସଦରେ କାର୍ଯ୍ୟକଳାପ ଦେଖିଲେ ସ୍ପଷ୍ଟ ବିରୋଧୀ ଆଭିମୁଖ୍ୟ ବୁଝାପଡ଼େ। ବିଶେଷକରି ଗୌତମ ଆଦାନୀଙ୍କର ଅନେକ ତଥ୍ୟ ପ୍ରକାଶ ହେବା ପରେ ସେହି ବିଷୟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ମହୁଆ ତାଙ୍କର ପାର୍ଲାମେଣ୍ଟାରୀ ଜୀବନକୁ ଦେଶବାସୀଙ୍କ ସାମ୍ନାରେ ଉପସ୍ଥାପିତ କରିଆସୁଥିଲେ। ଆଦାନୀଙ୍କର ଭାଜପା ନେତୃତ୍ୱ ସହିତ ଘନିଷ୍ଠତା ସମ୍ପର୍କରେ ସମସ୍ତେ ଜାଣନ୍ତି। ଏଭଳି ସ୍ଥିତିରେ ମହୁଆଙ୍କ ଆକ୍ରମଣକୁ ବ୍ୟକ୍ତିଗତ ଭାବେ କ୍ଷମତାସୀନ ନେତାମାନେ ନିଜଆଡ଼କୁ ଟାଣିନେଲା ଭଳି ମନେହେଉଛି। ପ୍ରତିଶୋଧ ଭାବେ ମହୁଆଙ୍କୁ ପାର୍ଲାମେଣ୍ଟରୁ ବହିଷ୍କାର କରାଗଲା ବୋଲି ଯାହା କେତେକ ମହଲରେ ମତ ପ୍ରକାଶ ପାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଅବିଶ୍ୱସନୀୟ ନୁହେଁ ବୋଲି ଏବେ ବୁଝାପଡ଼ୁଛି। ପ୍ରଶ୍ନ ପଚାରିବା ପାଇଁ ଅର୍ଥ ସ୍ବୀକାର ମହୁଆ କରିଛନ୍ତି ବୋଲି ଯାହା କୁହାଯାଉଛି ତାହା, ସମ୍ଭବତଃ, ଯେକୌଣସି ସାଂସଦଙ୍କ ବିରୋଧରେ ଅଣାଯାଇ ପାରିବ। ଏଭଳି ଅଭିଯୋଗ ଜଣେ ଲୋକପ୍ରତିନିଧିଙ୍କୁ ଗୃହରୁ ବହିଷ୍କୃତ ହେବାଭଳି ସ୍ଥିତିରେ ପହଞ୍ଚାଇବା ଉଚିତ ନୁହେଁ। ଏଠାରେ ମନେରଖିବାକୁ ହେବ ଯେ ମହୁଆ ଅନେକ ଲକ୍ଷ ଲୋକଙ୍କ ପ୍ରତିନିଧି। ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ଭୋଟର ତାଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାର ଯୋଗ୍ୟତା ରଖିଛନ୍ତି। ଆଉ କେତୋଟି ମାସ ପରେ ଲୋକ ସଭା ନିର୍ବାଚନ ହେବ। ସେହି ଅଗ୍ନି ପରୀକ୍ଷା ଦେବା ପାଇଁ ମହୁଆ ବାଧ୍ୟ ହୋଇଥାନ୍ତେ। କିନ୍ତୁ ବ୍ୟତିବ୍ୟସ୍ତ ହୋଇ ଏହିଭଳି ପଦକ୍ଷେପ ପାର୍ଲାମେଣ୍ଟର ସଦାଚାର କମିଟି ପକ୍ଷରୁ ନିଆଯାଇଥାଇପାରେ ବୋଲି ମତ ପ୍ରକାଶ ପାଉଛି। ସୋସିଆଲ ମିଡିଆକୁ ଦେଖିଲେ କମିଟିର କେତେକ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ମହୁଆଙ୍କ ବିରୋଧରେ ଭୋଟ ଦେବା ପାଇଁ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଧମକ ପାଉଥିଲେ। ଏହା ଯଦି ସତ ହୋଇଥାଏ, ତେବେ ସମସ୍ୟାଟି ମହୁଆଙ୍କ ବହିଷ୍କାରରେ ଶେଷ ହେଲା ନାହିଁ। ଅପରପକ୍ଷରେ ଏହା ଯେଉଁ ନିଆଁ ଲଗାଇଛି ତାହା ଭବିଷ୍ୟତରେ ସଂସଦୀୟ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇପାରେ। ବିରୋଧୀଙ୍କ ମତ ଶୁଣିବା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ରହିବା ଉଚିତ। ପ୍ରତ୍ୟେକ ସମାଲୋଚନାକୁ ଅସହିଷ୍ଣୁତା ମାଧ୍ୟମରେ ଜବାବ ଦିଆଗଲେ ସ୍ଥିତି ଅଗଣତାନ୍ତ୍ରିକ ହୋଇଯିବ।
