ଏସ୍‌ସିବିରେ ଚିନ୍ତା ବଢ଼ାଇଲାଣି ସଂକ୍ରମଣ

କଟକ ଅଫିସ,୨୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢ଼ିଚାଲିଛି, ତାହା ରୋଗୀ ଓ କର୍ତ୍ତୃପକ୍ଷଙ୍କୁ ଆଶଙ୍କାରେ ପକାଇଲାଣି। ରୋଗୀ ତ ଭୟଭୀତ, ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ମଧ୍ୟ ମାନବ ସମ୍ବଳ ସଙ୍କଟର ସାମ୍ନା କରୁଛନ୍ତି। କାରଣ ବହୁସଂଖ୍ୟାରେ ଡାକ୍ତର, ସେବିକା ଓ ଅନ୍ୟ କର୍ମଚାରୀ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି। ସେମାନେ କୋଭିଡ୍‌ ହସ୍ପିଟାଲକୁ ଯିବା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ସଙ୍ଗରୋଧରେ ରହିବା ପରେ ଏସ୍‌ସିବିର ବିଭିନ୍ନ ବିଭାଗରେ ରୋଗୀସେବା ବ୍ୟାହତ ହୋଇଛି। ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ମଧ୍ୟ ସମାନ ଅବସ୍ଥା। ଏହା ବ୍ୟତୀତ କଟକ ସହରରେ ଥିବା ସିଟି ହସ୍ପିଟାଲ, ଶିଶୁଭବନ ଓ ଅନ୍ୟ ବେସରକାରୀ ହସ୍ପିଟାଲରେ ସଂଖ୍ୟାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ମଧ୍ୟ ଚିନ୍ତା ବଢ଼ାଇଛି।
କରୋନା କବଳରେ ଶତାଧିକ ଡାକ୍ତର, କର୍ମଚାରୀ
ଅଗଷ୍ଟ ୨୪ ସୁଦ୍ଧା କଟକ ସହରର ସବୁ ପ୍ରମୁଖ ହସ୍ପିଟାଲରୁ ୧୭୪୮ ଜଣ ଆକ୍ରାନ୍ତ ବାହାରିଛନ୍ତି। ସେଥିରୁ ଏସ୍‌ସିବିରେ ସର୍ବାଧିକ ୧୩୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରୋଗୀ ଓ ସମ୍ପର୍କୀୟଙ୍କ ବ୍ୟତୀତ ସର୍ବାଧିକ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏଯାବତ୍‌ ଏସ୍‌ସିବିରୁ ୫୮ ଜଣ ଡାକ୍ତର, ୧୨ ସେବିକା, ୪ ଫାର୍ମାସିଷ୍ଟ, ୭ ଟେକ୍ନିସିଆନ, ୨୦ କିରାଣି, ୫ ନିରାପତ୍ତାରକ୍ଷୀ, ୧୨ ପୋଲିସ କର୍ମଚାରୀ, ୩୦ ଆଟେଣ୍ଡାଣ୍ଟ ଓ ୪ ଜଣ ହଷ୍ଟେଲ, କ୍ୟାଣ୍ଟିନ କର୍ମଚାରୀ କରୋନାରେ ପୀଡ଼ିତ ହୋଇଛନ୍ତି।
ଏସ୍‌ସିବିର ମେଡିସିନ ବିଭାଗରୁ ସର୍ବାଧିକ ଡାକ୍ତର ଆକ୍ରାନ୍ତ ହୋଇଛନ୍ତି। ଏଠାରୁ ପ୍ରଥମେ ଜଣେ ଆସିଷ୍ଟାଣ୍ଟ ସର୍ଜନ ଓ ପରେ ହାଉସ୍‌ ସର୍ଜନ, ପିଜି ଡାକ୍ତରୀ ଛାତ୍ରଙ୍କୁ ମିଶାଇ ୩୧ ଡାକ୍ତର, ୩ ସେବିକା କରୋନା କବଳରେ ପଡ଼ିଲେଣି। ଆଇସୋଲେଶନ ୱାର୍ଡରୁ ସବୁଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ଦୈନିକ ୩ ସନ୍ଦିଗ୍ଧଙ୍କ ମୃତ୍ୟୁ ହେଉଛି। ସେହିପରି ସୁପର ସ୍ପେଶିଆଲିଟି ଆଉଟ୍‌ଡୋରରୁ ପ୍ରତି ଓପିଡି ବାରରେ ପ୍ରାୟ ୮ ଜଣ ପଜିଟିଭ ବାହାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏଠାରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ନ୍ୟୁରୋ ସର୍ଜରୀରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କାଜୁଆଲିଟି, ଟ୍ରମା କେୟାରରେ ଜୁଲାଇ ୭ରୁ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେବାଠାରୁ ଦୈନିକ ପ୍ରାୟ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗରୁ ଜଣେ ପିଜି ଛାତ୍ରୀ ଓ ଆଉ ୨ଜଣ ଡାକ୍ତର ଆକ୍ରାନ୍ତ ହୋଇଥିଲେ। ନେଫ୍ରୋଲୋଜି ବିଭାଗର ଦୁଇ ବରିଷ୍ଠ ପ୍ରଫେସର ଓ ଜଣେ ପିଜି ଡାକ୍ତରୀ ଛାତ୍ର ଆକ୍ରାନ୍ତ ହୋଇଛନ୍ତି। ୟୁରୋଲୋଜି ବିଭାଗର ମଧ୍ୟ ଜଣେ ବରିଷ୍ଠ ପ୍ରଫେସର କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ମାଇକ୍ରୋବାୟୋଲୋଜି ବିଭାଗରୁ ୩ ଡାକ୍ତର ଓ ୭ ଟେକ୍ନିସିଆନ୍‌ ଆକ୍ରାନ୍ତ ହୋଇସାରିଛନ୍ତି। ସେହିପରି ରାଡିଓଲୋଜି ବିଭାଗ ଅଧୀନରେ ଥିବା ସିଟି ସ୍କାନ ଓ ଏମ୍‌ଆର୍‌ଆଇରୁ ମଧ୍ୟ ୨ ଟେକ୍ନିସିଆନ ଚିହ୍ନଟ ହୋଇଛନ୍ତି। କାର୍ଡିଓଲୋଜି ବିଭାଗରୁ ଏଯାବତ୍‌ ଜଣେ ଡାକ୍ତର ଓ ୮ରୋଗୀ ଚିହ୍ନଟ ହୋଇସାରିଛନ୍ତି। ନିଶ୍ଚେତକ ବିଭାଗର ୫ ଡାକ୍ତର ବିଭିନ୍ନ ବିଭାଗ ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଇଏନ୍‌ଟି ବିଭାଗରୁ ୨ ଡାକ୍ତର, ମାନସିକ ରୋଗ ବିଭାଗରୁ ଜଣେ ଫାର୍ମାସିଷ୍ଟ ପଜିଟିଭ ବାହାରିଛନ୍ତି। ପଲମୋନାରୀ ମେଡିସିନ ବିଭାଗରୁ ୩ ଡାକ୍ତର, ଜଣେ ଆଟେଣ୍ଡାଣ୍ଟଙ୍କ ରିପୋର୍ଟ ପଜିଟିଭ ଆସିଛି। ସ୍ତ୍ରୀରୋଗ ବିଭାଗର ୧୨ ପଜିଟିଭରୁ ୨ଜଣ ସେବିକା ରହିଛନ୍ତି। ଜେନେରାଲ ସର୍ଜରୀରୁ ୩ ଡାକ୍ତର, ୨ ଆଟେଣ୍ଡାଣ୍ଟ, ଗ୍ୟାଷ୍ଟ୍ରୋଲୋଜି ଓ ଫିଜିଓଲୋଜି ବିଭାଗରୁ ଜଣେ ଲେଖାଏ ଡାକ୍ତର, ଡେଣ୍ଟାଲ ବିଭାଗରୁ ଜଣେ ପ୍ରଫେସରଙ୍କ ସମେତ ୪ ଡାକ୍ତର ଓ ୭ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି।
ଏସ୍‌ସିବି ଅଧୀକ୍ଷକ ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ମଧ୍ୟ ସଂକ୍ରମଣ ବ୍ୟାପିଛି। ସେଠାରୁ ପ୍ରାୟ ୧୩ କର୍ମଚାରୀ ଆକ୍ରାନ୍ତ ହୋଇଥିଲେ। ଏସ୍‌ସିବି ମେଡିକାଲ ଫାଣ୍ଡିର ୨୭ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣ ସଂକ୍ରମିତ ହୋଇଛନ୍ତି। ସିଡିଏମ୍‌ଓ ଡା. ସତ୍ୟବ୍ରତ ଛୋଟରାୟ କହିଛନ୍ତି ଯେ, ଏବେ ସଂକ୍ରମଣ ଶୀର୍ଷ ଅବସ୍ଥାରେ। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସ୍ବାଭାବିକ। ଏସ୍‌ସିବି କ୍ଷେତ୍ରରେ ଟେଷ୍ଟିଂ ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାର ଆବଶ୍ୟକ ରହିଛି। ଏଠାକୁ ଯିଏ ଆସିବ ସମସ୍ତଙ୍କ ପରୀକ୍ଷା କରାଯିବା ଅନିବାର୍ଯ୍ୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri