ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନେଇ ଉତ୍କଣ୍ଠା

କଣିହାଁ,୧୦ା୩(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖ ଭୋଟଗ୍ରହଣ ପୂର୍ବରୁ କିପରି ୧୪ ସମିତି ସଭ୍ୟଙ୍କ ସମର୍ଥନ ଯୋଗାଡ଼ କରାଯିବ ସେ ନେଇ ଉଭୟ ଦଳ ପକ୍ଷରୁ ସତର୍କତାର ସହ ଗୋଟି ଚାଳନା କରାଯାଉଛି। ଫଳରେ ବ୍ଲକ ଅଧ୍ୟକ୍ଷ ପଦ କେଉଁ ଦଳ ହାତେଇବ, ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି।
କଣିହଁା ବ୍ଲକର ୨୭ ପଞ୍ଚାୟତ ମଧ୍ୟରୁ ୧୯ଟି ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି। ଅନ୍ୟ ୮ ପଞ୍ଚାୟତ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ଅନ୍ତର୍ଭୁକ୍ତ। ତେଣୁ ଏହି ବ୍ଲକ ଅଧ୍ୟକ୍ଷ ପଦବୀ ଅକ୍ତିଆର କରିବା ପାଲଲହଡ଼ା ଓ ତାଳଚେର ବିଧାୟକଙ୍କ ପାଇଁ ନିଶ୍ଚିତ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ଏହି କାରଣରୁ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପରଠାରୁ ୨ ବିଧାୟକଙ୍କ ଶିବିରରେ ତତ୍ପରତା ଦେଖିବାକୁ ମିଳୁଛି। ଏପରି କି ୨୭ ସମିତି ସଭ୍ୟଙ୍କ ମଧ୍ୟରୁ ୧୫ ଜଣ ପାଲଲହଡ଼ା ଓ ତାଳଚେର ବିଧାୟକଙ୍କ ଶିବିର ସହ ଯୋଗାଯୋଗରେ ଥିବା ଆଲୋଚନା ହେଉଛି। ସେମାନଙ୍କ ସମର୍ଥନ ଯେପରି ନିଶ୍ଚିତ ବିଜେଡି ସପକ୍ଷରେ ଯିବ, ସେ ନେଇ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅପରପକ୍ଷରେ ଗତ ୨୦୧୭ ନିର୍ବାଚନରେ ଭାଜପା କଣିହଁା ବ୍ଲକ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଦଳକୁ ଏଠାରେ ସେପରି ସଫଳତା ମିଳିନାହିଁ। କଣିହଁା ବ୍ଲକର ୩ ଜିଲା ପରିଷଦ ଆସନରେ ଦଳ ଭଲ ପ୍ରଦର୍ଶନ କରି ନ ଥିବାବେଳେ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସଂଖ୍ୟା ମଧ୍ୟ ବିଜେଡି ତୁଳନାରେ କମ୍‌ ରହିଛି। ତଥାପି ବ୍ଲକ ଅଧ୍ୟକ୍ଷ ପଦରେ ଦଳ କିପରି ବିଜୟୀ ହେବ, ତାହାକୁ ନେଇ ଅଙ୍କକଷା ଚାଲିଛି। ୨୭ ସମିତି ସଭ୍ୟଙ୍କ ମଧ୍ୟରୁ ୧୨ ଜଣ ଭାଜପା ଶିବିର ସହ ଯୋଗାଯୋଗରେ ଥିବାରୁ କ୍ରସ୍‌ ଭୋଟିଂ ହେଲେ ଦଳ ପାଇଁ ଏହା ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ କଣିହାଁ ବ୍ଲକ ବିଜେଡି ସଭାପତି କୈଳାସ ସାହୁ କହିଛନ୍ତି, ରାଜ୍ୟରେ ବିଜେଡିର ବିଜୟ ଧାରା ଜାରି ରହିଛି। ସବୁ ଅଧ୍ୟକ୍ଷ ପଦ ବିଜେଡି ସମର୍ଥିତ ପ୍ରାର୍ଥୀ ଦଖଲ କରିବେ। କଣିହାଁ ବ୍ଲକରେ ମଧ୍ୟ ବିଜେଡିକୁ ନିଶ୍ଚିତ ସଫଳତା ମିଳିବ ବୋଲି ବ୍ଲକ ସଭାପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?