ଆଇଆଇଟି ହାଇଦ୍ରାବାଦ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦ୍ରାପଡ଼ା ଅଫିସ, ୨୭ା୮: ଖରସ୍ରୋତା ନଦୀରୁ ପାଣି ଉଠାଇବା ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଆଇଆଇଟି ହାଇଦ୍ରାବାଦର ସର୍ଭେ ରିପୋର୍ଟକୁ ଆୟୁଧ କରାଯାଇଛି। ପ୍ରଶାସନିକ ଅଧିକାରୀମାନେ କଳ, ବଳ ଓ କୌଶଳ ଲଗାଇ ଖରସ୍ରୋତା ନଦୀରୁ ଜଳ ଉଠାଇବା ପାଇଁ ବରୁଣାଡିହାରେ କୂଅ ନିର୍ମାଣ କରୁଛନ୍ତି। ତେବେ ଏହି ରିପୋର୍ଟ ସମ୍ପୂର୍ଣ୍ଣ ମିଛ ଦର୍ଶାଇ ଭିତରକନିକା ଇକୋ ସେନ୍ସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ୧୭ ଦିନ ହେବ ଅନଶନରେ ଅଛନ୍ତି। ରିପୋର୍ଟକୁ ଆଧାର କରି ଜୋନ୍‌ କମିଟିରେ ପ୍ରକଳ୍ପ ମଞ୍ଜୁରୀକୁ ତୁରନ୍ତ ଖାରଜ କରି ଏକ ସ୍ବତନ୍ତ୍ର ବୈଷୟିକ କମିଟି ଅନୁଧ୍ୟାନ କରନ୍ତୁ ବୋଲି ସେ ଦାବି ରଖିଛନ୍ତି। ଅପରପକ୍ଷରେ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ଦୁଇବର୍ଷ ଧରି ଆନ୍ଦୋଳନ କରୁଥିବା ବେଳେ ଗତ ୧୦ ତାରିଖରୁ ଏହା ତୀବ୍ର ହୋଇଛି। ଏପରି କି ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୪ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି। ପ୍ରକଳ୍ପ ପରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସହିତ କୃଷି କ୍ଷେତ୍ର ପ୍ରଭାବିତ ହେବ ବୋଲି ସେମାନେ ଦାବି କରିଛନ୍ତି।
ଶ୍ରୀକାନ୍ତ କହିଛନ୍ତି, ୨୦୧୮ରେ ଭଦ୍ରକ ଜିଲାର ତିହିଡି, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବ୍ଲକର ୯୧ ପଞ୍ଚାୟତ ପାଇଁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ମଞ୍ଜୁରୀ ପାଇଥିଲା। ପ୍ରାଥମିକ ଅବସ୍ଥାରେ ଏହି ପ୍ରକଳ୍ପ ଭଦ୍ରକ ଜିଲା ଆଖୁଆପଦାଠାରୁ ବୈତରଣୀ ନଦୀ ଜଳ ଉଠାଇବାକୁ ଥିବା ବେଳେ ୨୦୧୯ରେ ଚାନ୍ଦବାଲି ବ୍ଲକ ନୂଆହାଟରେ ଜଳ ବିଶୋଧନ ପ୍ଲାଣ୍ଟ ଓ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଇବାକୁ ନିଷ୍ପତ୍ତି ହୋଇଛି। ଉଭୟ ସ୍ଥାନ ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ରେ ଥିବାରୁ ଜୋନ୍‌ ମନିଟରିଂ କମିଟି ବୈଠକରେ ବିରୋଧ ହୋଇଛି। ତେବେ ପ୍ରକଳ୍ପ ପରେ ଭିତରକନିକା ପରିବେଶ ପ୍ରତି ବିପଦ ନ ଥିବା ଦର୍ଶାଇ ଆଇଆଇଟି ହାଇଦ୍ରାବାଦର ୧୭୩ ପୃଷ୍ଠାର ରିପୋର୍ଟରେ ବହୁ ଭ୍ରମାତ୍ମକ ତଥ୍ୟ ରହିଛି। ପ୍ରକଳ୍ପ ରିପୋର୍ଟର ପ୍ରଥମ ଅଂଶରେ ନିର୍ମାଣ ସମୟରେ ସତର୍କତା ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଶେଷ ୧୫ ପୃଷ୍ଠା ଭିତରକନିକା ସମ୍ପର୍କିତ କେତେକ ତଥ୍ୟ ୱେବ୍‌ରୁ ଆଣି ଯୋଡା ଯାଇଛି। ଏହି ପ୍ରକଳ୍ପ ପାଇଁ ରିପୋର୍ଟରେ ଭିତରକନିକା ଜୈବ ବିବିଧତା ପ୍ରଭାବ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଇନାହିଁ। ଏ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କର୍ତ୍ତା କେବେ ଆସିଥିଲେ ଓ ଏ ନେଇ କିଏ ଖର୍ଚ୍ଚ କରିଥିଲା, କାହା ଆଦେଶ ଦ୍ୱାରା ରିପୋର୍ଟ ପ୍ରସ୍ତୁତ ହୋଇଛି ଏବଂ କେତେ ପରିମାଣ ଟଙ୍କା ଖର୍ଚ୍ଚ ହୋଇଛି, ସେନେଇ କୌଣସି ତଥ୍ୟ ଜିଲା ପ୍ରଶାସନ ନିକଟରୁ ମିଳୁନାହିଁ। ଏପରି କି ରିପୋର୍ଟରେ ପ୍ରସ୍ତୁତକର୍ତ୍ତାଙ୍କ ଫଟୋ ଦସ୍ତଖତ ଅଛି। ସେହିପରି କମିଟିରେ ନ ଥିବା ସଭ୍ୟମାନଙ୍କ ଦସ୍ତଖତ ଦ୍ୱାରା ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସେହିପରି ଗ୍ରାମାଞ୍ଚଳ ଲୋକଙ୍କ ପିଇବା ଓ ଖର୍ଚ୍ଚ ପାଇଁ ଦୈନିକ ୪୦ ଲିଟର ପାଣି ଆବଶ୍ୟକତା ଥିବା ରାଜୀବ ଗାନ୍ଧୀ ଡ୍ରିଙ୍କିଙ୍ଗ ୱାଟର ମିଶନରେ ଉଲ୍ଲେଖ ଅଛି। ଏହି ହିସାବରେ ଦୈନିକ ୨୫ ମିଲିୟନ ଲିଟର ପାଣି ଉଠାଇବା ପାଇଁ ଦରକାର ଥିବା ବେଳେ ୧୪୨ ମିଲିୟନ ଲିଟର ଉଠାଯିବ ବୋଲି ଡିପିଆର ହୋଇଛି। ସଂଗ୍ରାମ ସମିତିର ସମ୍ପାଦକ ବିଧାନ ଚନ୍ଦ୍ର ଦାସ, କର୍ମକର୍ତ୍ତା ସବିତା ବରଜ ପ୍ରମୁଖ କହିଛନ୍ତି, ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ମୋଟ ୪୮,୭୯୫ ହେକ୍ଟର ଚାଷ ଜମି ଅଛି। ତେବେ ଏଥିପାଇଁ ଏହି ଦୁଇ ବ୍ଲକ ଅଞ୍ଚଳରେ ଗୋଟିଏ ଇଞ୍ଚ ମଧ୍ୟ କେନାଲ ନାହିଁ। ଖରସ୍ରୋତା ନଦୀ ଜଳକୁ ନାଳ ଓ ଉଠା ଜଳସେଚନ ମାଧ୍ୟମରେ ୧୦, ୬୧୭ ହେକ୍ଟର ଅଞ୍ଚଳ ଚାଷ ହେଉଛି। ଜିଲା କୃଷି ବିଭାଗ ସର୍ଭେ ରିପୋର୍ଟରେ ଚାଷ ସମୟରେ ୦.୪୬୫ ବିଲିୟନ କ୍ୟୁବିକ ମିଟର ଜଳ କମ୍‌ ରହୁଛି। ଏଥିସହିତ ଭିତରକନିକା ବନାଞ୍ଚଳରେ ୪୧୦ ଗ୍ରାମ ରହିଛି। ପ୍ରାୟ ୧ ଲକ୍ଷ ଲୋକ ଚାଷ ସହିତ ଜଡ଼ିତ। ଖରସ୍ରୋତାର ମଧୁର ଜଳ ଭଦ୍ରକ ଅଞ୍ଚଳକୁ ଗଲେ ଚାଷ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ। ଅଣମୌସୁମୀ ସମୟରେ ଚାଷ ସହିତ ପାନୀୟ ଜଳ ସମସ୍ୟା ଗୁରୁତର ହେବ। ଏ ନେଇ ଆଇଆଇଟି ହାଇଦ୍ରାବାଦ ରିପୋର୍ଟରେ କୌଣସି ତଥ୍ୟ ନାହିଁ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?