Posted inଖେଳ

ବାହାଘର ପୂର୍ବରୁ ପୁଅକୁ ନେଇ ଏମିତି କହିଦେଲେ ସଚିନ: ବଢୁଛି ଚର୍ଚ୍ଚା

ମୁମ୍ବାଇ,୨୬।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅର୍ଜୁନଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇସାରିଛି ଏବଂ ପରିବାରରେ ଏବେ ସେଲିବ୍ରେଶନର ମାହୋଲ। ସାନିଆ ଚାନ୍ଦୋକଙ୍କ ସହ ତାଙ୍କର ବିବାହ ମାର୍ଚ୍ଚ ୫, ୨୦୨୬ରେ ହେବ।

ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆରେ ଅର୍ଜୁନ ଏବଂ ସାନିଆଙ୍କ ଏକ ଭିଡିଓ ସେୟାର କରିଛି। ଭିଡିଓରେସଚିନ ତେନ୍ଦୁଲକର ତାଙ୍କ ପୁଅ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଶେୟାର କରିଛନ୍ତି। ସେ କହିଛନ୍ତି,ଯେତେବେଳେ ପୁଅ ବାପାମା’ଙ୍କୁ ଭେଟି କରିବା ପାଇଁ ଏକ ଝିଅକୁ ଘରକୁ ଆଣେ, ସେତେବେଳେ ବୁଝିଯିବା ଉଚିତ୍‌, ସେ ବଡ଼ ହୋଇଯାଇଛି। ସଚିନ ଏହା ମଧ୍ୟ କହିଛନ୍ତ, ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିବା ପରି ମନେହୁଏ ଏବଂ ଏପରି ଏକ ସ୍ବତନ୍ତ୍ର ଜୀବନସାଥୀ ବାଛିବା ପାଇଁ ଅର୍ଜୁନଙ୍କ ଉପରେ ଗର୍ବିତ।

ଅର୍ଜୁନ ଏବଂ ସାନିଆ ଅଗଷ୍ଟ ୨୦୨୫ରେ ନିର୍ବନ୍ଧ କରିଥିଲେ। ସାନିଆ ଜଣେ ସଫଳ ଉଦ୍ୟୋଗୀ ଏବଂ ମୁମ୍ବାଇର ଏକ ବ୍ୟବସାୟିକ ପରିବାରର। କୁହାଯାଏ ଯେ, ସେ ଦୀର୍ଘ ଦିନ ଧରି ତେନ୍ଦୁଲକର ପରିବାର ସହିତ ନିକଟତର ଅଛନ୍ତି।

ଅର୍ଜୁନ ତେନ୍ଦୁଲକର ଘରୋଇ କ୍ରିକେଟରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛନ୍ତି। ଜଣେ ବାମହାତୀ ଦ୍ରୁତ ବୋଲର ଏବଂ ଉପଯୋଗୀ ବ୍ୟାଟସମ୍ୟାନ ଭାବରେ, ସେ ଗୋଆ ପାଇଁ ତାଙ୍କର ରଣଜୀ ଟ୍ରଫି ଡେବ୍ୟୁରେ ଏକ ଶତକ ହାସଲ କରିଥିଲେ। ଏହି ସଫଳତା ସହିତ ସେ ତାଙ୍କ ପିତାଙ୍କ ପରି ତାଙ୍କର ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଶତକ ହାସଲ କରିବାର ରେକର୍ଡ ସ୍ଥାପନ କରିଥିଲେ।

ଅର୍ଜୁନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ସମୟରେ ତାଙ୍କ ପ୍ରତିଭାର ଝଲକ ଦେଖାଇଥିଲେ। ସେ ପରବର୍ତ୍ତୀ ସିଜନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଜର୍ସିରେ ନଜର ଆସିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?