ଟିକେଟ ଚିନ୍ତାରେ କଂଗ୍ରେସ ଆଶାୟୀ

ନିମାପଡ଼ା,୧୨ା୪(ରଞ୍ଜନ ପଟ୍ଟନାୟକ): ୨୦୦୦ ପରଠାରୁ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ି ବିଜୟର ସ୍ବାଦ ଚାଖିନାହାନ୍ତି। ଏଥର ନିର୍ବାଚନ ତାରିଖ ଘୋଷଣା ପରେ ବି ଦଳ ଏହି ନିର୍ବାଚନମଣ୍ଡଳୀ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ଫଳରେ ନେତା ଓ କର୍ମୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। କାହାକୁ ଟିକେଟ ମିଳିବ ଓ କିଏ ରେସ୍‌ରୁ ବାଦ୍‌ ପଡ଼ିବେ ସେ ନେଇ ଆଶାୟୀ ପ୍ରାର୍ଥୀଙ୍କ ଚିନ୍ତା ବଢିଯାଇଛି। ଏଥର ଦଳୀୟ ଚିହ୍ନ ପାଇବା ପାଇଁ ଆଶାୟୀମାନେ ଉଦ୍ୟମ କରୁଛନ୍ତି। ସେମାନେ ହେଲେ ଅଧ୍ୟାପକରୁ ସମାଜସେବୀ ପାଲଟିଥିବା ନିରୋଦ ବରଣ ଖୁଣ୍ଟିଆ, ଆଇନଜୀବୀ ସୁଧୀର ମହାନ୍ତି, ଜ୍ୟୋତିରଞ୍ଜନ ମହାନ୍ତି ଏବଂ ସିଦ୍ଧାର୍ଥ ରାଉତରାୟ। ନିରୋଦ ଅଧ୍ୟାପନାରୁ ଅବସର ନେବାପରେ ୨୦୦୭ରେ ପ୍ରଥମ ଥର ପାଇଁ ଭାଜପା ସମର୍ଥନରେ ସମିତିସଭ୍ୟ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ସେ ୨୦୧୯ରେ ଭାଜପା ଛାଡ଼ି ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗଦେଇ ପୁରୀ ସଂସଦୀୟ କ୍ଷେତ୍ରରୁ ଲଢି ପରାଜିତ ହୋଇଥିଲେ। ଏଥର ନିରୋଦ କଂଗ୍ରେସ ପକ୍ଷରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆଶାୟୀ ରହିଛନ୍ତି। ସେହିଭଳି ଆଇନଜୀବୀ ସୁଧୀର ମହାନ୍ତି ପୂର୍ବରୁ ୨୦୦୯ ଓ ୨୦୧୪ ନିର୍ବାଚନରେ ବହୁଜନ ସମାଜ ପାର୍ଟି ଏବଂ ସ୍ବାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ। ସେ ମଧ୍ୟ ଦଳୀୟ ଟିକେଟ ଲବିରେ ରହିଛନ୍ତି। ଜ୍ୟୋତିରଞ୍ଜନ ମହାନ୍ତି କଂଗ୍ରେସର ଜଣେ ପୁରୁଣା କର୍ମୀ। ୨୦୦୯ରେ ଉକ୍ତ ଆସନଟି ଅଣସରଂକ୍ଷିତ ହେବା ପରେ ସେହି ବର୍ଷ ଦଳୀୟ ଟିକେଟ ନିମନ୍ତେ ଉଦ୍ୟମକରି ବିଫଳ ହୋଇଥିଲେ। ସେ ୨୦୧୪ରେ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେଡି ଟିକେଟ ପାଇଁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ଏଥର ବିଜେଡି ଛାଡ଼ି କଂଗ୍ରେସ ଟିକେଟ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଉଛି, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ପ୍ରାୟ ୬ମାସ କାଳ କଂଗ୍ରେସ ଟିକେଟ ଆଶାରେ ନିମାପଡ଼ା ନିର୍ବାଚନମଣ୍ଡଳୀ ବୁଲିବା ସହିତ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲେ। ହଠାତ ଏଥର ନିମାପଡ଼ା ନୁହେଁଁ ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। କିଛିଦିନ ପରେ ଏବେ ପୁନର୍ବାର ସେ ନିମାପଡ଼ାରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନିମାପଡ଼ାରୁ କିଏ କଂଗ୍ରେସର ପ୍ରାର୍ଥୀ ହେବେ ସ୍ପଷ୍ଟ ହୋଇନାହିଁ। ଯାହା ଜଣାପଡୁଛି, ବିଜେଡିର ପ୍ରାର୍ଥୀ ଘୋଷଣା ପରେ ହିଁ କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି। କଂଗ୍ରେସ ଟିକେଟ ଘୋଷଣା ଯେତିକି ବିଳମ୍ବ ହେଉଛି ଆଶାୟୀଙ୍କ ଛାତି ଧଡ୍‌ଧଡ୍‌ ହେବା ସହିତ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri