Posted inଜାତୀୟ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ଗେହଲଟ, ସୋନିଆଙ୍କୁ ମାଗିଲେ କ୍ଷମା

ନୂଆଦିଲ୍ଲୀ,୨୯।୯: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କରିଛନ୍ତି। ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ଗେହଲଟ କହିଛନ୍ତି,ଗତ ଦିନର ଘଟଣା ଆମ ସମସ୍ତଙ୍କୁ ଥରାଇ ଦେଇଥିଲା। ଏହି ବାର୍ତ୍ତା ସମଗ୍ର ଦେଶକୁ ଯାଇଛି ଯେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଜାରି ରଖିବାକୁ ଚାହୁଁଛି। ମୁଁ ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି।  ଗତ ୫୦ ବର୍ଷ ଧରି କଂଗ୍ରେସ ପାଇଁ ବିଶ୍ୱସ୍ତ ଭାବରେ କାର୍ଯ୍ୟ କଲି, ସୋନିଆ ଗାନ୍ଧୀଙ୍କ ଆଶୀର୍ବାଦରେ ମୁଁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲି।
ଆଗକୁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ କି ପ୍ରସଙ୍ଗରେ ଗେହଲଟ କହିଛନ୍ତି, ଏହି ନିଷ୍ପତ୍ତି  କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନେବେ। ଏବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶଶି ଥରୁର ଏବଂ ଦିଗ୍‌ବିଜୟ ସିଂଙ୍କ ମଧ୍ୟରେ ମଧ୍ୟରେ ପ୍ରତିଯୋଗିତା ହେବ।
ସୂଚନାଯୋଗ୍ୟ, ଗାନ୍ଧୀ ପରିବାରର ସମର୍ଥନରେ ଅଶୋକ ଗେହଲଟ ଅଧ୍ୟକ୍ଷ ନିର୍ବାଚନ ଲଢି ଜିତିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଗେହଲଟ କ୍ୟାମ୍ପ୍‌ର ୮୨ ଜଣ ବିଧାୟକ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ବିରୋଧରେ ଇସ୍ତଫା ଦେଇଥିଲେ। ସେବେଠାରୁ ସବୁ ଓଲଟପାଲଟ ହୋଇଥିଲା। ଗେହଲଟଙ୍କଠାରୁ ଏପରି ଆଶା କରାଯାଉ ନ ଥିଲା ବୋଲି ଖୋଦ ସୋନିଆ ଗାନ୍ଧୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି: ଭ୍ୟାକ୍ସିନ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୧୧: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ବେକାବୁୁ ହେବାରେ ଲାଗିଛି। କିଛି ଦିନରୁ ଭାରତରେ କରୋନା ସଂକ୍ରମଣ ମାମଲା ୫୦ହଜାରୁ ତଳକୁ ଥିବା ବେଳେ...

ବଢ଼ିବାକୁ ଯାଉଛି କାଜୁ, କିସ୍‌ମିସ୍‌ ମୂଲ୍ୟ

ନୂଆଦିଲ୍ଲୀ,୧୯।୮ : ଭାରତରେ କାଜୁ, କିସ୍‌ମିସ୍‌ ଭଳି ଡ୍ରାଏ ଫ୍ରୁଟ୍ସର ଦାମ ବଢ଼ିପାରେ। କାରଣ ଭାରତ ସହ ଆଫଗାନିସ୍ତାନର ଆମଦାନୀ ଓ ରପ୍ତାନୀ ଉପରେ ରୋକ...

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌...

ସାରା ଦେଶରେ ଆଜିଠାରୁ ବନ୍ଦ ସିଙ୍ଗଲ ୟୁଜ ପ୍ଲାଷ୍ଟିକ

ନୂଆଦିଲ୍ଲୀ,୧ ।୭: ସାରା ଦେଶରେ ଶୁକ୍ରବାର ଅର୍ଥାତ୍ ଜୁଲାଇ ପହିଲାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବସ୍ତୁର ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗାଯାଇଛି...

ରୂପକୁଣ୍ଡ କଙ୍କାଳର ରହସ୍ୟ ଜଣାପଡ଼ିଲା

ହାଇଦ୍ରାବାଦ:ହିମାଳୟରେ ବହୁ ପ୍ରାକୃତିକ ହ୍ରଦ ଓ କୁଣ୍ଡ ମଧ୍ୟରେ ରୂପକୁଣ୍ଡ ହ୍ରଦ ପୂରା ଭିନ୍ନ। ହିମାଳୟର ୫,୦୨୯ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭିତରେ...

ଟିକା ନେବା ପରେ ଗଲାଣି ୧୮୦ ଜୀବନ

ନୂଆଦିଲ୍ଲୀ, ୧୦।୪: ଭାରତରେ କୋଭିଡ୍‌ ଟିକା ନେବା ପରେ ମାର୍ଚ୍ଚ ୩୧ ମଧ୍ୟରେ ୧୮୦ ଜଣଙ୍କର ମୃତ୍ୟୁ ହେଲାଣି। ୭୫ ପ୍ରତିଶତ ମୃତ୍ୟୁ ଟିକା ନେବାର...

ମନମୋହନ ସିଂ ହୋଇଥିଲେ ଇସ୍ତଫା ମାଗିବାକୁ ପଡ଼ି ନ ଥାନ୍ତା

ନୂଆଦିଲ୍ଲୀ,୨୮।୧୨: “ ମନମୋହନ ସିଂଙ୍କ କାର୍ଯ୍ୟକାଳରେ ଭାରତ ସୀମା ମଧ୍ୟକୁ ଚାଇନା ପ୍ରବେଶ କରିଥିଲେ, ସେ ଇସ୍ତଫା ଦେଇଥାନ୍ତେ। କିନ୍ତୁ ଭାରତର ଭୂଖଣ୍ଡକୁ ଚାଇନା ମାଡ଼ି...

ରୋଲେକ୍ସ ଘଣ୍ଟା ପାଇଁ ଅଟକିଲା ବିମାନବନ୍ଦରର ଚେକିଂ

ନୂଆଦିଲ୍ଲୀ,୩୦।୧୨: ବେଙ୍ଗାଲୁରୁର କେମ୍‌ପେଗୌଡ଼ା ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାରେ ବାଧକ ସାଜିଥିଲେ ଜଣେ ଯାତ୍ରୀ। ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ବେଳେ ଉକ୍ତ ଯାତ୍ରୀ ୪୦...

Advertisement
Archives

Model This Week