ଦୂର ହେଲା ଦ୍ୱନ୍ଦ୍ୱ: ୨ରେ ଶ୍ରୀମନ୍ଦିରରେ ସରସ୍ବତୀ ପୂଜା

ପୁରୀ,୩୧ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବୀକୃତିଲାଭ କରିଥିବା ପାଞ୍ଜିରେ ଭୁଲ ତଥ୍ୟ ଥିବା ନେଇ ଅଭିଯୋଗ ହୋଇଛି। ପୂର୍ବରୁ ପଣାସଂକ୍ରାନ୍ତି, କୁମାର ପୂର୍ଣ୍ଣିମା, କାଳୀପୂଜା, ଦୀପାବଳି ଏବଂ ଧନୁ ସଂକ୍ରାନ୍ତି ପାଳନ ଦିନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଗକୁ ହେବାକୁ ଥିବା ସରସ୍ବତୀ ପୂଜା ପାଳନକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି।

ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେତେକ କ୍ୟାଲେଣ୍ଡରରେ ଫେବୃଆରୀ ୨ରେ ସରସ୍ବତୀ ପୂଜା ଉଲ୍ଲେଖ ଥିବାବେଳେ ଅନ୍ୟ କେତେକ ପାଞ୍ଜି ଓ କ୍ୟାଲେଣ୍ଡରରେ ୩ତାରିଖ ବୋଲି ଦର୍ଶାଯାଇଛି। ଫଳରେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜି ଗଣନାରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି।

ଏ ନେଇ ପାଞ୍ଜି ସମୀକ୍ଷକ ତଥା ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ହରିଶଙ୍କର ମିଶ୍ର କହିଛନ୍ତି, ବର୍ତ୍ତମାନ ସରସ୍ବତୀ ପୂଜାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଦେଖାଦେଇଛି, ସେ ସମ୍ପର୍କରେ ବର୍ଷକ ପୂର୍ବରୁ ସୂଚନା ଦେଇଥିଲି। ମାତ୍ର ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ, ମୁକ୍ତିମଣ୍ଡପ ପଣ୍ଡିତ ସଭା ଏବଂ ଅନ୍ୟମାନେ କେହି ଗୁରୁତ୍ୱ ଦେଲେ ନାହିଁ। ଫଳରେ ଅନେକ ପଣ୍ଡିତ ଏହାକୁ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି। କୋହିନୂର ପ୍ରେସ ପଞ୍ଜିକାରେ ଫେବୃଆରୀ ୨ରେ ସରସ୍ବତୀ ପୂଜା ଓ ରଥକାଠ ଅନୁକୂଳ ପୂଜା ବୋଲି ଉଲ୍ଲେଖ ରହିଛି। ୩ ତାରିଖରେ ମଧ୍ୟ ସରସ୍ବତୀ ପୂଜା ଓ ରଥ କାଠ ଅନୁକୂଳ ପୂଜା ବୋଲି ଲେଖାଯାଇଛି।

ସେହିପରି ରାଧାରଣମ ପ୍ରେସ ପଞ୍ଜିକାରେ ଫେବୃଆରୀ ୨ରେ ସରସ୍ବତୀ ପୂଜା ପାଳନ ହେବ ବୋଲି ଉଲ୍ଲେଖ ଥିଲେ ମଧ୍ୟ ଯେଉଁ ଶ୍ଳୋକ ଲେଖାଯାଇଛି, ସେଥିରେ ଉଦୟ ବ୍ୟାପିନକୁ ଗୁରୁତ୍ୱ ଦିଆଯାଇଛି। ଉଦୟ ବାପିନ ହେଉଛି ଫେବୃଆରୀ ୩ ତାରିଖ। ପୁରାଣରେ ଉଲ୍ଲେଖ ରହିଛି, ଚତୁର୍ଥୀଯୁକ୍ତ ପଞ୍ଚମୀରେ ପର୍ବ ପାଳନ କରା ନ ଯାଇ ପଞ୍ଚମୀଯୁକ୍ତ ଷଷ୍ଠୀରେ ପାଳନ କରାଯାଇଥାଏ। ସେହିପରି ୪ ଶଙ୍କରାଚାର୍ଯ୍ୟ କୁମ୍ଭମେଳାର ଶାହୀସ୍ନାନ ଫେବୃଆରୀ ୩ ତାରିଖକୁ ଉଲ୍ଲେଖ କରିଛନ୍ତି।

ତେବେ ସମ୍ପ୍ରତି ପଞ୍ଜିକାରେ ଯେଉଁ ତ୍ରୁଟି ଦେଖାଦେଇଛି ସେ ନେଇ ପୂର୍ବରୁ ସେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କିନ୍ତୁ ଏଥିପ୍ରତି ଗୁରୁତ୍ୱ ଦିଆଗଲା ନାହିଁ ବୋଲି ମିଶ୍ର ଅଭିଯୋଗ ଆଣିଛନ୍ତି। ସେହିପରି ୨୦୨୦ ମସିହାରୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାଳ ଶେଷ ହେଲାଣି। ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ ସଭାପତି ହେଉଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। କିଛି ବିବାଦ ଉପୁଜିଲେ ଶଙ୍କରାଚାର୍ଯ୍ୟଙ୍କ ମତ ନେବା ଆବଶ୍ୟକ। ମାତ୍ର ତାଙ୍କ ମତ ନିଆଯାଉନାହିଁ। ତେବେ ବର୍ତ୍ତମାନ ଯେଉଁ ଦ୍ୱନ୍ଦ୍ୱ ବା ବିବାଦ ଦେଖାଦେଉଛି, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସକ ମୁଖ୍ୟତଃ ଦାୟୀ। ଅଦିନରେ ଯଦି କିଛି ପର୍ବ ବା ମହାପ୍ରଭୁଙ୍କ ନୀତି ପାଳନ ହୁଏ, ତେବେ ତାହା ଦେଶ, ରାଜ୍ୟ, ଶାସକ, ବ୍ୟକ୍ତି ଏବଂ ସମାଜ ପ୍ରତି ବିପଦ ସୃଷ୍ଟି କରେ ବୋଲି ଶାସ୍ତ୍ରରେ ପ୍ରମାଣ ରହିଥିବା ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ୨ତାରିଖରେ ଶ୍ରୀମନ୍ଦିରରେ ସରସ୍ବତୀ ପୂଜା ପାଳନ କରାଯିବ। ପରମ୍ପରା ଅନୁଯାୟୀ, ଉକ୍ତ ଦିନ ରଥକାଠ ଅନୁକୂଳ ପୂଜା ମଧ୍ୟ କରାଯିବ। ପଞ୍ଜିକା ସମନ୍ବୟ ବୈଠକରେ ବର୍ଷଯାକର ପର୍ବପର୍ବାଣି ନିର୍ଦ୍ଧାରଣ ବା ସ୍ଥିର କରାଯାଇଥାଏ। ପଞ୍ଜିକା ସମନ୍ବୟ ବୈଠକ ଅନୁଯାୟୀ ଫେବୃଆରୀ ୨ରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ ହେବା ନେଇ ସ୍ଥିର ହୋଇଛି। ତେଣୁ ସେହି ଅନୁଯାୟୀ ୨ ତାରିଖରେ ପର୍ବ ପାଳନ କରାଯିବ ବୋଲି ସାହୁ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri