ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ସେ ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।
ବଳିଷ୍ଠ ନେତୃତ୍ୱ ଓ ମହିଳା ସଙ୍ଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ନିଭାଉଥିବାରୁ ପୁଣି ଥରେ ଦଳ ତାଙ୍କୁ ଭରଷା କରି ଏହି ଦାୟିତ୍ୱ ପ୍ରଦାନ କରିଛି। ଆଗାମୀ ଦିନରେ ଓଡ଼ିଶାର ଯୁବତୀଯୁବକଙ୍କ ନ୍ୟାଯ୍ୟ ଦାବି ପାଇଁ ଲଢେଇ ଜାରି ରଖିବା ସହ ସେମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣ ମୂଳସ୍ତରରେ ଦଳକୁ ମଜଭୁତ କରିବେ ବୋଲି ମନ୍ଦାକିନୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମନ୍ଦାକିନୀଙ୍କୁ ପୁଣି ଥରେ ଏହି ଦାୟିତ୍ୱ ମିଳିବାରୁ ତାଙ୍କ ସମର୍ଥକ ଓ ଦଳୀୟ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।


