ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯:  ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଓଡ଼ିଶା ବନ୍ଦରେ ସାମିଲ୍‌ ହେବାକୁ ଇଣ୍ଡି ମେଣ୍ଟର ସଦସ୍ୟଙ୍କୁ ସେ ଅପିଲ୍ କରିଛନ୍ତି ।

କହିରଖୁଛୁକି,  ବିଦ୍ୟାଳୟ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ବନ୍ଦ ଡାକରା ଦେଇଥିଲା । ସେପ୍ଟେମ୍ବର ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏନେଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଥିଲେ । ତେବେ ଏଥିରେ କଂଗ୍ରେସ ସାମିଲ ହେବ ନାହିଁ ବୋଲି ପିସିସି ସଭାପତି କହିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ପୁଣି ଓଡ଼ିଶା ବନ୍ଦ ନେଇ ଘୋଷଣା କରିଛି ।

ମଙ୍ଗଳବାର ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଇଣ୍ଡି ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା । CEC ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ବିଲ୍ ପ୍ରତ୍ୟାହାର ଦାବି, ପାଠ୍ୟପୁସ୍ତକ ତ୍ରଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଇଣ୍ଟି ମେଣ୍ଟ ପକ୍ଷରୁ ବିକ୍ଷୋଭ କରାଯାଇଛି ।

 

Dharitri – Odisha’s No.1 Odia Daily

Share