Posted inଜାତୀୟ

ରାଜସ୍ଥାନ ରାଜନୀତିରେ ଅଡିଓ କଳି, କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ ଦାବିି

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ରାଜନୈତିକ ସଂଙ୍କଟ ଜାରି ରହିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଶୁକ୍ରବାର ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଛି। ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା କଂଗ୍ରେସ ଦାବି କରିଛି। ମୋଟ ତିନୋଟି ଅଡିଓ କ୍ଲିପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନସ କରି ଜାରି କରିଛି।କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ରାଜସ୍ଥାନରେ ବିଜେପି ସରକାର ଗଢ଼ିବା ପାଇଁ ଘୋଡ଼ାବେପାର କରୁଛି। ଏହି ଷଡ଼ଯନ୍ତ୍ରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ସମ୍ପୃକ୍ତ ବୋଲି ସୁରଜେୱାଲା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସଚିନ ପାଇଲଟ ଏବଂ ଅନ୍ୟ ୧୮ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ନାମରେ ରାଜସ୍ଥାନ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାଏ ୩୦ରେ ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ବିଦେଶୀ ଯାତ୍ରୀଙ୍କ ସଂଖ୍ୟା କମିଛି, ଆମେରିକାରୁ ଆସିଛନ୍ତି ଅଧିକ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ସଙ୍କଟ ଯୋଗୁ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀଙ୍କ ସଂଖ୍ୟା କମିଛି। ଏନେଇ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ...

‘ମହାରାଷ୍ଟ୍ରରେ ଚାଲିଛି ଶିବସେନା ଏବଂ ଭାଜପା ସରକାର’

ମୁମ୍ବାଇ,୩।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏକନାଥ ସିନ୍ଧେ ତାଙ୍କର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା...

ଏମ୍‌ଏସ୍‌ପି ଲାଗି ଚାଷୀଙ୍କୁ ନେତାଙ୍କ ନାଁ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ,୧।୧୨: ପାର୍ଲାମେଣ୍ଟରେ ୩ ବିବାଦୀୟ କୃଷି ଆଇନ ରଦ୍ଦ ବିଲ୍‌ ଗୃହୀତ ହେବାର ଦିନକ ପରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ...

କରୁଣାନିଧି- ଜୟାଲଳିଥାଙ୍କ ବିନା ତାମିଲନାଡୁ ରାଜନୀତି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୬।୪: ତାମିଲନାଡୁ ରାଜନୀତିରେ ପ୍ରଥମଥର ଲାଗି ଦ୍ରାବିଡ ଆନ୍ଦୋଳନର ମହତ୍ୱପୂର୍ଣ୍ଣ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧି ଓ ଜେ ଜୟାଲଳିଥାଙ୍କ...

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ଉଠିଲା ବିବାଦ

ପାଟନା,୨୩।୮: ବିହାରରେ ମହାମେଣ୍ଟ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଗୟାସ୍ଥିତ ବିଷ୍ଣୁପଦ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ...

ଏସ୍‌ବିଆଇର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇ ଧମକପୂର୍ଣ୍ଣ ଫୋନ୍‌ କଲ୍‌

ମୁମ୍ବାଇ,୧୫।୧୦: ଭାରତର ସବୁଠୁ ଲୋକପ୍ରିୟ ବ୍ୟାଙ୍କ ଭାବେ ପରିଚିତ ମୁମ୍ବାଇସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇଟି ଧମକପୂର୍ଣ୍ଣ ଫୋନ୍‌...

ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ହେଲେ ରାଜେଶ ଭୂଷଣ

ନୂଆଦିଲ୍ଲୀ,୨୫।୫:କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ୭୫ତମ ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ଭାବେ ବଛାଯାଇଛି। ବୈଶ୍ୱିକ ସ୍ବାସ୍ଥ୍ୟ ସଦସ୍ୟଙ୍କ ସହ ପ୍ରସାଶନିକ...

ସିଏଏ, ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଶେଖ ହସିନା

ଦୁବାଇ,୧୯।୧: ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲାବେଳେ ଏହାକୁ ନେଇ ରାଜନୀତି...

Advertisement
Archives

Model This Week