ବୁରାଙ୍ଗିଆ-ଡାବରବାନ୍ଦା ରାସ୍ତା ନିମ୍ନମାନର ଅଭିଯୋଗ: ୫ ବର୍ଷ ପରେ ପୁଣି…

ଦାରିଙ୍ଗବାଡି, ୨।୧୨ (ଅରୁଣ ସାହୁ ): ଆଶା ଥିଲା ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ ଆଉ ଗାଁ ର ଅନେକ ସମସ୍ୟା ସମାଧାନ ହୋଇପାରିବ। କିନ୍ତୁ ଲୋକଙ୍କ ସ୍ବପ୍ନ ପୁରଣ ହେଲା ପକ୍କା ରାସ୍ତା ନିର୍ମାଣ ହେଲା କିନ୍ତୁ ତାହା ନିମ୍ନମାନର କାର୍ଯ୍ୟ ଅଭିଯୋଗ କରି ଅଞ୍ଚଳରେ ଦେଖାଯାଇଛି ଅସନ୍ତୋଷ। ପ୍ରକାଶ ଯେ,କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି ଖରାପ ରାସ୍ତା୍‌କୁ ପୁନଃମରାମତି କରାଯାଉଛି। ମେଟେଲ ପକାଯିବା ସହ ଗୋଡି ସହ ପିଚୁ ମଧ୍ୟ ଦିଆଯାଇଛି। କିନ୍ତୁ ଅଞ୍ଚକବାସୀଙ୍କ ଅଭିଯୋଗ ପିଚୁ ପକାଯିବାର ଏକ ସପ୍ତାହ ହୋଇଗଲାଣି କିନ୍ତୁ ଏକାଧିକ ସ୍ଥାନରେ ପିଚୁ ଉଠିଯାଉଛି। ଏମିତି କି ହାତରେ ଛୁଇଁଲେ ମଧ୍ୟ ପିଚୁ ଉଠିଯାଉଛି ଟ୍ରାକ୍ଟର, ଅଟୋ ଏମିତି ଚାଲିକି ଯିବା ସମୟରେ ମଧ୍ୟ ମରାମତି ରାସ୍ତାରୁ ପିଚୁ ଉଠିଯାଉଥିବା ଗ୍ରାମର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ମଲିକ, ସାଗର ପ୍ରଧାନ, ଅର୍ଜୁନ ପ୍ରଧାନ ପ୍ରମୁଖ କହିଛନ୍ତି।
ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଗ୍ରାମବାସୀ, ବିଭାଗ ଏବଂ ଠିକା ସଂସ୍ଥା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ, ପିଚୁ ପଡିବାର ୧ ମାସ ପର୍ଯ୍ୟନ୍ତ ଉକ୍ତ ପିଚୁରେ ହାତରେ ଉଠାଇବା ଅନୁଚିତ କିନ୍ତୁ ଉକ୍ତ ଅଞ୍ଚଳରେ ଏହା ନିମ୍ନମାନର କାର୍ଯ୍ୟ କହିକି କିଛି ଲୋକ ପିଚୁ ଉଠାଇ ଦେଖୁଥିବା ସେ କହିଛନ୍ତି। ଗୋଟିଏ ମାସ ପରେ ଆଉ ପିଚୁ ଉଠିବନି ସେ ଷ୍ଟ୍ରଙ୍ଗ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି। ସେପଟେ ବୁରାଙ୍ଗିଆ,ଡାବରବାନ୍ଦା ଏବଂ ଝାରୁମୁଣ୍ଡା ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, ଗତ ୫ ବର୍ଷ ପୂର୍ବରୁ ଉକ୍ତ ରାସ୍ତା ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କରାଯାଇଥିଲା, ମାତ୍ର ୬ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠି ରାସ୍ତା ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଥିଲା। ପୁଣି ବିଭାଗ ପଦକ୍ଷେପ ନେଇ ଦୀର୍ଘ ୫ ବର୍ଷ ପରେ ପ୍ରାୟ ୪୦ଲକ୍ଷ ଟଙ୍କା ବିନିମୟରେ ମରାମତି କାର୍ଯ୍ୟ ଚାଲିଛି। କିନ୍ତୁ ଅତି ନିମ୍ନମାନର କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆମେ କ’ଣ ଆଉ ଭଲ ରାସ୍ତାରେ ଯାତାୟାତ କରିପାରିବୁନି କି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ରାସ୍ତା ମରାମତି କାର୍ଯ୍ୟ ଏବେ ଚାଲିଛି କୌଣସି ନିମ୍ନମାନର ହୋଇ ନ ଥିବା କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କହିଛନ୍ତି । ଏନେଇ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ କହିଛନ୍ତି ଯେ, ସେ ଏବେ ଶୁଣିଲେ ଘଟଣାର ତଦନ୍ତ କରିବେ ଓ ଲୋକ କେଉଁ ପରିସ୍ଥିତିରେ ରାସ୍ତାରୁ ପିଚୁ ଉଠାଉଛନ୍ତି ତାଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri