‘୯୦ ଦିନ ମଧ୍ୟରେ ଟ୍ରାଏଲ ଶେଷ କର’

ବଲାଙ୍ଗୀର ଅଫିସ,୨୮।୧୦: ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ଦଳର ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟେଓ୍ବାଲା, ଏଆଇସିସି ଓଡିଶା ପ୍ରଭାରୀ ଏ. ଚେଲାକୁମାର, କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ସମରେନ୍ଦ୍ର ମିଶ୍ରଙ୍କ ସହ ଅନ୍ୟ ନେତାମାନେ ଗୁରୁବାର ବଲାଙ୍ଗୀର ଜିଲାର ଝରଣୀ ଗାଁରେ ପହଞ୍ଚି ପୀଡିତା ମମିତା ମେହେରଙ୍କ ମାତାପିତା ଓ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍‌ ଏଠାକୁ ଆସିଛି ବୋଲି ସୂର୍ଯ୍ୟେଓ୍ବାଲା କହିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ସୂର୍ଯ୍ୟେଓ୍ବାଲା କହିଥିଲେ, ମମିତା ମେହେର ହତ୍ୟାକାଣ୍ଡ ଏକ ଏଭଳି ଘା ଯାହା ଗୋଟିଏ ପରିବାରକୁ ଲାଗି ନାହିଁ ବରଂ ଏହି ଘା’ ଓଡ଼ିଶା ଏବଂ ଦେଶର ଆତ୍ମାରେ ଲାଗିଛି ବୋଲି କହିଥିଲେ। ଯେଉଁଭଳି ଭାବେ ମମିତାଙ୍କୁ ହତ୍ୟା କରାଯାଇଛି ତାହା ପୁଣି ଥରେ ଦେଶରେ ନିର୍ଭୟା କାଣ୍ଡକୁ ମନେ ପକାଇଦେଇଛି। ଦୁର୍ଭାଗ୍ୟ ଏହା ଯେ, ଭଗବାନ ଜଗନ୍ନାଥଙ୍କ ଭୂମି ଓଡିଶାକୁ ବିଜେଡି ଅପରାଧ ପ୍ରଦେଶରେ ପରିଣତ କରିଦେଇଛି। ହତ୍ୟାକାରୀ ଏବଂ ଗୁଣ୍ଡାମାନେ ସିଂହାସନରେ ବସିଛନ୍ତି। ଜଣେ ରୋଗୀଣା ମା, ଜଣେ ସାଧାରଣ ପିତା, ଜଣେ ଭାଇ ଓ ଭଉଣୀ ଏବଂ ରାଜ୍ୟର ସମସ୍ତ ବୁଣାକାର ପରିବାର ଏବେ ନ୍ୟାୟର ଗୁହାରି କରୁଛନ୍ତି। ହତ୍ୟାକାରୀଙ୍କ ସହ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀଙ୍କ କ’ଣ ସମ୍ପୃକ୍ତି ନାହିଁ, କ’ଣ ଗୃହମନ୍ତ୍ରୀ ଓ ବିଜେଡିର ଅନ୍ୟ ମନ୍ତ୍ରୀମାନେ ଉକ୍ତ ସଂସ୍ଥାରେ ରହୁ ନ ଥିଲେ। କ’ଣ ଉକ୍ତ ସଂସ୍ଥାରେ ଝିଅମାନଙ୍କ ସହ ଯୌନଶୋଷଣ ହେଉ ନ ଥିଲା। କାହିଁକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇନାହିଁ କି ତାଙ୍କୁ ବହିଷ୍କାର କରାଯାଇନାହିଁ। ମମିତା ମେହେର ହତ୍ୟାକାଣ୍ଡ କେବଳ ଏକ ହତ୍ୟା ଘଟଣା ନୁହେଁ, ଏହି ଘଟଣା ରାଜ୍ୟର ସମସ୍ତ ଝିଅଙ୍କ ଭବିଷ୍ୟତ ଏବଂ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଓଡିଶା ପ୍ରଭାରୀ ଚେଲାକୁମାର, ଓଡିଶା ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ପୀଡିତ ପରିବାର ସହ କାନ୍ଧରେ କାନ୍ଧ ମିଶାଇ କଂଗ୍ରେସ ନ୍ୟାୟର ଲଢ଼େଇ ଲଢ଼ିବ। ମମିତା ହତ୍ୟାକାଣ୍ଡର ୯୦ଦିନ ମଧ୍ୟରେ ଟ୍ରାଏଲ ଶେଷ କରି ଦୋଷୀକୁ ଫାଶୀ ଦିଆଯାଉ, ପୀଡିତ ପରିବାରକୁ ଅତିକମ୍‌ରେ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ, ପୀଡିତାଙ୍କ ଭାଇଙ୍କୁ ସରକାରୀ ଚାକିରୀ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଏବଂ ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଗଠିତ ଏସ୍‌ଆଇଟି ଜରିଆରେ ହତ୍ୟା ଘଟଣାର ଅନୁସନ୍ଧାନ ଦାବି କରିଥିଲେ। ବିଧାୟକ ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ନ କଲେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ ବୋଲି କହିଥିଲେ। ଝରଣୀ ଗାଁରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲାର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ହୋଇ ମମିତାଙ୍କୁ ନ୍ୟାୟ ପାଇଁ ନାରାବାଜି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri