Posted inଖେଳ

ବେସିକ୍‌, ଆଡ୍‌ଭାନ୍ସ ବର୍ଗରେ ହେବ ପ୍ରତିଯୋଗିତା

ଭୁବନେଶ୍ୱର, ୧୩।୬ (କ୍ରୀଡ଼ା ପ୍ରତିନିଧି): ଜେ. ଏମ. ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ ୨ୟ କଳିଙ୍ଗ ଓପନ ସର୍ବଭାରତୀୟ ଆମନ୍ତ୍ରଣୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଜୁନ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତା ମୁଖ୍ୟତଃ ୨ଟି ବର୍ଗ ବେସିକ୍‌ ଓ ଆଡ୍‌ଭାନ୍ସ ବର୍ଗରେ ଆୟୋଜନ ହେବ। ୮, ୧୦ ଓ ୧୨ ବର୍ଷରୁ କମ୍‌ ବୟସର ପ୍ରତିଯୋଗୀମାନେ ବେସିକ୍‌ ବର୍ଗରେ ଅଂଶଗ୍ରହଣ କରିବେ। ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଜିଏଫ୍‌ଆଇ) ନିୟମ ଅନୁସାରେ ବାଳିକା ବର୍ଗରେ ୧୦ ଓ ୧୨ ବର୍ଷରୁ କମ୍‌ ଏବଂ ବାଳକରେ ୧୨ ଓ ୧୪ ବର୍ଷରୁ କମ୍‌ ପ୍ରତିଯୋଗୀଙ୍କୁ ନେଇ ଆଡ୍‌ଭାନ୍ସ ବର୍ଗର ପ୍ରତିଯୋଗିତା ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ୧୫ରୁ ଊଦ୍ଧର୍‌ବ ରାଜ୍ୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଇତିମଧ୍ୟରେ ୩୦୦ରୁ ଅଧିକ ପ୍ରତିଯୋଗୀ ନାମ ପଞ୍ଜୀକୃତ କରି ସାରିଥିବାରୁ ୩୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେବା ଆଶା କରାଯାଉଛି। ପ୍ରତିଯୋଗିତା ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିବା ଜିମ୍ନାଷ୍ଟଙ୍କୁ ଯଥାକ୍ରମେ ୧୦୦୦୦, ୬୦୦୦ ଓ ୪୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜେ. ଏମ. ସ୍ପୋଟର୍‌ସ ଏକାଡେମୀ ଅଧ୍ୟକ୍ଷା ମିରାରାଣୀ ଦାସ ପ୍ରକାଶ କରିଛନ୍ତି। ପ୍ରତିଯୋଗିତା ପରିଚାଳନା ପାଇଁ ୩୦ ଅଫିସିଆଲ ନିୟୋଜିତ ହେବେ। ୬ ,୮,୧୦,୧୨ ଓ ୧୪ ବର୍ଷରୁ କମ୍‌ ବର୍ଗରେ ପ୍ରତିଯୋଗିତା ହେବ। ଖେଳାଳିଙ୍କ ପାଇଁ ଖାଦ୍ୟ, ରହିବା, ସୁରକ୍ଷା ବ୍ୟବସ୍ଥା, ଗମନାଗମନ ସହିତ ସାନିଟାଇଜ ବ୍ୟବସ୍ଥା ମଧ୍ୟ କରାଯାଇଛି। ଖେଳାଳିଙ୍କ ସହିତ ଆସିଥିବା ଅଭିଭାବକଙ୍କୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ବାଳିକା ବର୍ଗରେ ୪ଟି ଓ ବାଳକ ବର୍ଗରେ ୬ ବିଭାଗରେ ପ୍ରତିଯୋଗିତା ହେବ ବୋଲି ସେ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜେ. ଏମ୍‌. ସ୍ପୋର୍ଟସ ଏକାଡେମୀ ସମ୍ପାଦକ ଯଶୋବନ୍ତ ଦାସ, ଆଇନଗତ ପରାମର୍ଶଦାତା ସୁବ୍ରତ ମହାପାତ୍ର, କୋଷାଧ୍ୟକ୍ଷ ଦେବବ୍ରତ ପଟ୍ଟନାୟକ, ମୁଖ୍ୟ ପୃଷ୍ଠପୋଷକ ଅତିଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri