ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌!

ମୁମ୍ବାଇ: ପ୍ରଥମଥର ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ଠିକ୍‌ ଏହି ସମୟରେ ରିୟାଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ କରାଯାଇଛି। ଗୁରୁବାର ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏକ ଭିନ୍ନମୋଡ଼ ନେଇଥିଲା। କାରଣ ପ୍ରଥମ ଥର ପାଇଁ ରିୟା ନିଜେ ଆସି ଅଭିନେତାଙ୍କ ମୃତ୍ୟୁ ସମ୍ପର୍କରେ ସିବିଆଇ ତଦନ୍ତ ଦାବି କରିଥିଲେ। ସିବିଆଇକୁ ହସ୍ତାନ୍ତର କରିବାକୁ ରିୟା ଟୁଇଟର୍‌ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଥିଲେ। ଅଭିନେତ୍ରୀ ତାଙ୍କ ପୋଷ୍ଟରେ ଅନେକ କଥା ପ୍ରକାଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ତଥାପି ସୋସିଆଲ ମିଡିଆରେ ଆଉ କିଛି ଟ୍ରେଣ୍ଡ ଆରମ୍ଭ ହୋଇଥିଲା।

ରିୟା ଟୁଇଟ୍‌ କରି ଅମିତ ଶାହାଙ୍କୁ କହିଛନ୍ତି, ମୁଁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ। ତାଙ୍କ ମୃତ୍ୟୁକୁ ଏକ ମାସ ବିତିଗଲାଣି। ମୋର ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, କିନ୍ତୁ ନ୍ୟାୟ ପାଇଁ ମୁଁ ଦାବି କରୁଛି। ଏହି ମାମଲାରେ ସିବିଆଇ ତଦନ୍ତ କରାଯାଉ। ମୁଁ ଜାଣିବାକୁ ଚାହେଁ ତାଙ୍କ ଉପରେ କ’ଣ ଟେନ୍‌ସନ ଥିଲା, ଯେ ସୁଶାନ୍ତ ଏତେ ବଡ଼ ପଦକ୍ଷେପ ନେଲେ।
ବର୍ତ୍ତମାନ ରିୟାଙ୍କ ଏହି ଟୁଇଟ୍‌ ପରେ ସୁଶାନ୍ତଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଅଭିନେତା ଶେଖର ସୁମନ ମଧ୍ୟ ରିୟାଙ୍କୁ ପ୍ରଶଂସା କରି ଟୁଇଟ୍‌ କରିଛନ୍ତି। ମାତ୍ର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ରିୟାଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ରିୟାଙ୍କ ଟୁଇଟ୍‌ରେ ଅନେକ ୟୁଜର ଭାବୁଛନ୍ତି, ଏହି ଟୁଇଟ୍‌ ଅଭିନେତ୍ରୀଙ୍କ ଦ୍ୱାରା କରାଯାଇନାହିଁ। ଏହାକୁ କେହି ହ୍ୟାକ୍‌ କରିଛି।
ଜଣେ ୟୁଜର ଲେଖିଛନ୍ତି, ରିୟାଙ୍କ ଟୁଇଟର୍‌ ହ୍ୟାକ୍‌ ହୋଇଛି। ଟୁଇଟ୍‌ରେ ଅଜବ ଭୁଲ ସବୁ ଦେଖିବାକୁ ମିଳିଛି। ନାମର ପ୍ରଥମ ଅକ୍ଷର ଛୋଟ ଅକ୍ଷରରେ ଲେଖାଯାଇଛି। ସେହି ସମୟରେ, ଜଣେ ୟୁଜର ସମାନ କଥା କହିଛନ୍ତି। ଏହି ଆକାଉଣ୍ଟ ହ୍ୟାକ୍‌ ହୋଇଛି କିମ୍ବା ଏହାକୁ ଅନ୍ୟ କେହି ଲେଖିଛନ୍ତି। ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ନାମ ଟୁଇଟ୍‌ରେ ଭୁଲ ଲେଖାଯାଇଛି। ଜଣେ ଭଲ ମଣିଷଙ୍କ ପ୍ରତି ଏପରି ଅପମାନ ଠିକ୍‌ ନୁହେଁ। ସୋସିଆଲ ମିଡିଆରେ ଏଭଳି ଟୁଇଟ୍‌ ଦେଖି ଅନେକ ୟୁଜର ରିୟାଙ୍କୁ ତାଙ୍କ ଟୁଇଟ୍‌ର ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି କି ନାହିଁ ପଚାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ ଯିବାକୁ ପସନ୍ଦ କରନ୍ତିନି ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ନାୟିକାଙ୍କ କଥା ଯଦି ଆଲୋଚନାକୁ ଆସେ ତେବେ ପ୍ରଥମେ ସମସ୍ତଙ୍କ ନଜର ଆସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପରକୁ...

ବିବାଦ ଘେରରେ ଶାହରୁଖ: କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନଙ୍କ ସହ ହୋଇଥିଲା ଝଗଡ଼ା

ବଲିଉଡ ଇଣ୍ଡଷ୍ଟ୍ରିରେ କିଙ୍ଗ ଖାନ ନାମରେ ଜଣାଶୁଣା ଶାହରୁଖ ଖାନ ନଭେମ୍ବର ୨ରେ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହରୁଖ ସମଗ୍ର ବିଶ୍ୱରେ...

ନା ଡାକ୍ତର ନା କ୍ରିକେଟର, ଏମିତି ଲାଇଫ୍‌ ପାର୍ଟନର ଚାହାନ୍ତି କିଆରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍‌ କରୁଥିବା ଖବର ଚର୍ଚ୍ଚାରେ ରହିଛି। ଦୁହିଁଙ୍କୁ ଅଧିକାଂଶ ସମୟରେ ଏକାଠି ମଧ୍ୟ ଦେଖିବାକୁ ମିଳୁଛି।...

ଭୁଲ ଫଟୋ ପାଇଁ ଟ୍ରୋଲ ହେଲେ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୨୫ା୭: : ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ଓ୍ବେଟଲିଫ୍ଟର ମୀରାବାଇ ଚାନ୍ନୁ। ଏହି ଅବସରରେ ଚାନ୍ନୁଙ୍କୁ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

କ୍ୟାଟ୍ରିନାଙ୍କୁ ଶ୍ରମିକ କହିଲେ ହ୍ରିତିକ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ କ୍ୟାଟ୍ରିନା କୈଫଙ୍କୁ ଅଭିନେତା ହ୍ରିତିକ ରୋଶନ ଶ୍ରମିକ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସେ କାହିଁକି କ୍ୟାଟ୍ରିନାଙ୍କୁ...

ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ

ମୁମ୍ବାଇ, ୩।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା...

ପରଦାକୁ ଆସୁଛି ‘ସାହୋ’:୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା

‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ...

Advertisement
Seven Jackpot


Archives

Model This Week