ଚିନ୍ତା ବଢାଇଲାଣି ‘ଟମାଟୋ ଫ୍ଲୁ’: ୨୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚିନ୍ତା ବଢାଇଲାଣି ‘ଟମାଟୋ ଫ୍ଲୁ’। ୩୬ ଜଣ ସନ୍ଦିଗ୍ଧଙ୍କ ନମୁନା ଆର୍‌ଏମ୍‌ଆରସିକୁ ପଠାଯାଇଥିବା ବେଳେ ୨୬ ପଜିଟିଭ୍‌ ବାହାରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆକ୍ରାନ୍ତ ୨୬ ଶିଶୁଙ୍କ ବୟସ ୯ ବର୍ଷରୁ କମ୍‌। ପିଲାଙ୍କର ହାତ, ମୁହଁରେ ନାଲି ଫଳି ଯାଇଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିପରି ଏଥିରେ ଆକ୍ରାନ୍ତ ଥିବା ପିଲାଙ୍କୁ ୫/୭ ଦିନ ଆଇସୋଲେଶନରେ ରଖନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ତେବେ ଚିହ୍ନଟ ହୋଇଥିବା ୨୬ ପଜିଟିଭ୍‌ ମଧ୍ୟରୁ ଭୁବନେଶ୍ୱରରୁ ୧୯, ଖୋର୍ଦ୍ଧାରୁ ୨, ପୁରୀରୁ ୩ ଏବଂ କଟକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।