ରାଜସ୍ବ ଆଦାୟରେ ଲକ୍ଷ୍ୟପୂରଣ ନେଇ ଆଶଙ୍କା

ଭୁବନେଶ୍ୱର,୯।୯(ବ୍ୟୁରୋ): ବିଏମ୍‌ସି ଅନ୍‌ଲାଇନ୍‌ରେ ସମସ୍ତ ପ୍ରକାର ଟିକସ ପଇଠ କରିବା ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଜନସାଧାରଣ ଦେଉଥିବା ଟିକସ ଆଉ ବାଟମାରଣା ହେବ ନାହିଁ। ହେଲେ ଅଫ୍‌ଲାଇନ୍‌ ହେଉ ଅବା ଅନ୍‌ଲାଇନ୍‌ କେଉଁଥିରେ ବି ବିଏମ୍‌ସି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରୁ ନାହିଁ। ଚଳିତବର୍ଷ ମଧ୍ୟ ରାଜସ୍ବ ଆଦାୟ ନେଇ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ ହୋଇପାରିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହେଉଛି।
୨୦୧୯ରୁ ବିଏମ୍‌ସି ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଲୋକମାନେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟରେ ବିଭିନ୍ନ ଟିକସ ପଇଠ କରୁଥିଲେ। ମାତ୍ର ଚଳିତବର୍ଷ ମେ ମାସରୁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ମୋଡ୍‌ରେ କାମ କରାଯାଉଛି। ଅନ୍‌ଲାଇନ୍‌ ଦ୍ୱାରା ଲୋକମାନେ ସହଜରେ ଟିକସ ପଇଠ କରିପାରୁଥିବାରୁ ବିଏମ୍‌ସିର ରାଜସ୍ବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ରାଜସ୍ବ ଆଦାୟରେ ବିଏମ୍‌ସି ଲକ୍ଷ୍ୟ ହାସଲ କରିପାରି ନଥିଲେ ମଧ୍ୟ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଥିଲା। ଏହାକୁ ଲକ୍ଷ୍ୟ ରଖି ଚଳିତ ଆର୍ଥିକ ବର୍ଷରେ ଅଧିକ ରାଜସ୍ବ ଆଦାୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୨-୨୩ରେ ବିଏମ୍‌ସି ପକ୍ଷରୁ ହୋଲ୍ଡିଂ ଟିକସ ପାଇଁ ୧୨୦ କୋଟି ୨୪ଲକ୍ଷ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ଏପ୍ରିଲରୁ ଅଗଷ୍ଟ ମାତ୍ର ୫ମାସ ମଧ୍ୟରେ ୨୦କୋଟି ୯୨ଲକ୍ଷ ଟଙ୍କା ଆଦାୟ ହୋଇସାରିଛି। ଏଥିରୁ ୯କୋଟି ୫୬ଲକ୍ଷ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆଦାୟ ହୋଇଥିବାବେଳେ ୧୧କୋଟି ୩୫ଲକ୍ଷ ଟଙ୍କା ଅଫ୍‌ଲାଇନ୍‌ (କେବଳ ଚେକ୍‌) ମାଧ୍ୟମରେ ପଇଠ କରାଯାଇଛି। ଗତ ଆର୍ଥତ୍କ ବର୍ଷରେ ଏପ୍ରିଲ୍‌ରୁ ଅଗଷ୍ଟ ମାସ ମଧ୍ୟରେ ମାତ୍ର ୮କୋଟି ଟଙ୍କା ଆଦାୟ ହୋଇଥିଲା। ଏହା ଲକ୍ଷ୍ୟ ପୂରଣ ପାଇଁ ଏହା ଯଥେଷ୍ଟ ନୁହେଁ। କାରଣ ୫ ମାସ ବିତି ଯାଇଥିବାବେଳେ ହାତରେ ଆଉ ୭ମାସ ସମୟ ରହିଛି। ଏହି ୭ ମାସ ଭିତରେ ପ୍ରାୟ ଶହେ କୋଟି କିଭଳି ଆଦାୟ କରିବେ ତାହା ସନ୍ଦେହ ସୃଷ୍ଟି କରୁଛି। ତେଣୁ ଏଥର ମଧ୍ୟ ବିଏମ୍‌ସି ରାଜସ୍ବ ଆଦାୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଭଳି ମନେ ହେଉନାହିଁ। ଅପରପକ୍ଷେ ଟ୍ରେଡ୍‌ ଲାଇସେନ୍ସ ପାଇଁ ଚଳିତ ଆର୍ଥତ୍କ ବର୍ଷରେ ୧୪କୋଟି ୮୨ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ସେଥି ମଧ୍ୟରୁ ମାତ୍ର ୨କୋଟି ୯୩ଲକ୍ଷ ଆଦାୟ ହୋଇ ଥିବାବେଳେ ଆହୁରି ୧୧ କୋଟିରୁ ଅଧିକ ଟଙ୍କା ବାକି ରହିଛି। ସେହିପରି ଚଳିତ ବର୍ଷ ୩୨ହଜାର ୯୩୮ ଟି ଟ୍ରେଡ୍‌ ଲାଇସେନ୍ସ ଇସ୍ୟୁ, ନବୀକରଣର ଲକ୍ଷ୍ୟ ଥିବାବେଳେ ସେଥି ମଧ୍ୟରୁ ୮ହଜାର ୬୮୯ଟି ଲାଇସେନ୍ସ ପ୍ରଦାନ କରାଯାଇଛି। ଏହାବାଦ୍‌ ଅନ୍ୟାନ୍ୟ ରାଜସ୍ବ ଯଥା ବିଜ୍ଞାପନ, ପାର୍କିଂ, ମାର୍କେଟ ଭଡ଼ା ଆଦି ବାବଦକୁ ମୋଟ୍‌ ୧୫୭ କୋଟି ୫୦ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିମଧ୍ୟରୁ ୧୭ କୋଟି ୬୩ଲକ୍ଷ ୫୫ହଜାର ୫୨୬ ଟଙ୍କା ଆଦାୟ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri