Posted inଜାତୀୟ

ରାଜସ୍ଥାନ ରାଜନୀତିରେ ଅଡିଓ କଳି, କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ ଦାବିି

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ରାଜନୈତିକ ସଂଙ୍କଟ ଜାରି ରହିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଶୁକ୍ରବାର ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଛି। ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା କଂଗ୍ରେସ ଦାବି କରିଛି। ମୋଟ ତିନୋଟି ଅଡିଓ କ୍ଲିପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନସ କରି ଜାରି କରିଛି।କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ରାଜସ୍ଥାନରେ ବିଜେପି ସରକାର ଗଢ଼ିବା ପାଇଁ ଘୋଡ଼ାବେପାର କରୁଛି। ଏହି ଷଡ଼ଯନ୍ତ୍ରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ସମ୍ପୃକ୍ତ ବୋଲି ସୁରଜେୱାଲା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସଚିନ ପାଇଲଟ ଏବଂ ଅନ୍ୟ ୧୮ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ନାମରେ ରାଜସ୍ଥାନ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାଏ ୩୦ରେ ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଦ୍ୟତମ ICC ର଼୍ୟାଙ୍କିଙ୍ଗରେ ଜସପ୍ରିତ ବୁମରା ମାରିଲେ ଲମ୍ବାଡିଆଁ, ନମ୍ବର ୧ରେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୬।୨ : ICC T20 ବିଶ୍ୱକପ ୨୦୨୬ର ହାଇ-ଭୋଲଟେଜ ସୁପର ୮ମ୍ୟାଚ ମଧ୍ୟରେ, ICC ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି, ଯାହା ପୁଣି ଥରେ ଭାରତୀୟ ଖେଳାଳିଙ୍କ…

‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବ୍ରହ୍ମପୁର,୨୬ା୨(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଏବଂ…

ଭାଜପା ନେତା ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଭିଜିଲାନ୍ସ ମାମଲା ରଦ୍ଦ

କଟକ,୨୬।୨(ପ୍ରଭୁ କଲ୍ୟାଣ ପାଲ): ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ…

ଆକ୍ସନ ମୋଡରେ ନୂଆ ଆଇଆଇସି, ଆସୁ ଆସୁ ରୋକଠୋକ କହିଲେ ଏଣିକି ବିନା ଅନୁମତିରେ…

ପୁରୁଷୋତ୍ତମପୁର,୨୬।୨( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଥାନାଧିକାରୀ ଭାବେ କୁଳମଣି ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଆସିକା ଥାନାରେ କାର୍ଯ୍ୟରତ ଥିଲେ…

ବାହାଘର ପୂର୍ବରୁ ପୁଅକୁ ନେଇ ଏମିତି କହିଦେଲେ ସଚିନ: ବଢୁଛି ଚର୍ଚ୍ଚା

ମୁମ୍ବାଇ,୨୬।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅର୍ଜୁନଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇସାରିଛି…

ଫେବୃଆରୀ ଶେଷ ଦିନରେ ଅସ୍ତ ହେବେ ବୁଧ, ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଜବରଦସ୍ତ ଆର୍ଥିକ ଲାଭ

ବୁଧ ଗ୍ରହ ୨୮ ଫେବୃଆରୀ ୨୦୨୬ ରାତି ୧୦ଟା୦୯ ରେ କୁମ୍ଭ ରାଶିରେ ଅସ୍ତ ହେବ । ବୁଧଙ୍କ ଅସ୍ତ ଅନେକ ରାଶି ପାଇଁ ନକାରାତ୍ମକ ପ୍ରମାଣିତ…

ଟିମ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚାଇବେ ସଞ୍ଜୁ ସାମସନ? ଅଭିଷେକଙ୍କୁ ନେଇ ବଡ଼ କଥା କହିଦେଲେ ସେହୱାଗ

ନୂଆଦିଲ୍ଲୀ,୨୬।୨: ଗୁରୁବାର ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ପାଇଁ କର ବା ମର ମ୍ୟାଚ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଲଜ୍ଜାଜନକ ପରାଜୟ ପରେ, ଶୀର୍ଷ…

୨୦୨୬ର ପ୍ରଥମ ଶକ୍ତିଶାଳୀ ବାତ୍ୟା ‘ହୋରାସିଓ’, ପାଣିପାଗ ବିଭାଗ କହିଲା ଏହା ଭାରତ ଉପରେ…

ନୂଆଦିଲ୍ଲୀ,୨୬ା୨: ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ତେଲଙ୍ଗାନା ରାଜ୍ୟଗୁଡ଼ିକରେ ବର୍ଷା ହେଉଛି। ଭାରତ ମହାସାଗରରେ ହୋରାସିଓ ନାମକ ଏକ ବଡ଼ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବାରୁ ଲୋକମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri