Posted inଜାତୀୟ

ବୁଧବାରଠାରୁ କଂଗ୍ରେସର ଭାରତ ଯୋଡ ଯାତ୍ରା, ୫ ମାସରେ ୩୫୭୦ କିଲୋମିଟର ଅତିକ୍ରମ କରିବେ କର୍ମୀ…

ନୂଆଦିଲ୍ଲୀ, ୬।୯ : ବୁଧବାର ସେପ୍ଟେମ୍ବର ୭ରେ କନ୍ୟାକୁମାରୀରେ ଏକ ମେଗା ରାଲିରେ କଂଗ୍ରେସ ଏହାର ୩,୫୭୦ କିଲୋମିଟର ଲମ୍ବା ଭାରତ ଯୋଡ ଯାତ୍ରା’ଆରମ୍ଭ କରିବ। ୫ ମାସରେ ଏହି ଯାତ୍ରା ଶେଷ ହେବ। କଂଗ୍ରେସ ଅନୁସାରେ ଆଦର୍ଶ ଏବଂ ଅର୍ଥନୈତିକ ଅସମାନତା, ସାମାଜିକ ଦ୍ରୁବିକରଣ ତଥା ରାଜନୈତିକ କେନ୍ଦ୍ରୀକରଣ ସମସ୍ୟା ବିଚାର ଧାରା ବିରୁଦ୍ଧରେ ଲଢ଼େଇ ପାଇଁ ଏହି ରାଲି କରାଯାଉଛି।

ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବୁଧବାର ଶ୍ରୀପେରୁମ୍ବୁଦୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମାଧିରେ ଏକ ପ୍ରାର୍ଥନା ସଭାରେ ଯୋଗଦେବେ। ଏହା ପରେ ସେ କନ୍ୟାକୁମାରୀରେ ଏକ କାର୍ଯ୍ୟକ୍ରମରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଉପସ୍ଥିତରେ ଏହି ଯାତ୍ରାର ଶୁଭାରମ୍ଭ କରିବେ। ଏହି ଅବସରରେ ଖଦୀର ଜାତୀୟ ପତାକା ରାହୁଲଙ୍କୁ ହସ୍ତାନ୍ତର କରାଯିବ।

ମହାତ୍ମା ଗାନ୍ଧୀ ମଣ୍ଡପମରେ ଏହି କାର୍ଯ୍ୟକ୍ରମ ପରେ ରାହୁଲ ଗାନ୍ଧୀ ଅନ୍ୟ କଂଗ୍ରେସ ନେତାଙ୍କ ସହ ଜନ ସମାବେଶ ସ୍ଥଳକୁ ଯିବେ ଯେଉଁଠାରେ ଏହି ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଏକ ଭିଡିଓ ବାର୍ତ୍ତାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକମାନଙ୍କୁ ଯଥା ସମ୍ଭବ ଯାତ୍ରାରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଦେଶରେ ନକାରାତ୍ମକ ରାଜନୀତି କରାଯାଉଥିବାରୁ ଏବଂ ଲୋକମାନଙ୍କର ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା ହେଉ ନ ଥିବାରୁ ଏହି ରାଲିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦେଶରେ ଦରଦାମ୍‌ ବୃଦ୍ଧି ଏବଂ ବେକାରୀ ସମସ୍ୟା ଉପରେ ଧ୍ୟାନ ଦେବା ଏହି ଯାତ୍ରାର ଉଦ୍ଦେଶ୍ୟ।

ପ୍ରକାଶ ଥାଉକି, ଏହି ରାଲିରେ ଆନୁଷ୍ଠାନିକ ଭାବେ ୧୨ ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି କନ୍ୟାକୁମାରୀଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ। ପ୍ରକୃତରେ ସେପ୍ଟେମ୍ବର ୮ ରେ ସକାଳ ୭ ଟାରୁ ଏହି ଯାତ୍ରା ଆରମ୍ଭ ହେବ। ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ଏହି ଅବସରରେ ପଦଯାତ୍ରାରେ ସାମିଲ ହେବେ। ଯାତ୍ରା ଆରମ୍ଭ ପୂର୍ବରୁ ରାହୁଲ ଗାନ୍ଧୀ କନ୍ୟାକୁମାରୀରେ ବିବେକାନନ୍ଦ ରକ ମେମୋରିଆଲ, ଥିରୁଭାଲୁଭର୍‌ ଷ୍ଟାଚ୍ୟୁ ଏବଂ କାମାରାଜ ମେମୋରିଆଲ ପରିଦର୍ଶନ କରିବେ।

ପଦଯାତ୍ରା ଦୁଇଟି ବ୍ୟାଚ୍‌ରେ ଚାଲିବ। ପ୍ରଥମ ବ୍ୟାଚ୍‌ ସକାଳ ୭ରୁ ପୂର୍ବାହ୍ନ ସାଢ଼େ ୧୦ ଏବଂ ଂ ଅନ୍ୟଟି ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ। ହାରାହାରି ଯୋଜନାରେ ଦୈନିକ ୨୨ରୁ୨୩ କିଲୋମିଟର ଚାଲିବାକୁ ହେବ। କଂଗ୍ରେସ ଦାବି କରିଛି ଯେ କଶ୍ମୀରରୁ କନ୍ୟାକୁମାରୀ ଅଭିମୁଖେ ଯାତ୍ରା କୌଣସି ପ୍ରକାରେ ମନ କି ବାତ ନୁହେଁ, ବରଂ ଲୋକଙ୍କ ଚିନ୍ତା ଓ ଦାବି ଦିଲ୍ଲୀରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମେତ ୧୧୯ ନେତାଙ୍କୁ ଭାରତ ଯାତ୍ରୀ ଭାବେ ଶ୍ରେଣୀଭୁକ୍ତ କରିଛି। ସେମାନେ କନ୍ୟାକୁମାରୀ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?