Posted inଜାତୀୟ

ମୋଦି ସରକାରଙ୍କ ବିିରୋଧରେ କଂଗ୍ରେସର ଆନ୍ଦୋଳନ: ଗିରଫ ହେଲେ ୨୦୦ନେତା, ୫୦ଏମ୍‌ପି

ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀ ଓ ଜିଏସ୍‌ଟିକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ଏହି କ୍ରମରେ ଦିଲ୍ଲୀରେ ମଧ୍ୟ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପ୍ରତିବାଦରେ ଦଳର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରାଯାଇଥିଲା। ସୂଚନା ମୁତାବକ, ଏହି ଜନ ଆନ୍ଦୋଳନ ସମୟରେ ୨୦୦ରୁ ଅଧିକ କଂଗ୍ରେସ ନେତାଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି ଯେ, ଲୁଟି୍ୟନ୍ସ ଦିଲ୍ଲୀର ୫୦ଜଣ ଏମ୍‌ପିଙ୍କ ସମେତ ୨୦୦ରୁ ଅଧିକ କଂଗ୍ରେସ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ କଂଗ୍ରେସର ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ନେତାମାନେ କଳା ପୋଷାକ ପିନ୍ଧିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏମ୍‌ପିମାନେ ସଂସଦ ଭବନରୁ ରାଷ୍ଟ୍ରପତି ଭବନ ଯାଏ ପଦଯାତ୍ରା କରିଥିଲେ। କିନ୍ତୁ ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଗିରଫ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଜଣେ ହିନ୍ଦୁ, ଚାହିଁଲେ ଗୋମାଂସ ଖାଇପାରିବି’

ବେଙ୍ଗାଲୁରୁ,୨୪।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ସିଦ୍ଧରମୈୟା ଗୋମାଂସ ନିଷେଧ ବିବାଦକୁ ପୁଣି ତାଜା କରିଦେଇଛନ୍ତି। ସେ କହିଛନ୍ତି, ମୁଁ ଜଣେ ହିନ୍ଦୁ...

ଇନ୍ଦୋର କରୋନା ସଂକ୍ରମଣର ହଟ୍‌ସ୍ପଟ

ଇନ୍ଦୋର,୧୨।୪: ବାଣିଜି୍ୟକ, ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଦା ଜଡ଼ିତ ରହିଆସିଥିବା ଇନ୍ଦୋର ସହର ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଛି। ରାଜ୍ୟରେ ମୋଟ ୩୬ କରୋନା...

ତାମିଲନାଡୁରେ ପ୍ରବଳ ବର୍ଷା: ୫ ମୃତ

ଚେନ୍ନାଇ,୨ା୧୨: ତାମିଲନାଡୁରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ...

ପ୍ରିୟଙ୍କାଙ୍କୁ ଯୋଗୀଙ୍କ କଡ଼ା ଜବାବ୍‌: ନ ଖାଇ ପାରିଲେ ଅଙ୍ଗୁର ଖଟା

ଲକ୍ଷ୍ନୌ,୩୦।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ରାଷ୍ଟ୍ରୀୟ ମହସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି। କଂଗ୍ରେସ ନିର୍ବାଚନରେ ପରାଜିତ ହୋଇଥିବାରୁ ହତାଶ...

୨ ମାସ ପର୍ଯ୍ୟନ୍ତ ମାଗଣାରେ ଜି-ସୋନୀ-ଷ୍ଟାର୍‌-କଲର୍ସ ଚ୍ୟାନେଲ ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି।...

କେଜ୍‌ରିଓ୍ବାଲଙ୍କୁ ଭେଟିଲେ ସୋନୁ ସୁଦ

ନୂଆଦିଲ୍ଲୀ,୨୭।୮: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଘବ ଚଢା...

ପୋଲିସ ଷ୍ଟେଶନରେ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ

ମୁମ୍ବାଇ,୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି...

ନିଟ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଜୀବନ ହାରିଲେ ୩ ଛାତ୍ରୀ

ନୂଆଦିଲ୍ଲୀ,୭।୬: ନିଟ୍‌ (NEET) ପରୀକ୍ଷାରେ ଅକୃତ କାର୍ଯ୍ୟ ହେବାରୁ ଏବେସୁଦ୍ଧା ୩ ଜଣ ଛାତ୍ରୀ ଜୀବନ ହାରିଥିବା ସୂଚନା ମିଳିଛି। ଗୁରୁବାର ତାମିଲନାଡୁର ଭିଲୁପୁରମରେ ୧୮...

Advertisement
Archives

Model This Week