କଂଗ୍ରେସର ଧର୍ମଘଟ: ଟାୟାର ଜାଳି ରାସ୍ତା ଅବରୋଧ

ବରଗଡ଼ ଅଫିସ,୧୨ା୧୧: କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ୬ ଘଣ୍ଟିଆ ଧର୍ମଘଟର ପ୍ରଭାବ ବରଗଡ଼ ଜିଲାରେ ପରିଲକ୍ଷିତ ହୋଇଛି। ସକାଳ ୬ଟାରୁ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ସ୍ବତଃସ୍ଫୁର୍ତ୍ତ ବନ୍ଦ ରହିଛି। ଅପରପକ୍ଷରେ ବରଗଡ଼ ଗାନ୍ଧୀଛକରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ଓ ବାଇକ ରଖି ରାସ୍ତା ଅବରୋଧ କରିଛନ୍ତି। କଲାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷା ମମିତା ମେହେର ଅପହରଣ, ହତ୍ୟା ମାମଲାର ସିବିଆଇ ତଦନ୍ତ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ବରଗଡ଼ ପୋଲିସ ହେପାଜତରେ ଥିବାବେଳେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ଘଟଣାରେ ଦୋଷୀ ପୋଲିସ କର୍ମଚାରୀଙ୍କୁ ଗିରଫ ଦାବିରେ କଂଗ୍ରେସ ବରଗଡ଼ ଜିଲାରେ ଏହି ଆନ୍ଦୋଳନ କରୁଛି। ଆନ୍ଦୋଳନ ଯୋଗୁ ଜୀବନଯାତ୍ରା ବ୍ୟାହତ ହେବା ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ଉପସଭାପତି ପାଣ୍ଡବ କର୍ଣ୍ଣ, ନିପନ କୁମାର ଦାଶ, ପ୍ରତାପ ନାୟକ ପ୍ରମୁଖ ଏହାର ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଆସିଲେ ୪ ଡିଏସ୍‌ପି, ୪ ପ୍ଲାଟୁନ ଫୋର୍ସ: କରିବେ କୋଭିଡ ପରିଚାଳନା ତଦାରଖ

ଛତ୍ରପୁର,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କୋଭିଡ-୧୯ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିପରିପ୍ରେକ୍ଷୀରେ କୋଭିଡ ପରିଚାଳନା ଓ ନିୟମକୁ କଡାକଡି ପାଳନର ତଦାରଖ...

ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଢେଙ୍କାନାଳ ଅଫିସ, ୨୫ ।୧ ଢେଙ୍କାନାଳ ଜିଲାରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ଲାଗି ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା କାର୍ଯ୍ୟାଳୟରେ...

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା ଘଟଣା: ବାଲିଗୁଡ଼ାରେ ସୂଚନା ଅଧିକାର ଅଭିଯାନ ଟିମ୍‌

ବାଲିଗୁଡା,୧୨ା୧୨(ଡି.ଏନ୍‌.ଏ.)-ବାଲିଗୁଡ଼ାର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ମଙ୍ଗଳବାର ସକାଳେ ତାଙ୍କ ଘର ଆଗରେ ଗୁଳି କରି ହତ୍ୟା କରାଯାଇଥିଲା। ୨ ଜଣ ଦୁର୍ବୃତ୍ତ ତାଙ୍କୁ...

ପରିିଚୟ ଦେଇଛି ଲାଲ୍‌ ଭେଣ୍ଡି ଚାଷ

ଦିନକୁ ଦିନ ଲାଲ୍‌ ଭେଣ୍ଡିର ଚାହିଦା ବଢ଼ି ଚାଲିଛି। ଏହି କିସମ ଭେଣ୍ଡିରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ସେଥିପାଇଁ ରାଜ୍ୟ ବାହାରେ...

ରାଧାସାହିରେ ଯୁବକଙ୍କୁ ହତ୍ୟା ଘଟଣା: ପୂର୍ବଶତ୍ରୁତାରୁ ଗଳା କାଟିଥିଲେ ପିଉସା

ପାଲଲହଡ଼ା, ୧୪ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଈଶ୍ୱରନଗର ପଞ୍ଚାୟତ ରାଧାସାହି ଗ୍ରାମରେ ଗତ ମଙ୍ଗଳବାର ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ...

ମେଳି କରି ଭୋଟ ଦେବାକୁ ଶପଥ କରାଇଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୭ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ନ ପଡି ନିଜ ଇଚ୍ଛାରେ...

ଯୋଡ଼ାରେ ୧୮ ହାତୀଙ୍କ ଉପଦ୍ରବ: ଭାଙ୍ଗିଲେ ୩ ଘର

ଯୋଡ଼ା, ୧୨।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅନ୍ତର୍ଗତ ଜଜାଙ୍ଗଠାରେ ୧୮ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ୩ ଟି ଘର ଭାଙ୍ଗି...

ବଇଦଙ୍କ ଗାଁ ଭୋଇସାହି

ନିରାକାରପୁର,୧୧।୧୨(ଡି.ଏନ୍‌.ଏ.): ବିଜ୍ଞାନ ଯୁଗରେ ବି ଲୋକେ ବୈଦ୍ୟଙ୍କ ଉପରେ ନିର୍ଭର କରିବା ସହ ଆୟୁର୍ବେଦ ପଦ୍ଧତିର ଚିକିତ୍ସାକୁ ଭରସା କରୁଛନ୍ତି। ତେଣୁ କେତେଜଣ ବୈଦ୍ୟ ପରିବାର...

Advertisement
Archives

Model This Week