Posted inଜାତୀୟ

୨୦୧୩ ଟୁଇଟ୍‌କୁ ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୯।୭: ୨୦୧୩ ଏପ୍ରିଲ ୧୫ରେ ଚାଇନାର ୧ ପ୍ଲାଟୁନ ସୈନ୍ୟ ଦୌଲତବେଗ୍‌ ଓଲ୍ଡି ସୀମାରୁ ଭାରତୀୟ ଭୂଖଣ୍ଡର ୧୯ କି.ମି. ଭିତରକୁ ଅନୁପ୍ରବେଶ କରି ୪ଟି ଟେଣ୍ଟ ତିଆରି କରିଥିଲେ। ଏହାକୁ ନେଇ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ୨୧ ଦିନ ଧରି ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଦୁଇମାସ ପରେ ଚାଇନା ସୈନ୍ୟ ଲଦାଖର ଚୁମାର ସେକ୍ଟରରେ ପୁଣି ଅନୁପ୍ରବେଶ କରିଥିଲେ। ଆଲୋଚନା ପରେ ଦୁଇଦେଶର ସେନା ବିବାଦୀୟ ଅଞ୍ଚଳରୁ ପଛକୁ ହଟିଥିଲେ। ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କୁ ଏନେଇ କାଠଗଡ଼ାରେ ଛିଡ଼ା କରାଇଥିଲେ। ନିଜ ଭୂଖଣ୍ଡରୁ ଭାରତୀୟ ଯବାନମାନଙ୍କୁ କାହିଁକି ପ୍ରତ୍ୟାହାର କଲ ବୋଲି ସେହି ସମୟରେ ମୋଦି ପ୍ରଶ୍ନ କରିଥିଲେ। ଏହାର ୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାନ ପ୍ରଶ୍ନ ପଚାରି ଘେରିଛି କଂଗ୍ରେସ। ୨୦୧୩ ମସିହାରେ ଉପା ସରକାର ଅମଳରେ ମୋଦିଙ୍କ ମନ୍ତବ୍ୟକୁ ସ୍ମରଣ କରାଇଦେଇଛି ବିରୋଧୀ ଦଳ। କହିଛି, ପ୍ରସଙ୍ଗ ସମାନ, ପ୍ରଶ୍ନ ସମାନ। ଏବେ ଆମ ପାଳି। ଜବାବ ଆପଣ ଦିଅନ୍ତୁ…।

ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତୀୟ ସେନା ଓ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ମଧ୍ୟରେ ସଂଘର୍ଷ ଘଟିବାର ୨୧ ଦିନ ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରୁ ଉଭୟ ପକ୍ଷ ହଟିଛନ୍ତି। ଏହାକୁ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ଟୁଇଟ୍‌କୁ ନେଇ ଭାଜପାକୁ ଟାର୍ଗେଟ କରିଛି କଂଗ୍ରେସ। ଦଳର ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଏହି ଅବସରରେ ମୋଦିଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରି ଲେଖିଛନ୍ତି, ସମ୍ମାନନୀୟ ପ୍ରଧାନମନ୍ତ୍ରୀ, ଆପଣ ନିଜ ମନ୍ତବ୍ୟ ମନେରଖିଛନ୍ତି କି? ଆପଣଙ୍କ କଥାର କିଛି ମାନେ ଅଛି କି? ଆମ ଭୂମିରୁ ଆମ ଯବାନମାନେ କାହିଁକି ହଟୁଛନ୍ତି ତାହା ଆପଣ ଆମକୁ ଜଣାଇବେ କି ବୋଲି ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି।
୨୦୧୩ ମେ ୧୩ରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଚାଇନା ନିଜ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେଲା। କିନ୍ତୁ ଭାରତ କାହିଁକି ଭାରତୀୟ ଭୂଖଣ୍ଡରୁ ଯବାନମାନଙ୍କୁ ପ୍ରତ୍ୟାହାର କରୁଛି? ଆମେ କାହିଁକି ପଛଘୁଞ୍ଚା ଦେଉଛେ? ମୋଦିଙ୍କ ଏହି ଟୁଇଟ୍‌ ସାମ୍ନାକୁ ଆସିବା ପରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ଏହାକୁ ରିଟୁଇଟ୍‌ କରିଛନ୍ତି। ଏହି ପ୍ରସଙ୍ଗରେ ମୁଁ ମୋଦିଙ୍କ ସହ ଏକମତ। ପ୍ରଧାନମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ଦେବା ଜରୁରୀ ବୋଲି ସେ କହିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ନୂଆଦିଲ୍ଲୀ ପକ୍ଷରୁ ସ୍ଥିତାବସ୍ଥା ଉପରେ ଜୋର୍‌ ଦିଆଗଲା ନାହିଁ କାହିଁକି? ଏବଂ ସରକାରଙ୍କ ବିବୃତିରେ ଗଲଓ୍ବାନ ଉପତ୍ୟକାର କ୍ଷେତ୍ରୀୟ ସାର୍ବଭୌମତ୍ୱ ସମ୍ପର୍କରେ କାହିଁକି ଉଲ୍ଲେଖ କରାଯାଇ ନାହିଁ। ଜାତୀୟ ସ୍ବାର୍ଥ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଏହାକୁ ସୁରକ୍ଷା ଦେବା ଭାରତ ସରକାରଙ୍କ କର୍ତ୍ତବ୍ୟ ହୋଇଥିବାବେଳେ ସ୍ଥିତାବସ୍ଥା ଉପରେ କାହିଁକି ଜୋର୍‌ ଦିଆଯାଉନାହିଁ? ଆମ ଭୂଖଣ୍ଡରେ ଆମର ୨୦ ନିରସ୍ତ୍ର ଯବାନଙ୍କ ହତ୍ୟାକୁ ଯଥାର୍ଥ ବୋଲି ଦର୍ଶାଇବା ପାଇଁ ଚାଇନାକୁ କାହିଁକି ସୁଯୋଗ ଦିଆଗଲା ବୋଲି ଟୁଇଟରରେ ରାହୁଲ ପ୍ରଶ୍ନ କରିଛନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଓ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କ ମଧ୍ୟରେ ଆଲୋଚନା ହେବା ପରେ ଉଭୟ ଭାରତ ଓ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିବୃତିକୁ ରାହୁଲ ଟୁଇଟରରେ ଶେୟାର କରିଛନ୍ତି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ନିଜ ବିବୃତିରେ କିପରି ଗଲଓ୍ବାନ ଉପତ୍ୟକା ସମ୍ପର୍କରେ ଅବତାରଣା କରିଛି ଏବଂ ଭାରତୀୟ ପ୍ରତିପକ୍ଷ ଏହାକୁ ବାଦ୍‌ ଦେଇଛି ତାହା ମଧ୍ୟ ରାହୁଲ ଦର୍ଶାଇଛନ୍ତି। ଦୁଇଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହେବା ପ୍ରସଙ୍ଗକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ପ୍ରଶ୍ନ କରିଆସୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ପୁରୁଣା ଟୁଇଟ୍‌ ଏହି ଘଟଣାକ୍ରମରେ ନୂଆ ଟୁଇଷ୍ଟ ଆଣିଛି।
ରାହୁଲ ଶନିବାର ପ୍ରଶ୍ନ କହିଥିଲେ, ଦେଶଭକ୍ତ ଲଦାଖବାସୀ ଚାଇନାର ଅନୁପ୍ରବେଶକୁ ନେଇ ସ୍ବର ଉତ୍ତୋଳନ କରୁଛନ୍ତି। ତେଣୁ ସରକାର ସେମାନଙ୍କ କଥା ଶୁଣନ୍ତୁୁ। କାରଣ ଲଦାଖବାସୀଙ୍କ ସତର୍କବାଣୀକୁ ଅଣଦେଖା କଲେ ଭାରତକୁ ମହଙ୍ଗା ପଡ଼ିବ। ଏହାସହ ରାହୁଲ ଏକ ସୋସିଆଲ ମିଡିଆ ରିପୋର୍ଟ ଶେୟାର କରିଛନ୍ତି, ଯେଉଁଥିରେ ଚାଇନା ଲଦାଖରେ ଭାରତୀୟ ଭୂଖଣ୍ଡ ଦଖଲ କରିଥିବା ଲଦାଖବାସୀ ଅଭିଯୋଗ ଆଣିଛନ୍ତି। ଭାରତର ସ୍ବାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ସେମାନଙ୍କ କଥା ଶୁଣନ୍ତୁ ବୋଲି ରାହୁଲ ଏଥିରେ ଅନୁରୋଧ କରିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ରାହୁଲଙ୍କୁ ସମର୍ଥନ କରିଥିଲେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ରାହୁଲଙ୍କୁ ଭାରତୀୟ ଯବାନଙ୍କ ମନୋବଳ ଦୁର୍ବଳ କରୁଥିବା ଦର୍ଶାଇ ଟାର୍ଗେଟ କରିଥିଲେ। ଅମରିନ୍ଦର ଏହାର ଜବାବ ରଖି କହିଥିଲେ, ଗଲଓ୍ବାନ ଉପତ୍ୟକାର ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି।
ଗଲଓ୍ବାନ ଅଞ୍ଚଳର ପାଟ୍ରୋଲିଂ ପଏଣ୍ଟ ନମ୍ବର ୧୪ରୁ ଭାରତୀୟ ଓ ଚାଇନା ସୈନ୍ୟ ପଛଘୁଞ୍ଚା ଦେବା ଆରମ୍ଭ କରିଛନ୍ତି ବୋଲି କେତେକ ରିପୋର୍ଟ ପ୍ରକାଶ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନିଜ ପୂର୍ବ ମନ୍ତବ୍ୟକୁ ନେଇ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସୋମବାର କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। କାରଣ ସୋମବାର ଭର୍ଚୁଆଲ ସର୍ବଦଳୀୟ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତୀୟ ଭୂଖଣ୍ଡକୁ କେହି ଅନୁପ୍ରବେଶ କରିନାହାନ୍ତି ଅଥବା କେହି ଆମ ସେନାର କୌଣସି ଶିବିରକୁ ଦଖଲ କରିନାହାନ୍ତି।
ଇତିମଧ୍ୟରେ ଉଭୟ ଭାରତ ଓ ଚାଇନା ସୈନ୍ୟ ହଟ୍‌ସ୍ପ୍ରିଙ୍ଗ୍‌ ସେକ୍ଟରର ପାଟ୍ରୋଲିଂ ପଏଣ୍ଟ ୧୫ ଓ ପାଟ୍ରୋଲିଂ ପଏଣ୍ଟ ୧୭ଏ (ଗୋଗ୍ରା)ରୁ ପଛକୁ ଫେରିଥିବା ସୂଚନା ମିଳିଛି। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇବା ପରେ ଏପରି ପଦକ୍ଷେପ ନିଆଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri