Posted inଜାତୀୟ

ଉଦଘାଟନ ପାଇଁ ମେ ୨୮ ତାରିଖ ନେଇ କଂଗ୍ରେସ- ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନବ ନିର୍ମିତ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି ସମେତ ୨୧ ଟି ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। ଉଦଘାଟନୀ ଉତ୍ସବର ତାରିଖ ନେଇ କଂଗ୍ରେସ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ଜୟରାମ ରମେଶ ସଂସଦର ଉଦଘାଟନ ପାଇଁ ମେ ୨୮ ତାରିଖ ଚୟନ କରିଥିବାରୁ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଜୟରାମ ରମେଶ ଏକ ଟୁଇଟରେ କହିଛନ୍ତି ପଣ୍ଡିତ ନେହେରୁଙ୍କ ଅନ୍ତିମ ସଂସ୍କାର ମେ ୨୮ ରେ କରାଯାଇଥିଲା। ସାବରକରଙ୍କ ଜନ୍ମଦିନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏହି ଦିନ ଉଦଘାଟନୀ ସମାରୋହ ଆୟୋଜନ କରିଥିବାରୁ ଟାର୍ଗେଟ କରାଯାଇଛି।

ଜୟରାମ ରମେଶ କହିଛନ୍ତି, ଭାରତରେ ସଂସଦୀୟ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ବଳିଦାନ ଦେଇଥିବା ନେହେରୁଙ୍କର ୧୯୬୪ ମସିହାରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସାବରକର ଯାହାଙ୍କର ଆଦର୍ଶ ଏଭଳି ପରିବେଶ ସୃଷ୍ଟି କରିଥିଲା ଯାହା ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ହତ୍ୟା ହୋଇଥିଲା। ଏଭଳି ବ୍ୟକ୍ତିଙ୍କର ଜନ୍ମ ୧୮୮୩ ମସିହାରେ ହୋଇଥିଲା।

ଦେଶର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ତାଙ୍କ ସାମ୍ବିଧାନିକ ଦାୟିତ୍ୱ ତୁଲାଇବାକୁ ଅନୁମତି ଦିଆଯାଇ ନାହିଁ। ଜଣେ ଏକଛତ୍ରବାଦୀ ପ୍ରଧାନମନ୍ତ୍ରୀ ଯିଏ ସଂସଦୀୟ ପ୍ରକ୍ରିୟାକୁ ଘୃଣା କରନ୍ତି ଏବଂ କ୍ୱଚିତ ସଂସଦରେ ଯୋଗ ଦିଅନ୍ତି କିମ୍ବା ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି, ସେ ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ତଥ୍ୟକୁ ବିକୃତ କରି ମିଡିଆରେ ଢୋଲ ପିଟିବା ଭଳି ହୀନ କାର୍ଯ୍ୟ ସେ କରିଥାନ୍ତି।

କଂଗ୍ରେସ ନେତା ଜୟରାମ ରମେଶଙ୍କ ଟୁଇଟର ଜବାବରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି କଂଗ୍ରେସ ନିଜ ନିଜର ଭୁଲ ଦେଖିବା ଉଚିତ। ଆଜି ଏପରି କଥା କହି ସେମାନେ ଚେଷ୍ଟା କରୁଛନ୍ତି ଆମେ ଆଦିବାସୀମାନଙ୍କର ପ୍ରତିନିଧୀ ଅଟୁ। ସେମାନେ ପ୍ରଥମେ ସେମାନଙ୍କର କାର୍ଯ୍ୟର ମୂଲ୍ୟାଙ୍କନ କରିବା ଜରୁରୀ।

ଏନସିପି ନେତା ସୁପ୍ରିୟା ସୁଲେ କହିଛନ୍ତି ବିରୋଧୀଙ୍କ ଉପସ୍ଥିତି ବିନା ନୂତନ ସଂସଦ ଭବନର ଉଦଘାଟନ ହୋଇଛି। ଏହାର ଅର୍ଥ ଦେଶରେ ଗଣତନ୍ତ୍ର ନାହିଁ। ଏହା ଏକ ଅସମ୍ପୂର୍ଣ୍ଣ ପ୍ରୋଗ୍ରାମ। ୩ ଦିନ ପୂର୍ବରୁ ହ୍ବାଟସ ଆପରେ ଆମନ୍ତ୍ରଣ ପଠାଯାଇଥିଲା । ସେମାନେ ଫୋନରେ ବିରୋଧୀ ଦଳର ନେତାଙ୍କ ସହ ଯୋଗାଯୋଗ କରିପାରି ଥାନ୍ତେ। ମାତ୍ରେ ଜାଣିଶୁଣି ଏଭଳି କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?