ବିଭିନ୍ନ ପ୍ରକଳ୍ପ କାମ ୨୦୨୨ ଜୁଲାଇ ସୁଦ୍ଧା ଶେଷ କର

ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ/ପୁରୁଷୋତ୍ତମପୁର/ହିଞ୍ଜିଳିକାଟୁ(ଡି.ଏନ୍‌.ଏ)୧୧।୯: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତ କରି ସେଠାର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉକ୍ତ ପ୍ରକଳ୍ପଗୁଡିକର ଅଗ୍ରଗତି ଅନୁଧ୍ୟାନ କରିବା ଏବଂ ପ୍ରକଳ୍ପ କେତେ ବାକି ରହିଛି ଓ କିପରି ଚାଲିଛି ସେସବୁର ବାସ୍ତବ ସ୍ଥିତି ବୁଲି ଦେଖିଛନ୍ତି। ଏହାସହ ଘଟକେଶ୍ୱର ବହୁମୁଖୀ ଯୋଜନା ଏବଂ ତାରାତାରିଣୀ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ଓ ଜାନିବିଲି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ମଧ୍ୟ କରିଛନ୍ତି। ଉକ୍ତ ବହୁମୁଖୀ ଯୋଜନାଗୁଡିକର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ଜଣାପଡିଛି। ଏଥିସହ ବ୍ରହ୍ମପୁରରେ ରିଂ ରୋଡ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। କୁକୁଡାଖଣ୍ଡି ବ୍ଲକ ରୁଷିକୂଲ୍ୟା ବେସିନର ଘଡକ ନଦୀକୁ ନେଇ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ମାଧ୍ୟମରେ ବ୍ରହ୍ମପୁରର ୭୫ ହଜାର ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳକୁ ଦୈନିକ ୮.୨୫ ମିଲିୟନ ଲିଟର ଜଳ ପ୍ରଦାନ କରିବ। ଏହାଦ୍ୱାରା କୁକୁଡାଖଣ୍ଡି ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ଲୋକମାନେ ବିଶେଷ ଉପକୃତ ହେବେ। ଏହାଛଡା କୁକୁଡାଖଣ୍ଡି ତହସିଲର ୬୦୦ ହେକ୍ଟର ଜମି ଜଳସେଚିତ ହେବ। ଏଥିଲାଗି ୧୭୨ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି। ୨୦୨୨ ଜୁଲାଇ ପୂର୍ବରୁ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଏହି ଅବସରରେ ତାରାତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତୀକରଣ କାର୍ଯ୍ୟ ବୁଲି ଦେଖିଛନ୍ତି। ତୃଣମୂଳସ୍ତରରେ ରହିଥିବା ସମସ୍ୟାଗୁଡିକ ତୁରନ୍ତ ଶେଷ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ସେ ମନ୍ଦିରର ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଏତିହାସିକ ଜଉଗଡ଼ ଓ ବଡ଼ଖରିଡ଼ା ତାଳେଶ୍ୱର ମନ୍ଦିର ପରିସରରେ ହୋଇଥିବା ପାର୍କ ବୁଲି ଦେଖିଥିଲେ। ସେଠାରୁ ହିଞ୍ଜିଳିକାଟୁ ଗସ୍ତରେ ଯାଇ ରୂପାନ୍ତରିତ ହୋଇଥିବା ଶାସନଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ଓ ଦୁର୍ବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ବ୍ରହ୍ମପୁର ରାମଲିଙ୍ଗମ ପାର୍କ ପରିସରରେ ଜିଲାର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ଭି.କୀର୍ତ୍ତିଭାସନ, ଦକ୍ଷିଣାଞ୍ଚଳ ଆରଡ଼ିସି ଟି.ଆଓ, ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri