କଏଦୀଙ୍କ ଚିକିତ୍ସା ବ୍ୟବସ୍ଥାକୁ କୋଣଠେସା

ଅନୁଗୋଳ ଅଫିସ,୧୩।୭  – ଅନୁଗୋଳ ଜିଲା କାରାଗାର ହେଉ କି ଉପଖଣ୍ଡରେ ଥିବା କାରାଗାର, କୌଣସି ସ୍ଥାନରେ ସ୍ଥାୟୀ ଡାକ୍ତର ନାହାନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଏଠାରେ ରହୁଥିବା କଏଦୀ ଓ ବିଚାରାଧୀନ କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସପ୍ତାହକୁ ୩ ଦିନ ଡାକ୍ତର ପଠାଯାଉଥିବା ବେଳେ ବାକି ୪ ଦିନ ଫାର୍ମାସିଷ୍ଟ କାମ ଚଳାଉଛନ୍ତି। କଏଦୀଙ୍କ ଚିକିତ୍ସା ବ୍ୟବସ୍ଥାର ଏପରି କୋଣଠେସାକୁ ଅନୁଗୋଳର ବୁଦ୍ଧିଜୀବୀମାନେ ତୀବ୍ର ସମାଲୋଚନା କରିଛନ୍ତି। ଅନ୍ୟମାନଙ୍କ ପରି ଉତ୍ତମ ଚିକିତ୍ସା କଏଦୀମାନଙ୍କ ଅଧିକାର ହୋଇଥିଲେ ମଧ୍ୟ ସରକାର ଏ ଦିଗରେ ଅବହେଳା କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଜିଲା କାରାଗାର ସହ ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ଉପକାରାଗାରକୁ ମିଶାଇ ଅନୁଗୋଳ ଜିଲାରେ ମୋଟ ୪ଟି ଜେଲ ରହିଛି। ଜିଲାର ବିଭିନ୍ନ ଥାନା ପକ୍ଷରୁ ଆପରାଧିକ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଏଠାରେ ରହି ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଅନ୍ୟ ଜିଲାର ବହୁ ବିଚାରାଧୀନ କଏଦୀଙ୍କୁ ଏଠାରେ ରଖାଯାଇଛି। ଅନୁଗୋଳ ବ୍ୟାଙ୍କ ଡକାୟତି ମାମଲାରେ ଗିରଫ ଆନ୍ତଃରାଜ୍ୟ ଡକାୟତମାନଙ୍କ ପରି କେତେଜଣ ଦୁର୍ଦ୍ଦନ୍ତ ଅପରାଧୀ ମଧ୍ୟ ଏଠାରେ ବନ୍ଦୀ ଅଛନ୍ତି। ଏମାନଙ୍କ ଛଡ଼ା ବହୁ କଏଦୀ ମଧ୍ୟ ଏସବୁ କାରାଗାରରେ ସଜା କାଟୁଛନ୍ତି। ଅନେକ ସମୟରେ ଜେଲରେ କ୍ଷମତାଠାରୁ ଅଧିକ କଏଦୀଙ୍କୁ ରଖାଯାଉଛି। ଅନୁଗୋଳ ଜିଲା କାରାଗାରରେ ୩୪୩ କଏଦୀ ରହିବା କ୍ଷମତା ଥିବାବେଳେ ମଙ୍ଗଳବାର ସୁଦ୍ଧା ୩୭୭ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଓ ୨ ଜଣ ଶିଶୁ ମା’ଙ୍କ ସହ ଅଛନ୍ତି। ଆଠମଲ୍ଲିକ ସବ୍‌ ଜେଲ୍‌ରେ ୫୮ ଜଣଙ୍କ ସ୍ଥାନରେ ୭୬ କଏଦୀ ରହିଛନ୍ତି। କେବଳ ତାଳଚେର ଓ ପାଲଲହଡା ଉପ କାରାଗାରରେ କ୍ଷମତାଠାରୁ କମ୍‌ ସଂଖ୍ୟକ କଏଦୀ ଥିବା ସୂଚନା ମିଳିଛି। ତେବେ ଅନେକ କଏଦୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଥିଲେ ବି ଜେଲ୍‌ରେ ସ୍ଥାୟୀ ଡାକ୍ତର ନାହାନ୍ତି। ଜଣେ ଫାର୍ମାସିଷ୍ଟ ନିଯୁକ୍ତି ପାଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସପ୍ତାହର ସୋମବାର, ମଙ୍ଗଳବାର ଓ ବୁଧବାର ଡାକ୍ତର ପଠାଯାଉଛି। ଆବଶ୍ୟକ ପଡ଼ିଲେ ସ୍ତ୍ରୀ ଓ ପ୍ରସୂତି କିମ୍ବା ଶିଶୁ ବିଭାଗର ଡାକ୍ତର ପହଞ୍ଚୁଛନ୍ତି। ହେଲେ ଦୁରାରୋଗ୍ୟ ବ୍ୟାଧି କିମ୍ବା ମାନସିକ ରୋଗରେ ପୀଡ଼ିତ କଏଦୀଙ୍କୁ ସେଭଳି ଚିକିତ୍ସା ମିଳିପାରୁନାହିଁ। କୌଣସି କଏଦୀ ଅଧିକ ଅସୁସ୍ଥ ହେଲେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି। କଟକ ବଡ଼ ମେଡିକାଲ ପଠାଯିବାର ଆବଶ୍ୟକତା ଥିଲେ ଅଦାଲତଙ୍କ ଅନୁମୋଦନ ଅନୁଯାୟୀ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଉଛି। ଜେଲ୍‌ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟକୁ ଚିଠି କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଗତ ୨ ବର୍ଷ ମଧ୍ୟରେ ୩ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେମାନେ ହେଲେ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନୁଗୋଳ ସଦରଥାନା ଖଣ୍ଡହତା ଅଞ୍ଚଳର ମଙ୍ଗୁଳୁ ନାଏକ, ଅବକାରୀ ମାମଲାରେ ବିଚାରାଧୀନ କଏଦୀ ଛେଣ୍ଡିପଦା ଥାନା ଅଞ୍ଚଳର ଅଧିରାଜ ମାଝି ଓ ରୁଗୁଡିସାହିର ଜୟ ସାହୁ। ତୁରନ୍ତ ଜିଲାର ୪ଟି ଜେଲ୍‌ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ସହ କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହେଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?