Posted inଖେଳ

ବାହାଘର ପୂର୍ବରୁ ପୁଅକୁ ନେଇ ଏମିତି କହିଦେଲେ ସଚିନ: ବଢୁଛି ଚର୍ଚ୍ଚା

ମୁମ୍ବାଇ,୨୬।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅର୍ଜୁନଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇସାରିଛି ଏବଂ ପରିବାରରେ ଏବେ ସେଲିବ୍ରେଶନର ମାହୋଲ। ସାନିଆ ଚାନ୍ଦୋକଙ୍କ ସହ ତାଙ୍କର ବିବାହ ମାର୍ଚ୍ଚ ୫, ୨୦୨୬ରେ ହେବ।

ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆରେ ଅର୍ଜୁନ ଏବଂ ସାନିଆଙ୍କ ଏକ ଭିଡିଓ ସେୟାର କରିଛି। ଭିଡିଓରେସଚିନ ତେନ୍ଦୁଲକର ତାଙ୍କ ପୁଅ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଶେୟାର କରିଛନ୍ତି। ସେ କହିଛନ୍ତି,ଯେତେବେଳେ ପୁଅ ବାପାମା’ଙ୍କୁ ଭେଟି କରିବା ପାଇଁ ଏକ ଝିଅକୁ ଘରକୁ ଆଣେ, ସେତେବେଳେ ବୁଝିଯିବା ଉଚିତ୍‌, ସେ ବଡ଼ ହୋଇଯାଇଛି। ସଚିନ ଏହା ମଧ୍ୟ କହିଛନ୍ତ, ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିବା ପରି ମନେହୁଏ ଏବଂ ଏପରି ଏକ ସ୍ବତନ୍ତ୍ର ଜୀବନସାଥୀ ବାଛିବା ପାଇଁ ଅର୍ଜୁନଙ୍କ ଉପରେ ଗର୍ବିତ।

ଅର୍ଜୁନ ଏବଂ ସାନିଆ ଅଗଷ୍ଟ ୨୦୨୫ରେ ନିର୍ବନ୍ଧ କରିଥିଲେ। ସାନିଆ ଜଣେ ସଫଳ ଉଦ୍ୟୋଗୀ ଏବଂ ମୁମ୍ବାଇର ଏକ ବ୍ୟବସାୟିକ ପରିବାରର। କୁହାଯାଏ ଯେ, ସେ ଦୀର୍ଘ ଦିନ ଧରି ତେନ୍ଦୁଲକର ପରିବାର ସହିତ ନିକଟତର ଅଛନ୍ତି।

ଅର୍ଜୁନ ତେନ୍ଦୁଲକର ଘରୋଇ କ୍ରିକେଟରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛନ୍ତି। ଜଣେ ବାମହାତୀ ଦ୍ରୁତ ବୋଲର ଏବଂ ଉପଯୋଗୀ ବ୍ୟାଟସମ୍ୟାନ ଭାବରେ, ସେ ଗୋଆ ପାଇଁ ତାଙ୍କର ରଣଜୀ ଟ୍ରଫି ଡେବ୍ୟୁରେ ଏକ ଶତକ ହାସଲ କରିଥିଲେ। ଏହି ସଫଳତା ସହିତ ସେ ତାଙ୍କ ପିତାଙ୍କ ପରି ତାଙ୍କର ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଶତକ ହାସଲ କରିବାର ରେକର୍ଡ ସ୍ଥାପନ କରିଥିଲେ।

ଅର୍ଜୁନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ସମୟରେ ତାଙ୍କ ପ୍ରତିଭାର ଝଲକ ଦେଖାଇଥିଲେ। ସେ ପରବର୍ତ୍ତୀ ସିଜନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଜର୍ସିରେ ନଜର ଆସିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri