ରାଜସ୍ବ ଆଦାୟରେ ଲକ୍ଷ୍ୟପୂରଣ ନେଇ ଆଶଙ୍କା

ଭୁବନେଶ୍ୱର,୯।୯(ବ୍ୟୁରୋ): ବିଏମ୍‌ସି ଅନ୍‌ଲାଇନ୍‌ରେ ସମସ୍ତ ପ୍ରକାର ଟିକସ ପଇଠ କରିବା ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଜନସାଧାରଣ ଦେଉଥିବା ଟିକସ ଆଉ ବାଟମାରଣା ହେବ ନାହିଁ। ହେଲେ ଅଫ୍‌ଲାଇନ୍‌ ହେଉ ଅବା ଅନ୍‌ଲାଇନ୍‌ କେଉଁଥିରେ ବି ବିଏମ୍‌ସି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରୁ ନାହିଁ। ଚଳିତବର୍ଷ ମଧ୍ୟ ରାଜସ୍ବ ଆଦାୟ ନେଇ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ ହୋଇପାରିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହେଉଛି।
୨୦୧୯ରୁ ବିଏମ୍‌ସି ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଲୋକମାନେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟରେ ବିଭିନ୍ନ ଟିକସ ପଇଠ କରୁଥିଲେ। ମାତ୍ର ଚଳିତବର୍ଷ ମେ ମାସରୁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ମୋଡ୍‌ରେ କାମ କରାଯାଉଛି। ଅନ୍‌ଲାଇନ୍‌ ଦ୍ୱାରା ଲୋକମାନେ ସହଜରେ ଟିକସ ପଇଠ କରିପାରୁଥିବାରୁ ବିଏମ୍‌ସିର ରାଜସ୍ବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ରାଜସ୍ବ ଆଦାୟରେ ବିଏମ୍‌ସି ଲକ୍ଷ୍ୟ ହାସଲ କରିପାରି ନଥିଲେ ମଧ୍ୟ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଥିଲା। ଏହାକୁ ଲକ୍ଷ୍ୟ ରଖି ଚଳିତ ଆର୍ଥିକ ବର୍ଷରେ ଅଧିକ ରାଜସ୍ବ ଆଦାୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୨-୨୩ରେ ବିଏମ୍‌ସି ପକ୍ଷରୁ ହୋଲ୍ଡିଂ ଟିକସ ପାଇଁ ୧୨୦ କୋଟି ୨୪ଲକ୍ଷ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ଏପ୍ରିଲରୁ ଅଗଷ୍ଟ ମାତ୍ର ୫ମାସ ମଧ୍ୟରେ ୨୦କୋଟି ୯୨ଲକ୍ଷ ଟଙ୍କା ଆଦାୟ ହୋଇସାରିଛି। ଏଥିରୁ ୯କୋଟି ୫୬ଲକ୍ଷ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆଦାୟ ହୋଇଥିବାବେଳେ ୧୧କୋଟି ୩୫ଲକ୍ଷ ଟଙ୍କା ଅଫ୍‌ଲାଇନ୍‌ (କେବଳ ଚେକ୍‌) ମାଧ୍ୟମରେ ପଇଠ କରାଯାଇଛି। ଗତ ଆର୍ଥତ୍କ ବର୍ଷରେ ଏପ୍ରିଲ୍‌ରୁ ଅଗଷ୍ଟ ମାସ ମଧ୍ୟରେ ମାତ୍ର ୮କୋଟି ଟଙ୍କା ଆଦାୟ ହୋଇଥିଲା। ଏହା ଲକ୍ଷ୍ୟ ପୂରଣ ପାଇଁ ଏହା ଯଥେଷ୍ଟ ନୁହେଁ। କାରଣ ୫ ମାସ ବିତି ଯାଇଥିବାବେଳେ ହାତରେ ଆଉ ୭ମାସ ସମୟ ରହିଛି। ଏହି ୭ ମାସ ଭିତରେ ପ୍ରାୟ ଶହେ କୋଟି କିଭଳି ଆଦାୟ କରିବେ ତାହା ସନ୍ଦେହ ସୃଷ୍ଟି କରୁଛି। ତେଣୁ ଏଥର ମଧ୍ୟ ବିଏମ୍‌ସି ରାଜସ୍ବ ଆଦାୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଭଳି ମନେ ହେଉନାହିଁ। ଅପରପକ୍ଷେ ଟ୍ରେଡ୍‌ ଲାଇସେନ୍ସ ପାଇଁ ଚଳିତ ଆର୍ଥତ୍କ ବର୍ଷରେ ୧୪କୋଟି ୮୨ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ସେଥି ମଧ୍ୟରୁ ମାତ୍ର ୨କୋଟି ୯୩ଲକ୍ଷ ଆଦାୟ ହୋଇ ଥିବାବେଳେ ଆହୁରି ୧୧ କୋଟିରୁ ଅଧିକ ଟଙ୍କା ବାକି ରହିଛି। ସେହିପରି ଚଳିତ ବର୍ଷ ୩୨ହଜାର ୯୩୮ ଟି ଟ୍ରେଡ୍‌ ଲାଇସେନ୍ସ ଇସ୍ୟୁ, ନବୀକରଣର ଲକ୍ଷ୍ୟ ଥିବାବେଳେ ସେଥି ମଧ୍ୟରୁ ୮ହଜାର ୬୮୯ଟି ଲାଇସେନ୍ସ ପ୍ରଦାନ କରାଯାଇଛି। ଏହାବାଦ୍‌ ଅନ୍ୟାନ୍ୟ ରାଜସ୍ବ ଯଥା ବିଜ୍ଞାପନ, ପାର୍କିଂ, ମାର୍କେଟ ଭଡ଼ା ଆଦି ବାବଦକୁ ମୋଟ୍‌ ୧୫୭ କୋଟି ୫୦ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିମଧ୍ୟରୁ ୧୭ କୋଟି ୬୩ଲକ୍ଷ ୫୫ହଜାର ୫୨୬ ଟଙ୍କା ଆଦାୟ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri