ଭିତର ରତ୍ନଭଣ୍ଡାର ନକଲି ଚାବିକୁ ନେଇ ଦ୍ୱନ୍ଦ୍ୱ

ପୁରୀ ଅଫିସ,୩ା୧୨:ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରତ୍ନଭଣ୍ଡାର ଚାବି ହଜିବା ଓ ପରେ ପୁଣି ରେକର୍ଡ ରୁମ୍‌ରୁ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ନକଲି ଚାବି ମିଳିଯିବା ଘଟଣା ନେଇ ସେସମୟରେ ଚର୍ଚ୍ଚା ଜୋର ଧରିଥିଲା। ତତ୍କାଳୀନ ଜିଲାପାଳ ମଧ୍ୟ ଏକ ବନ୍ଦ ଲଫାପାରେ ଚାବି ଥିବା କହି ଗଣମାଧ୍ୟମ ସମ୍ମୁଖରେ ଲୋକଙ୍କୁ ଦେଖାଇଥିଲେ।
ତେବେ ବାସ୍ତବରେ ସେହି ଲଫାପାରେ ଚାବି ରହିଥିଲା କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ସୂଚନା ଅଧିକାର ଆଇନ ବଳରେ ୨୦୧୮ ଅଗଷ୍ଟ ୬ରେ ତତ୍କାଳୀନ ଜିଲାପାଳ ପୁରୀ ଜିଲା କୋଷାଗାର କାର୍ଯ୍ୟାଳୟକୁ ଲେଖିଥିବା ଚିଠି ହସ୍ତଗତ ହୋଇଛି। ନକଲି ଚାବି ଜିଲା ଟ୍ରେଜେରିରେ ଦାଖଲ କରିବା ଉଦ୍ଦେଶ୍ୟରେ ଜିଲାପାଳ ଟ୍ରେଜେରିକୁ ଏହି ଚିଠି (ନଂ.୨୨୨୨/ଜିଆଇ) ଲେଖିଥିଲେ। ଏହି ଚିଠିରେ ଉଲ୍ଲେଖ ରହିଛି, ଶ୍ରୀମନ୍ଦିର ଏବଂ ରତ୍ନଭଣ୍ଡାର ସମ୍ପର୍କିତ ମୂଲ୍ୟବାନ ସାମଗ୍ରୀ ଓ ଦସ୍ତାବିଜ ଟ୍ରେଜେରିରେ ଦାଖଲ କରାଗଲା। ସମ୍ପୃୃକ୍ତ ମୂଲ୍ୟବାନ ସାମଗ୍ରୀ ନିର୍ଦ୍ଧାରିତ ଟିମ୍‌ ଦ୍ୱାରା ଖୋଜାଖୋଜି ପରେ ଜିଲା ରେକର୍ଡ ରୁମ୍‌ରୁ ୨୦୧୮ ଜୁନ ୧୩ ତାରିଖରୁ ମିଳିଥିବା ଚିଠିରେ ଉଲ୍ଲେଖ ରହିଛି। ଜିଲା ପ୍ରଶାସନ ସମ୍ପୃୃକ୍ତ ତାରିଖରେ ଭିତର ରତ୍ନଭଣ୍ଡାର ନକଲି ଚାବି ଖୋଜିଥିବା ନେଇ ପୂର୍ବରୁ ଦାବି କରିଥିବା ବେଳେ ଚିଠିରେ ଚାବି କିମ୍ବା ନକଲି ଚାବି ଦାଖଲ କରିଥିବା ସମ୍ପର୍କରେ ଉଲ୍ଲେଖ କରି ନ ଥିଲେ। ଚିଠିରେ ନକଲି ଚାବିକୁ କାହିଁକି ମୂଲ୍ୟବାନ ସାମଗ୍ରୀ ବୋଲି ଲେଖାଗଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ରେକର୍ଡ ରୁମ୍‌ରୁ ଚାବି ମିଳିବା ପରେ ସେ ଏହାକୁ ଜିଲା ଟ୍ରେଜେରିରେ ଦାଖଲ କରିଥିଲେ। ମାତ୍ର ଦାଖଲ କରିବା ବେଳେ ସେ ଯେଉଁ ଚିଠି ଟ୍ରେଜେରିକୁ ଲେଖିଲେ ସେଥିରେ ଚାବି ଶଦ୍ଦ ଉଲ୍ଲେଖ ନାହିଁ। ବାସ୍ତବରେ ଯଦି ଚାବି ଥିଲା ତେବେ ଚାବି ବୋଲି ନ ଲେଖି ମୂଲ୍ୟବାନ ସାମଗ୍ରୀ ଲେଖାଯିବାର କ’ଣ ଆବଶ୍ୟକତା ପଡ଼ିଲା ତାହା ବୁଝାପଡୁନାହିଁ। ମନେହେଉଛି ଜିଲାପାଳ ସେସମୟରେ ପ୍ରଶାସନର ଦୋଷ ଘୋଡ଼ାଇବା ପାଇଁ ଚାପର ବଶବର୍ତ୍ତୀ ହୋଇ ଏଭଳି କରିଥାଇପାରନ୍ତି। ଏନେଇ ତଦନ୍ତ ହେବା ଉଛିତ। ସେହିପରି କଂଗ୍ରେସ ନେତା ସ୍ବାଧୀନ ପଣ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଅନେକ ମିଛ କୁହାଯାଇଥିବା ଅନୁମାନ ହେଉଛି। ଚାବି ହଜିବା ନାଟକ କରି ରାଜ୍ୟ ସରକାର ଜଗନ୍ନାଥପ୍ରେମୀଙ୍କ ଭାବନା ସହ ଖେଳୁଛନ୍ତି। କିଏ ସତ କହୁଛି ତାହା ଜାଣିବା କଷ୍ଟକର ହେଲାଣି। ରାଜ୍ୟ ସରକାର ସମସ୍ତ ଦ୍ୱନ୍ଦ୍ୱ ଦୂର କରିବା ସହ ସମ୍ପୃୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ପରିକ୍ରମା ଯୋଜନା କରି ରାଜ୍ୟବାସୀଙ୍କ ପ୍ରଶଂସା ସାଉଁଟୁଥିବା ସରକାର ରତ୍ନଭଣ୍ଡାର ଖୋଲିବାରେ କୁଣ୍ଠାବୋଧ ନ କରିବା ଦରକାର। ରତ୍ନଭଣ୍ଡାର ଛାତ ଓ କାନ୍ଥ ନଷ୍ଟ ହେବା ସହ ଲୁହାରଡ଼ ଦେଖାଯାଉଛି। ରତ୍ନଭଣ୍ଡାର ମରାମତି ଆବଶ୍ୟକ ଥିବା ୨୦୧୮ରେ ଉଭୟ ପ୍ରାଧିକୃତ କମିଟି ଏବଂ ଏଏସ୍‌ଆଇ ଟିମ୍‌ ପ୍ରସ୍ତାବ ଦେଇସାରିଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ରତ୍ନଭଣ୍ଡାର ସମ୍ପର୍କରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣତାରକା ପ୍ରଶ୍ନ ପଚାରିଛନ୍ତି। ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସରକାରଙ୍କ ସଂପୃକ୍ତି କ’ଣ, ଏଏସ୍‌ଆଇ କି ପଦକ୍ଷେପ ନେଇଛି, ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ କ’ଣ ପରାମର୍ଶ ଦେଇଛି ଏବଂ ଅଗଣିତ ଭକ୍ତଙ୍କ ଭାବବେଗ ଦୃଷ୍ଟିରୁ ସରକାର କ’ଣ ନିଷ୍ପତ୍ତି ନେବେ ବୋଲି ପ୍ରଶ୍ନ କରାଯାଇଛି। ସେହିପରି ଚଳିତ ଶୀତ ଅଧିବେଶନରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବେ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?