ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରିପୂରକ: ‘ସ୍କୁଲ ବ୍ୟାଗ୍‌ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’

ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍‌’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’ ଏହାର ବଳିଷ୍ଠ ଦୃଷ୍ଟାନ୍ତ। ସ୍ବର୍ଗତ ଗତିକୃଷ୍ଣ ପଣ୍ଡା ଆରମ୍ଭ କରିଥିବା ଏହି ପ୍ରତିଷ୍ଠାନ ୪୪ ବର୍ଷରେ ଅନେକ ଉତ୍‌ଥାନ ପତନ ଦେଖିଛି। ସ୍ରୋତରେ ନ ଭାସି ସମୟ ସହ ସମତାଳ ଦେଇଛି। ରାଜଧାନୀର ମେଗା କଲେକ୍ସନ୍‌ ଷ୍ଟୋର ପଣ୍ଡା ଏଣ୍ଟରପ୍ରାଇଜେସ ୍‌ ଡାଇରେକ୍ଟର ଶିବପ୍ରସାଦ ପଣ୍ଡା ଧରିତ୍ରୀ ସହ ବାଣ୍ଟିଛନ୍ତି ତାଙ୍କ ସଫଳ ଯାତ୍ରାର ଅନୁଭୂତି।

ଗତ ୪୪ ବର୍ଷରେ ସଂସ୍ଥାର ବିକାଶ କିପରି ହୋଇଛି, ଏହାର ଶ୍ରେୟ କାହାକୁ ଦେବେ?
ଛୋଟ ଏକ ଦୋକାନରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଆଜି ୧୨ ହଜାର ବର୍ଗଫୁଟ ପରିମିତ ୩ ମହଲା କୋଠା ସହିତ ଓ ରାଜଧାନୀର ପ୍ରମୁଖ ସ୍ଥାନରେ ଆଉ ୨ଟି ଶାଖା ଖୋଲି କାରବାର କରୁଛି। ଏହା ପଛରେ ରହିଛି କଠିନ ପରିଶ୍ରମ, କର୍ମଚାରୀଙ୍କ ବିଶ୍ୱାସ ସହିତ ଗ୍ରାହକ ସମ୍ପର୍କ ଓ ଭଲପାଇବା।

ବ୍ୟବସାୟକୁ କିପରି
ପ୍ରଭାବିତ କରିଛି କରୋନା?
ମହାମାରୀର ପ୍ରଭାବ ସଂସ୍ଥା ଉପରେ ପଡ଼ିଛି। ଗତ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ କାରବାର ମାନ୍ଦା ଥିବାବେଳେ ସେପ୍ଟେମ୍ବରରୁ ବଜାରର ସ୍ଥିରତା ଆସିଥିଲା। ଅକ୍ଟୋବରରୁ ସ୍ଥିତି ସୁଧୁରିଥିଲା। ଡିସେମ୍ବର ଶେଷ ବେଳକୁ ବ୍ୟବସାୟରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ସ୍କୁଲ କଲେଜ ଖୋଲିବା ସହ ପର୍ଯ୍ୟଟନ ଓ ବିଦେଶ ଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ତେଣୁ ଚଳିତ ଆର୍ଥିକବର୍ଷର ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ହେବା ସମ୍ଭାବନା ରହିଛି।

ଏ ବର୍ଷ ଗ୍ରାହକଙ୍କ ପାଇଁ ସୁବିଧା କ’ଣ ରହିଛି?
୨୦୨୦-୨୧ ଆର୍ଥିକ ବର୍ଷର ଶେଷ ବିକ୍ରି ପାଇଁ ମାର୍ଟ ପକ୍ଷରୁ ଆକର୍ଷଣୀୟ ରିହାତି ସୁବିଧା ରହିଛି। କାର୍ଡ ଜରିଆରେ କିଣାକିଣି କଲେ ମଧ୍ୟ ସୁବିଧା ଦିଆଯାଉଛି। ବିଶେଷକରି ଟ୍ରାଭେଲ ପ୍ୟାକ୍‌ ବ୍ୟାଗ୍‌, ସ୍କୁଲ ବ୍ୟାଗ୍‌ ସହିତ ଆସୋସେରି ପ୍ରଡକ୍ଟ ଉପରେ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦିଆଯିବ।
ଆଗାମୀ ଦିନରେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଶାଖା ଖୋଲିବାର ଯୋଜନା ରହିଛି?
ଚଳିତ ଆର୍ଥିକବର୍ଷର କିଛି ସମୟ ଅତିକ୍ରାନ୍ତ ହେବା ପରେ ସଂସ୍ଥାର ବ୍ୟବସାୟ ଓ ବଜାର ଚାହିଦାକୁ ଲକ୍ଷ୍ୟ କରି ନିଷ୍ପତ୍ତି ନିଆଯିବ। ଆସନ୍ତା ବର୍ଷ ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେଲେ ଅନ୍ୟ ସହରକୁ ଶାଖା ସମ୍ପ୍ରସାରଣ କରାଯାଇପାରେ। ସ୍ଥିତି ସୁଧୁରିଲେ ଭୁବନେଶ୍ୱରର ପାତ୍ରପଡ଼ାରେ ଆସନ୍ତା ପାର୍ବଣ ସମୟରେ ସଂସ୍ଥାର ଆଉ ଏକ ଶାଖା ଖୋଲିବା ଯୋଜନା ରହିଛି।
ସଂସ୍ଥାର କେତୋଟି ଶାଖା ଓ କେତେଜଣ
କର୍ମଚାରୀ ନିୟୋଜିତ ଅଛନ୍ତି?
ଏବେ ଆମର ୩ଟି ଶାଖା ରହିଛି, ଯେଉଁଠି ୧୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ଅଛନ୍ତି। ମହାମାରୀ ସମୟରେ ଶୋ’ରୁମ୍‌ ଆଶା ଆଶଙ୍କା ମଧ୍ୟରେ ଚାଲିଥିଲେ ସୁଦ୍ଧା କର୍ମଚାରୀମାନଙ୍କ ପାଇଁ କୌଣସି ସମସ୍ୟା ହୋଇନାହିଁ କିମ୍ବା ସେପରି କିଛି କାଟ୍‌ଛାଣ୍ଟ କରାଯାଇନାହିଁ।
ପଣ୍ଡା ଟ୍ରାଭେଲ ମାର୍ଟ ରାଜ୍ୟର ଏକ ପରିଚିତ
ବ୍ୟବସାୟିକ ସଂସ୍ଥା। ସଫଳତାର ରହସ୍ୟ କ’ଣ?
ଗ୍ରାହକଙ୍କ ଭଲ ପାଇବା ସହିତ କର୍ମଚାରୀମାନଙ୍କ ନିଷ୍ଠାପରତା ଉପରେ ସଂସ୍ଥାର ସଫଳତା ନିର୍ଭର କରେ। ଗ୍ରାହକକୈନ୍ଦ୍ରିକ ହୋଇ ବିଶ୍ୱାସ ଜିଣିବା, ସେବା ଓ ଚାହିଦା ପୂରଣ ସହିତ ଆକର୍ଷଣୀୟ ଅଫର ଓ ସୁବିଧା ପ୍ରଦାନ କଲେ ସଫଳତା ମିଳେ। ଆଶାବାଦୀ ହୋଇ ଲୋକସମ୍ପର୍କ ରଖିବା ହେଉଛି ସିକ୍ରେଟ୍‌ ଅଫ୍‌ ସକ୍ସେସ୍‌।

ପ୍ରତିଷ୍ଠାନକୁ ନେଇ ଗ୍ରାହକଙ୍କ ମତାମତ କ’ଣ ରହିଥାଏ?
ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରସ୍ପରର ପରିପୂରକ। ଯେଉଁ ପିଲା ପାଠପଢ଼ା ପାଇଁ ଅଭିଭାବକଙ୍କ ସହ ପଣ୍ଡା ଏଣ୍ଟରପ୍ରାଇଜେସ୍‌ରୁ ସ୍କୁଲ ବ୍ୟାଗ୍‌ ନେଉଥିଲେ, ୨୦ ବର୍ଷ ପରେ ନିଜ ବାହାଘର ପାଇଁ ଆବଶ୍ୟକ ବ୍ୟାଗ୍‌ କିଣିବାକୁ ପଣ୍ଡା ଟ୍ରାଭେଲ ମାର୍ଟକୁ ଆସିଥାଆନ୍ତି। ଗ୍ରାହକ ଏକଥା ଆମକୁ କହିବା ସହ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଶେୟାର କରିଥିବା ଦେଖିବାକୁ ମିଳିଛି। ସେମାନଙ୍କ କହିବା ଅନୁସାରେ ସେବା ସବୁବେଳେ ସମାନ। କିଣିବା ପୂର୍ବରୁ ଯେଉଁଭଳି ସେବା କିଣିଲା ପରେ ମଧ୍ୟ ସେହି ସର୍ଭିସ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri