Posted inଜାତୀୟ

ମାଗଣା ରାଶନ ଯୋଜନା ବଢ଼ାଇଲେ କେନ୍ଦ୍ର ସରକାର; କଂଗ୍ରେସ କହିଲା ଏହା ଆର୍ଥିକ ସଙ୍କଟର ଇଶାରା

ନୂଆଦିଲ୍ଲୀ,୫/୧୧: ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କରିବା ପରେ କଂଗ୍ରେସ ଏହି ନିଷ୍ପତିକୁ କଟାକ୍ଷ କରିଛି। କଂଗ୍ରେସ କହିଛି ଯେ, ସରକାରଙ୍କ ଏହି ନିଷ୍ପତି ଦେଶରେ ଲଗାତାର ବଢୁଥିବା ଦରଦାମ୍, ଆର୍ଥକ ସଙ୍କଟ ଏବଂ ଲୋକମାନଙ୍କ ମଧ୍ୟରେ ଅସମାନତା ହାରକୁ ଆହୁରି ବଢ଼ାଇବାର ଆଶଙ୍କା ରହିଛି। କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କେନ୍ଦ୍ର ସରକାରଙ୍କ ଟାର୍ଗେଟ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦେଶ୍ୟରେ ପରିବର୍ତ୍ତନ କଥା ମଧ୍ୟ କହିଥିଲେ।

ଜୟରାମ ରମେଶ ଲେଖିଛନ୍ତି ଯେ ଅଧିକାଂଶ ଭାରତୀୟଙ୍କ ଆୟ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟ ସହିତ ମେଳ ଖାଉ ନାହିଁ। ବର୍ତ୍ତମାନ ଏହି ନୂତନ ଘୋଷଣା ଉଚ୍ଚ ସ୍ତରର ଆର୍ଥିକ ଦୁଃଖ ଏବଂ ଅସମାନତା ବୃଦ୍ଧି ହେବାର ସୂଚାଉଛି। କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି ଯେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ସେ ସେପ୍ଟେମ୍ବର ୨୦୧୩ ରେ ସଂସଦରେ ପାରିତ ହୋଇଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) କୁ କ୍ରମାଗତ ଭାବରେ ବିରୋଧ କରି ଆସୁଥିଲେ।

ବର୍ତ୍ତମାନ ୨୦୨୪ ନିର୍ବାଚନ ପୂର୍ବରୁ ୮୦ କୋଟି ଭାରତୀୟଙ୍କୁ ମାଗଣା ରାଶନ ଦେବାକୁ ଘୋଷଣା କରିଛନ୍ତି। ଅବଶ୍ୟ ଏହା ତାଙ୍କ ଦ୍ୱାରା କରାଯାଇଥିବା ୟୁ-ଟର୍ନର ଏକମାତ୍ର ଉଦାହରଣ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି। ମହାମାରୀ ସମୟରେ ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଥିବା ମନେରଗା ପାଇଁ ମଧ୍ୟ ସରକାର ନିଜର ନିଷ୍ପତି ବଦଳାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?