ଲୋକ ସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୩ା୪: ଶନିବାର ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କେନ୍ଦୁଝରରୁ ମୋହନ ହେମ୍ବ୍ରମ, ବାଲେଶ୍ୱରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, ପୁରୀରୁ ସୁଚରିତା ମହାନ୍ତି ଏବଂ ଭୁବନେଶ୍ୱରରୁ ୟାସିର ନଓ୍ବାଜଙ୍କୁ  ଲୋକ ସଭା ପ୍ରାର୍ଥୀ କରିଛି କଂଗ୍ରେସ।

ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସ ୮ଟି ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଶନିବାର ଆଉ ୯ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି।