ନିର୍ମାଣାଧୀନ ରାସ୍ତାର ସ୍ଥାୟିତ୍ୱ ନେଇ ଆଶଙ୍କା

ନାଉଗାଁ,୧୭ା୧୧(ସୁଧା ବେହୁରା): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ଠିକାଦାରଙ୍କ ମନମୁଖି କାମ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦାହରଣ ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର-ତିରୁଣା ରାସ୍ତା କାମରେ ଦେଖିବାକୁ ମିଳିଛି। ଏଠାରେ ରାସ୍ତା ସମ୍ପ୍ରସାରଣ ଓ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୩ କିମି ୭ଶହ ମିଟର ଏହି ରାସ୍ତା ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ରହିଛି। ରାସ୍ତାର ଉଭୟପାର୍ଶ୍ୱ ୧ ମିଟର ଲେଖାଏ ସମ୍ପ୍ରସାରଣ କରାଯାଉଥିବାବେଳେ ଡଷ୍ଟ ବିଛାଯାଇଛି। ସୂଚନା ଫଳକ ତଥ୍ୟ ଅନୁସାରେ, ଏହି ରାସ୍ତାରେ ୨ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ କରାଯିବ। ତତ୍‌ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ବର୍ମ ଅର୍ଥାତ୍‌ ପାଦଚଲା ରାସ୍ତା ନିର୍ମାଣ ପାଇଁ ୧୫,୯୬୩ ଘନ ମିଟର ଅର୍ଥାତ୍‌ ୧୭୭୪ ଟ୍ରକ ମାଟି ପକାଯିବ। ଉକ୍ତ ରାସ୍ତାର ତିରୁଣା ହାଇସ୍କୁଲ ନିକଟରୁ ଗଙ୍ଗଦା ପାଇକସାହି ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ମାଟିରେ ପାଦଚଲା ରାସ୍ତା ନିର୍ମାଣ କରାଯାଉଥିବାବେଳେ ମଝିରାସ୍ତା ପିଚୁ କରାଯାଉଛି। କିନ୍ତୁ କାର୍ଯ୍ୟ କରୁଥିବା ଠିକାଦାର ରାସ୍ତା ପାର୍ଶ୍ୱରୁ ମାଟି ଉଠାଇ ରାସ୍ତାରେ ପକାଉଥିବା ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ୱରୁ ମାଟି ଉଠୁଥିବାରୁ ତାହା ଖାଲ ହୋଇଯାଉଛି। ଫଳରେ ବର୍ଷା ହେଲେ ମାଟି ଧୋଇ ଯାଇ ପୁନର୍ବାର ରାସ୍ତା ପାର୍ଶ୍ୱ ନଷ୍ଟ ହେବାର ଆଶଙ୍କା ରହିଛି। ରାସ୍ତା ପାର୍ଶ୍ୱରୁ ମାଟି ଧୋଇ ଗଲେ, ଏହି ପିଚୁ ରାସ୍ତାରେ ଭାରିଯାନ ଯିବାନ୍‌ଆସିବା କଲେ ରାସ୍ତା ଫାଟି ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି।
କେବଳ ସେତିକି ନୁହେଁ, ଉକ୍ତ ରାସ୍ତାର ତିରୁଣା ଚାରି ଛକଠାରୁ ପାଇକସାହି, ଡେରିକିଠାରୁ ଶାଳିଜଙ୍ଗା ରାସ୍ତାରେ ଡଷ୍ଟ ବିଛାଯାଇଛି। ତିରୁଣା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରୁ ଡଷ୍ଟ ବୋହିଯିବା ଫଳରେ ବଡ଼ ବଡ଼ ମେଟାଲ ବାହାରିଛି। ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ସାଇକେଲ ନେଇ ଗଲାବେଳେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବାଇକ୍‌ ଆରୋହୀମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଡଷ୍ଟ ବିଛାଯାଇ ପାଣି ପକା ଯାଉ ନ ଥିବାରୁ ଗାଡି, ମୋଟର ଯିବା ସମୟରେ ଏହା ଉଡି ରାସ୍ତାସାରା ଧୂଳିମୟ ହୋଇଯାଉଛି। ବହୁ ସମୟରେ ପଥଚାରୀମାନେ ଅଣନିଃଶ୍ୱାସୀ ହୋଇଯାଉଛନ୍ତି। ଏହି ରାସ୍ତା ଦେଇ ତିରୁଣା, ଡାବର, ଡେରିକି, କୋରୁଅ ଆଦି ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ନିକଟସ୍ଥ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଡେରିକି, ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଶ୍ରୀ ଶ୍ରୀମଉଳା ଭଣଜା ମହାବିଦ୍ୟାଳୟ, ଗଙ୍ଗଦାହାଟ ଓ ବିଭିନ୍ନ ବିଦ୍ୟାଳୟକୁ ଯାତାୟାତ କରିଥାନ୍ତି। ତେଣୁ ଡଷ୍ଟ ଉଡ଼ିବା ଦ୍ୱାରା ଯାତାୟାତରେ ବାଧା ଉପୁଜୁଛି। ରାସ୍ତା ନିର୍ମାଣ ସମୟରେ ଏହା ପାର୍ଶ୍ୱରୁ ମାଟି ନ ଉଠାଇବା ସହ ଉଡୁଥିବା ଡଷ୍ଟର ସ୍ଥାୟୀ ପ୍ରତିକାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ଏହି କାର୍ଯ୍ୟର ତଦାରଖ କରାଯାଇ ଠିକ୍‌ ଭାବେ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri