Posted inଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡେଜଙ୍କ ପରଲୋକ

ମେଙ୍ଗାଲୁରୁ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଡେଜଙ୍କ ସୋମବାର ପରଲୋକ ହୋଇଛି । କର୍ନାଟକର ମେଙ୍ଗାଲୁରୁରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୦ ବର୍ଷିୟ ଫର୍ଣ୍ଣାଡେଜ କିଛି ଦିନ ହେବ ଅସୁସ୍ଥ ଥାଇ ମେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚଳିତ ବର୍ଷ ଯୋଗ କରିବା ସମୟରେ ସେ ଆହତ ହୋଇଥିଲେ । ତା’ପରଠରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା ।

ଓସ୍କାର ଫର୍ଣ୍ଣାଡେଜ ଗାନ୍ଧୀ ପରିବାରର ଘନିଷ୍ଠ ଥିଲେ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଓ ସୁସମ୍ପର୍କ ଥିଲା । ସେ ଉପା ସରକାର ସମୟରେ ସଡ଼କ ଓ ପରିବହନ ମନ୍ତ୍ରୀ ଥିଲେ । ବର୍ତ୍ତମାନ ସେ ରାଜ୍ୟ ସଭାର ଏମ୍‌ପି ଥିଲେ । ଉପା ସରକାରର ଦୁଇଟି ଯାକ କାର୍ଯ୍ୟକାଳ ମଧ୍ୟରେ ଫର୍ଣ୍ଣାଡେଜ ମନ୍ତ୍ରୀ ରହିବା ସହ ଲମ୍ବା ସମୟ ଧରି ଗାନ୍ଧୀ ପରିବାର ସହ କାମ କରିଥିଲେ । ରାଜୀବ ଗାନ୍ଧୀଙ୍କ ସଂସଦୀୟ ସଚିବ ଥିଲେ ଫର୍ଣ୍ଣାଡେଜ । କର୍ନାଟକର ଉଡ୍ଡପି ଲୋକ ସଭା ଆସନରୁ ୧୯୮୦ରେ ଏମ୍‌ପି ଭାବେ ନିର୍ବାଚତ ହୋଇଥିଲେ । ଏହାପରେ ୧୯୯୬ରେ ସେ ଲଗାତାର ଭାବେ ବିଜୟୀ ହୋଇ ଆସୁଥିଲେ । ୧୯୯୮ରେ କଂଗ୍ରେସ ତାଙ୍କୁ ରାଜ୍ୟ ସଭାକୁ ପଠାଇଥିଲା । ସେବେଠାରୁ ସେ ରାଜ୍ୟ ସଭାର ସଦସ୍ୟ ହୋଇ ରହିଥିଲେ । ଓସ୍କାର ଫର୍ଣ୍ଣଡେଜଙ୍କ ଜନ୍ମ ୨୭ ମାର୍ଚ୍ଚ ୧୯୪୧ରେ କର୍ନାଟକର ଉଡ୍ଡପିରେ ହୋଇଥିଲା । ପରିବାରର ୧୨ ସନ୍ତାନଙ୍କ ମଧ୍ୟରୁ ସେ ଥିଲେ ଜଣେ ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri