ଆଇଆଇଟି ହାଇଦ୍ରାବାଦ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ

କେନ୍ଦ୍ରାପଡ଼ା ଅଫିସ,୮।୧: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟସ୍ଥ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ନେବା ବିବାଦ ଅଡୁଆ ସୂତାରେ ଗୁନ୍ଥି ହେବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ବିରୋଧ, ଆଇସିଜେଡଏମ୍‌ପି ରିପୋର୍ଟ, ଭୂତଳ ଜଳ ବିଶେଷଜ୍ଞଙ୍କ ସର୍ଭେ, ଜିଆଇଜେଡ ରିପୋର୍ଟ, ବନ୍ୟ ଜନ୍ତୁ ଆଇନ, ଭିତରକନିକା ପରିବେଶ ସମ୍ବେଦନଶୀଳ ଜୋନ ଆଦି ପ୍ରକଳ୍ପରେ ବାଧକ ସାଜିଛି। ପ୍ରକଳ୍ପ ପାଇଁ ଏଠାରୁ ପ୍ରତି ସେକେଣ୍ଡରେ ୧୦୧୦ ଲିଟର ପାଣି ଉଠିବାକୁ ଯୋଜନା ହୋଇଛି। ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରାବାଦ ଦେଇଥିବା ରିପୋର୍ଟକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସହରର ଖଡିଅଙ୍ଗର କ୍ଷୀତିଶ କୁମାର ସିଂହ, ସମ୍ଭାବନା ଅନୁଷ୍ଠାନର ସେଚ୍ଛାସେବୀ ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ସଞ୍ଜୟ ବେହୁରା ପ୍ରମୁଖ କହିଛନ୍ତି, ୨୦୨୦ ଡିସେମ୍ବର ୩ ଓ ୧୪ରେ ଭିତରକନିକା ପରିବେଶ ସମେବଦନଶୀଳ ଜୋନ ମନିଟରିଂ କମିଟିର ବୈଠକ ହୋଇଥିଲା। କମିଟି ଅଧ୍ୟକ୍ଷ ଜିଲାପାଳ ଏଥିରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରାବାଦ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ପ୍ରସଙ୍ଗ ଉପସ୍ଥାପନ କରି ମଞ୍ଜୁରି ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି। ରିପୋର୍ଟ ଭିତରକନିକା ପରିବେଶ ଉପରେ ପ୍ରଭାବ ସମ୍ପର୍କରେ ନୀରବ ରହିବା ସହ ସ୍ଥାନୀୟ ଅଞ୍ଚଳର କୃଷି ଓ ସାମାଜିକ ବ୍ୟବସ୍ଥା ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ରିପୋର୍ଟରେ ଭଦ୍ରକ ଜିଲାର ନୂଆହାଟସ୍ଥ ପାଣି ପ୍ରକଳ୍ପ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିଛି। ଖରସ୍ରୋତା ନଦୀ ଓ କେନ୍ଦ୍ରାପଡା ଜିଲାର କୃଷି, ଭିତରକନିକାର ପରିବେଶକୁ ଅଣଦେଖା କରାଯାଇଛି। ରିପୋର୍ଟଟି ଭଦ୍ରକ ଜିଲାର ୮୪ଟି ପଞ୍ଚାୟତରେ ପାଇପ ପାଣି ଯୋଗାଣ ସମ୍ପର୍କରେ ଅନୁଧ୍ୟାନ ହୋଇଛି। ପ୍ରକଳ୍ପରୁ ଭଦ୍ରକ ଜିଲାର ବାସୁଦେବପୁର, ତିହିଡି ଓ ଚାନ୍ଦବାଲି ବ୍ଲକର ୯୧ ପଞ୍ଚାୟତକୁ ପାଣି ଯୋଗାଣ ହେବ। ସେହିପରି ରାଜୀବ ଗାନ୍ଧୀ ଡ୍ରିକିଂ ୱାଟର ମିଶନ ଅନୁଯାୟୀ, ଗ୍ରାମାଞ୍ଚଳର ପ୍ରତି ଲୋକ ପିଛା ଦୈନିକ ୪୦ ଲିଟର ପାଣି ଆବଶ୍ୟକ। ବରୁଣାଡିହାରୁ ଉଠା ଯାଉଥିବା ପାଣି ଦୈନିକ ୬୫ରୁ ୧୫୫ ଲିଟର ଖର୍ଚ୍ଚ ହେବ ବୋଲି ଉଲ୍ଲେଖ ଅଛି। ଆଇଆଇଟି ଚେନ୍ନାଇ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ପରେ ଭିତରକନିକାର ସୁରକ୍ଷା ପାଇଁ ଭଦ୍ରକ ଜିଲାର ୪୫ଟି ଓ କେନ୍ଦ୍ରାପଡା ଜିଲାର ୧୪୭ଟି ରାଜସ୍ବ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଜୋନରେ ସାମିଲ କରାଯାଇଛି। ଅଞ୍ଚଳରେ ଯେକୌଣସି ପ୍ରକଳ୍ପ ପାଇଁ ଜୋନ ମନିଟରିଂ କମିଟିର ମଞ୍ଜୁରି ଆବଶ୍ୟକ। ହେଲେ ମଞ୍ଜୁରି ନ ଥାଇ ପ୍ରକଳ୍ପ ଆରମ୍ଭ ହେଲା କିପରି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି, ଆଳି ବ୍ଲକ ଅଞ୍ଚଳରେ ୨୨,୪୪୬ ହେକ୍ଟର ଚାଷ ଜମିରୁ ମାତ୍ର ୫୪୪୭ ହେକ୍ଟରରେ ଜଳସେଚନ ହେଉଛି। ସେହିପରି ରାଜକନିକା ବ୍ଲକ ଅଞ୍ଚଳର ୨୬,୩୪୯ ହେକ୍ଟର ଚାଷ ଜମିରୁ ମାତ୍ର ୫୧୭୦ ହେକ୍ଟର ଜଳସେଚିତ। ଦୁଇ ବ୍ଲକ ଅଞ୍ଚଳରେ କେନାଲ ନ ଥିବା ବେଳେ ଜଳସେଚନ ପାଇଁ ନଦୀଜଳକୁ ବ୍ୟବହାର କରାଯାଉଛି। ଦୁଇ ବ୍ଲକରେ ପ୍ରତିବର୍ଷ ଚାଷ ପାଇଁ ୧.୮୩୩୪୯୩ ବିଲିୟନ କ୍ୟୁବିକ ମିଟରର ଜଳ ଆବଶ୍ୟକତା ଥିବାବେଳେ ୦.୪୬୪୧୨୮୪ ବିଲିୟନ କ୍ୟୁବିକ ମିଟର କମ ରହୁଛି ବୋଲି ଜିଲା ଜଳସମ୍ପଦ ବିଭାଗ ଦର୍ଶାଇଛି। ଭିତରକନିକା ଲୁଣା ଜଙ୍ଗଲ ପାଇଁ ଆବଶ୍ୟକ ମଧୁର ଜଳ ହ୍ରାସ ପାଉଥିବା ବିଭିନ୍ନ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି। ଏହାକୁ ନେଇ ଆଇନଗତ ଲଢ଼େଇ ହେବ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?