‘ପ୍ରଶ୍ନ ପଚାରିବା ପାଇଁ ଅର୍ଥ ନେବା’ ଘଟଣାରେ ମହୁଆଙ୍କ ଭୂମିକା ରହିଥିବା କହି ପାର୍ଲାମେଣ୍ଟର ସଦାଚାର କମିଟି ରିପୋର୍ଟ ଦେବା ପରେ ତାଙ୍କୁ ସଂସଦରୁ ବିଦା କରାଯାଇଛି। ଏହି ଘଟଣାରେ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନାହିଁ। ବିଚାର ବ୍ୟବସ୍ଥାରେ ଅଭିଯୁକ୍ତଙ୍କୁ ଓକିଲଙ୍କ ଜରିଆରେ ପକ୍ଷ ରଖିବାର ସୁଯୋଗ ରହିଥାଏ। ମହୁଆ ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ତାଙ୍କୁ ଅନୁରୂପ ସୁଯୋଗ ମିଳିବା କଥା। ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ଶିଳ୍ପପତି ଦର୍ଶନ ହିରାନନ୍ଦାନିଙ୍କୁ ସଦାଚାର କମିଟି ପକ୍ଷରୁ ଆଦୌ ପ୍ରଶ୍ନ ମଧ୍ୟ ପଚରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ବିବାଦୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ବିଷୟରେ ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ଲାଗି ମହୁଆଙ୍କୁ ହିରାନନ୍ଦାନି ଅର୍ଥ ଦେଇଥିବା କହିବା ପରେ ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏମିତି ଦେଖିଲେ କେନ୍ଦ୍ର ସରକାରଙ୍କ ନୀତିକୁ ମହୁଆ ତଥ୍ୟ ପ୍ରମାଣ ଦେଇ ବିରୋଧ କରି ଆସୁଥିଲେ। ତେଣୁ ତାଙ୍କ ସ୍ବରକୁ ଚପାଇ ଦେବା ଲାଗି ଶାସକଙ୍କ ପକ୍ଷରୁ ଚିନ୍ତା କରାଯାଉଥିଲା ଭଳି ମନେହୁଏ। ସଂଯୋଗବଶତଃ ହେଉ ବା ଷଡ଼ଯନ୍ତ୍ରରେ ଫସି ମହୁଆ ଗାତରେ ପଡ଼ିଯିବାରୁ ତାଙ୍କୁ ବହିଷ୍କାର କରିବା ସହଜ ହୋଇଗଲା।

ଏମିତି ଦେଖିଲେ କେନ୍ଦ୍ର ସରକାରଙ୍କ ନୀତିକୁ ମହୁଆ ତଥ୍ୟ ପ୍ରମାଣ ଦେଇ ବିରୋଧ କରି ଆସୁଥିଲେ। ତେଣୁ ତାଙ୍କ ସ୍ବରକୁ ଚପାଇ ଦେବା ଲାଗି ଶାସକଙ୍କ ପକ୍ଷରୁ ଚିନ୍ତା କରାଯାଉଥିଲା ଭଳି ମନେହୁଏ। ସଂଯୋଗବଶତଃ ହେଉ ବା ଷଡ଼ଯନ୍ତ୍ରରେ ଫସି ମହୁଆ ଗାତରେ ପଡ଼ିଯିବାରୁ ତାଙ୍କୁ ବହିଷ୍କାର କରିବା ସହଜ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri