Advertisement

ପିଚୁ କଲେ, ଖୋଳିଦେଲେ

ଭୁବନେଶ୍ୱର,୨୩।୧(ବ୍ୟୁରୋ):ରବି ଟକିଜ୍‌ରୁ ଭାସ୍କରେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଦୀର୍ଘଦିନ ଧରି ଅସଜଡ଼ା ହୋଇ ପଡ଼ିରହିଥିଲା। ବର୍ଷ ବର୍ଷ ଧରି ଖାଲଖମା, ଧୂଳି ଭିତରେ ଲୋକେ ଯିବା ଆସିବା କରୁଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଥିଲା। ହେଲେ ହକି ବିଶ୍ୱକପ୍‌ ପାଇଁ ମରାମତି କାମ କିଛିଟା ଆଗେଇଥିଲା। ପିଚୁ ବି ପଡ଼ିଲା। ହେଲେ ଠିକ୍‌ ଢଙ୍ଗରେ ପିଚୁ କରାଯାଇ ନ ଥିବା ଏବେ ଅଭିଯୋଗ ଉଠୁଛି। ଫଳରେ ପିଚୁ ପଡ଼ିବାର ମାତ୍ର ସପ୍ତାହେ ନ ପୂରୁଣୁ ଖୋଳାଖୋଳି ଆରମ୍ଭ ହୋଇଯାଇଛି। କାରଣ ଏହି ରାସ୍ତା ଦେଇ ଯାଇଥିବା ପାନୀୟ ଜଳ ଲାଇନ୍‌ର ମରାମତି କାମ ସରି ନ ଥିବାବେଳେ ତରବରିଆ ଭାବେ ପିଚୁ ଢାଳି ଦିଆଗଲା। ପିଚୁ ଆସ୍ତରଣ ତଳେ ପାଣି ଲାଇନ୍‌ରେ ମରାମତି ପାଇଁ ବାଲି ଭର୍ତ୍ତି ଅଖା ରଖିଦିଆଯାଇଥିଲା। ବର୍ତ୍ତମାନ ଶାବଳରେ ପିଚୁ ଖୋଳି ଏହି ବାଲି ବସ୍ତା ବାହାର କରାଯାଉଥିବା ନିୟୋଜିତ ଶ୍ରମିକମାନେ କହିଛନ୍ତି। ପିଚୁ ପକା କାମ ଚାଲିଥିବାବେଳେ ଏପଟେ ଉକ୍ତ ରାସ୍ତାର ଏକାଧିକ ସ୍ଥାନରେ ସମାନ ଢଙ୍ଗରେ ଏପରି ଖୋଳା ଚାଲିଛି। ଲୋକଙ୍କ ଅର୍ଥକୁ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ବରବାଦ୍‌ କରୁଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୨୬୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍‌ ଚିହ୍ନଟ, ପୁଣି ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୧୭୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ ଚିହ୍ନଟ: ୯୪ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ପୁଣି ୧୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୪ ରହିଥିବା ବେଳେ ୯୪ ଲୋକାଲ କେସ୍‌...

ଚୋରକୁ ଧରି ଲୋକେ ପୋଲିସ ଜିମା ଦେଲେ

ସୋନପୁର/ଅମରପାଲି,୧୭।୧୧(ନି.ପ୍ର./ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ସମ୍ମୁଖରୁ ରବିବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ଚୋର ଏକକାଳୀନ ୫ଟି ଦୋକାନର ତାଲା...

ରାଇସ ମିଲ୍‌ ବିମ୍‌ ପଡ଼ି ୨ ଶ୍ରମିକଙ୍କ ଜୀବନ ଗଲା

ନୟାଗଡ଼ ଅଫିସ,୧୬ା୧: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କସ୍ଥିତ ଏକ ରାଇସ୍‌ ମିଲ୍‌ରେ ଅଘଟଣ ଘଟିଛି। ବିମ୍‌ ପଡ଼ିବାରୁ ୨ ଶ୍ରମିକଙ୍କ ଜୀବନ ଯାଇଛି।...

ଜମି ଦେବାକୁ କହି ୧୬ ଲକ୍ଷ ଟଙ୍କା ଠକେଇ: ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ଗିରଫ

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ଜମି ଦେବାକୁ କହି ୧୬ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ସଂସ୍ଥାର...

ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ଦେବ ‘ଏକାମ୍ର ଓ୍ବାକ୍‌’

ଭୁବନେଶ୍ୱର, ୧୧।୧ (ବ୍ୟୁରୋ): ‘ଡଟ୍‌ ଫେଷ୍ଟ’ର ଦ୍ୱିତୀୟ ସଂସ୍କରଣ ସହ ପୁଣିଥରେ ସହରକୁ ଫେରିଛି ‘ଏକାମ୍ର ଓ୍ବାକ୍‌’। ଐତିହ୍ୟ ଓ ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଆଉଏକ...

ବଜେଟରେ ଜନଜାତି ସ୍ବାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦିଆଯାଉ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କରୋନା କାଳରେ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ, ଜୀବିକା ଓ ଅର୍ଥନୀତି ପ୍ରଭାବିତ ହୋଇଛି। ତେବେ ସବୁଠାରୁ ଅଧିକ ଆଦିବାସୀ ଓ ପ୍ରବାସୀ ଶ୍ରମିକମାନେ...

Advertisement
Archives

Model This Week