Posted inଜାତୀୟ

ଗରିବୀ ହଟାଅ କହି ଗରିବଙ୍କୁ ହଟାଇ ଦେଇଛି କଂଗ୍ରେସ: ରାହୁଲଙ୍କୁ କବିତାଙ୍କ କଟାକ୍ଷ…

ହାଇଦ୍ରାବାଦ,୧୭।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଇ ଏବଂ ବିଆରଏସ ଏମଏଲସିର କବିତା ରାହୁଲ ଗାନ୍ଧୀଙ୍କ କଡ଼ା ସମାଲୋଚନା କରିଛନ୍ତି। ଏକ କଟାକ୍ଷ କରି ସେ କହିଛନ୍ତି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ହଜାରେ ମୂଷା ମାରିବା ପରେ ହଜରେ ଯାଉଥିବା ବିଲେଇ ପରି। ରାହୁଲ ଗାନ୍ଧୀ କହୁଛନ୍ତି ସମ୍ବିଧାନ ଏବଂ ଗଣତନ୍ତ୍ର ବିପଦରେ ଅଛି, କିନ୍ତୁ ସତ୍ୟ ଏହା ହେଉଛି ତେଲେଙ୍ଗାନାର ଜଣେ ଶକ୍ତିଶାଳୀ ନେତା ତଥା ଶକ୍ତିଶାଳୀ ଗଣତନ୍ତ୍ର ଅଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ସବୁ ଠିକ ଚାଲିଛି।

କଂଗ୍ରେସ ଦଳ ଅଳ୍ପସଂଖ୍ୟକ ଲୋକଙ୍କ ପାଇଁ କିଛି କରିନାହାଁନ୍ତି। ୬୨ ବର୍ଷ ଶାସନ କାଳରେ ମୁସଲମାନ କିମ୍ବା ଗରିବଙ୍କ ପାଇଁ କଂଗ୍ରେସ କ’ଣ କରିଛି? ଏହାର ଶାସନ କାଳରେ, ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରିବା ପରିବର୍ତ୍ତେ କଂଗ୍ରେସ ଗରିବୀ ହଟାଅ କହି ଗରିବଙ୍କୁ ହଟାଇ ଦେଇଛି।

ତେଲେଙ୍ଗାନା ରାଜ୍ୟ ଗଠନ ପରେ ଜାତି ଓ ଧର୍ମ ନାମରେ ଲୋକଙ୍କୁ ଚୟନ ନ କରି ବିଆରଏସ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରତ୍ୟେକ ପରିବାରଙ୍କ ପାଖକୁ ନେଇଥିଲେ। ଭାରତର କେତେକ ଉପାଦାନ ଜାତି ଭିତ୍ତିରେ ଲୋକଙ୍କୁ ବିଭକ୍ତ କରନ୍ତି, କିନ୍ତୁ ତେଲେଙ୍ଗାନାରେ ହାଇଦ୍ରାବାଦ ସ୍ବାଭିମାନ ଭବନ ପ୍ରତ୍ୟେକ ଜାତି ପାଇଁ ନିର୍ମାଣ କରାଯାଉଛି ଏବଂ ସରକାର ସମସ୍ତ ଜାତିର ଲୋକଙ୍କୁ ସାହାଯ୍ୟ କରୁଛନ୍ତି।  ଦେଶର କିଛି ଉପାଦାନ ଲୋକଙ୍କୁ ଧର୍ମ ନାମରେ ବିଭକ୍ତ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତେଲେଙ୍ଗାନାରେ ସରକାର ସମସ୍ତ ଧର୍ମର ଉତ୍ସବ ପାଳନ କରନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

କାହିଁକି ପଛଘୁଞ୍ଚା ଦେଲେ ଟ୍ରମ୍ପ, କହିଦେଲେ ଏହି ବଡ଼ କାରଣ

ଓ୍ବାଶିଂଟନ,୨୭ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ସେନେଇ ସୋସିଆଲ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri