Posted inଜାତୀୟ

ଆଇଏନ୍‌ସି ଟିଭି ଲଞ୍ଚ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୫।୪: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଜନ୍ମବାର୍ଷିକୀ ଅବସରରେ ବୁଧବାର କଂଗ୍ରେସ ଦଳ ପକ୍ଷରୁ ଆଇଏନ୍‌ସି ଟିଭି ନାମରେ ଏକ ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମର ଶୁଭାରମ୍ଭ ହୋଇଛି। କଂଗ୍ରେସର ସ୍ବର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଡିଜିଟାଲ ମିଡିଆ ପ୍ଲାଟଫର୍ମର ଉଦ୍ଦେଶ୍ୟ। ଏହି ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ଉପଲବ୍ଧ ହେବ। ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମଗୁଡ଼ିକ ବିରୋଧୀ ଦଳ ପ୍ରତି ପାତରଅନ୍ତର ମନୋଭାବ ପ୍ରଦର୍ଶନ କରୁଥିବା କଂଗ୍ରେସ ଦୀର୍ଘବର୍ଷ ହେବ ଅଭିଯୋଗ କରିଆସୁଥିଲା। ତେବେ ଉକ୍ତ ଟିଭି କିପରି ଲକ୍ଷ୍ୟ ପୂରଣ କରିବ ତାକୁ ନେଇ ଦଳୀୟ ନେତାମାନେ ସନ୍ଦିହାନ ଅଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଟିଭି ଲଞ୍ଚ୍‌ ଅବସରରେ ଦଳୀୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି, ଏପ୍ରିଲ ୨୪ ଜାତୀୟ ପଞ୍ଚାୟତିରାଜ ଦିବସରୁ ଆଇଏନ୍‌ସି ଟିଭି ଶୋ’ ପ୍ରସାରଣ ଆରମ୍ଭ ହେବ। ପ୍ରତ୍ୟହ ଏହା ଅନୂ୍ୟନ ୮ ଘଣ୍ଟା ଲାଇଭ୍‌ କାର୍ଯ୍ୟକ୍ରମ ପ୍ରସାରଣ କରିବ ବୋଲି ସେ କହିଛନ୍ତି। ଡିଜିଟାଲ ମିଡିଆ ପ୍ଲାଟଫର୍ମ ଶୁଭାରମ୍ଭ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ତଥା ଏଆଇସିସି ସାଧାରଣ ସମ୍ପାଦକ ମଲ୍ଲିକାର୍ଜୁନ ଖାର୍ଗେ, ଏନ୍‌ଏସ୍‌ୟୁଆଇ ଅଧ୍ୟକ୍ଷ ନୀରଜ କୁନ୍ଦନ, ମହିଳା କଂଗ୍ରେସ ଅଧ୍ୟକ୍ଷା ସସ୍ମିତା ଦେବ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri